ETV Bharat / bharat

ସେପ୍ଟେମ୍ବର 21 ସୁଦ୍ଧା ଦେଶରେ ସରିଛି 6,53,25,779 କୋରୋନା ଟେଷ୍ଟ: ICMR - corona sample

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶରେ କୋରୋନା ସ୍ଥିତି କୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସେଥିମଧ୍ୟରୁ କୋରୋନା ସାମ୍ପଲ ଟେଷ୍ଟ ପ୍ରମୁଖ ଅଟେ । ସମ୍ପୂର୍ଣ୍ଣ ପଢନ୍ତୁ...

ସେପ୍ଟେମ୍ବର 21 ସୁଦ୍ଧା ଦେଶରେ ସରିଛି 6,53,25,779 କୋରୋନା ସାମ୍ପଲ ଟେଷ୍ଟ: ICMR

author img

By

Published : Sep 22, 2020, 12:58 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଦେଶରେ ପ୍ରତ୍ୟେକ ଦିନ ଅହରହ ଚାଲିଥିବା କୋରୋନା ସାମ୍ପଲ ଟେଷ୍ଟ 6 କୋଟି ଅତିକ୍ରମ କରିସାରିଛି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ଲ୍ୟାବରେ 10 ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ କରାଯାଉଛି ।

ତେବେ ସେପ୍ଟେମ୍ବର 21 ତାରିଖ ସୋମବାର 9 ଲକ୍ଷ 33 ହଜାର 185ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 6 କୋଟି 53 ଲକ୍ଷ 25 ହଜାର 779 ଟି ଟେଷ୍ଟ ସରିଥିବା ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ।

ବର୍ତ୍ତମାନ ଦେଶରେ 55 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ । ଯେଉଁଥିରେ 88 ହଜାର 935 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 44 ଲକ୍ଷ 97 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 9 ଲକ୍ଷ 75 ହଜାର 861 ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.