ETV Bharat / bharat

ବିମାନ ବନ୍ଦରରୁ ସୁନା ଓ ବିଦେଶୀ ସିଗାରେଟ ଜବତ, 6 ଗିରଫ

author img

By

Published : Dec 6, 2020, 1:43 PM IST

ଦିନକୁ ଦିନ ବଢୁଛି ଚୋରାରେ ସୁନା ଚାଲାଣ । ଦିଲ୍ଲୀ ବିମାନବନ୍ଦରରୁ ଚୋରାରେ ସୁନା ଚାଲାଣ କରି ପୋଲିସ କବଳରେ 6 ଯାତ୍ରୀ । ଅଧିକ ପଢନ୍ତୁ...

ବମାନ ବନ୍ଦରରେ ସୁନା ଓ ବିଦେଶୀ ସିଗାରେଟ ଚାଲାଣ, ଛଅ ଗିରଫ

ନୂଆଦିଲ୍ଲୀ: ଅନେକ କଟକଣା ପରେ ବି ଦେଶରେ କମିବାର ନାଁ ନେଉନି ଚୋରା କାରବାର । ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଚୋରାରେ ସୁନା ଓ ବିଦେଶୀ ସିଗାରେଟ କାରବାର କରି ପୋଲିସ ହାତରେ ଧରା ପଡିଛନ୍ତି 6 ଜଣ ଯାତ୍ରୀ । ସେମାନଙ୍କଠାରୁ ଜବତ ହୋଇଥିବା ସୁନା ଓ ସିଗାରେଟର ମୂଲ୍ୟ ପ୍ରାୟ 1କୋଟିରୁ ଅଧିକ ହେବ ବୋଲି କହିଛି କଷ୍ଟମ ବିଭାଗ ।

ସୂଚନାନୁସାରେ, ଶୁକ୍ରବାର ଦୁବାଇରୁ ଦିଲ୍ଲୀ ଆସୁଥିବା 10 ଯାତ୍ରୀଙ୍କୁ ଚୋରାରେ ସୁନା ଚାଲାଣ କରୁଥିବା ନେଇ ଅଟକ ରଖିଥିଲା କଷ୍ଟମ ବିଭାଗ । ସୋମାନଙ୍କ ବ୍ୟାଗକୁ ଯାଞ୍ଚ କରାଯିବା ପରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ସିଗାରେଟ ଯଥା ଏସ ଲାଇଟ,ପାଇନ,ଡନ୍ହିଲ ସୁଇଚ, ଗୋଲ୍ଡ ଫ୍ଲେକ୍ ଜବତ ହୋଇଥିଲା । ଯାହାର ମୂଲ୍ୟ 1କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ପରେ ପୋଲିସ ଅଧିକ ଯାଞ୍ଚ କରିବା ପରେ ସେମାନଙ୍କ ପାଖରୁ 1.26କେଜି ସୁନା ଜବତ କରିଥିଲା । ବଜାରରେ ଜବତ ସୁନାର ଆନୁମାନିକ ମୂଲ୍ୟ 64 ଲକ୍ଷ ହେବ ବୋଲି ସୂଚନା ମିଳିଛି ।

ପୋଲିସ ଘଟଣାରେ ଛଅଜଣଙ୍କୁ ଗିରଫ କରିଛି । ଗିରଫ ଛଅଜଣ ଯାତ୍ରୀ ଆଗରୁ ମଧ୍ୟ 2କୋଟି ମୂଲ୍ୟର ବିଦେଶୀ ସୁନା ଚାଲାଣ କରିଥିବା ସ୍ବୀକାର କରିଛନ୍ତି । ବିବୃତ୍ତି ଅନୁସାରେ ଜବତ ଉଭୟ ସୁନା ଓ ସିଗାରେଟର ମୂଲ୍ୟ 1.79କୋଟି ହେବ ବୋଲି ଜଣା ପଡିଛି । ପୋଲିସ କଷ୍ଟମ ଧାରା 1962ରେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଗତ ମାସରେ ଦିଲ୍ଲୀ ବିମାନବନ୍ଦରରୁ 1.24କୋଟିର ବିଦେଶୀ ସିଗାରେଟ ଜବତ ସହ ନଅଜଣ ଅଫଗାନିସ୍ଥାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ଏତେ କଟକଣା ପରେ ବି କିପରି ଚୋରାରେ ସୁନା ଓ ବିଦେଶୀ ଜିନିଷର କାରବାର କିପରି ଚାଲିଛି ତାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.