ଅମ୍ରିତସର: ପଞ୍ଜାବର ଅଟ୍ଟାରୀ-ୱାଘା ବର୍ଡର ଦେଇ ଆସିଥିବା ଯାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି । ସଂକ୍ରମଣ ବ୍ୟାପିବା ଭୟରେ ଲୋକେ ଭୟଭୀତ ହୋଇଛନ୍ତି । ତେବେ ଏନେଇ ଅଯଥା ଭୟ ନକରିବାକୁ ଅମ୍ରିତସର ସିଭିଲ ସର୍ଜନ ଯୁଗଳ କିଶୋର କହିଛନ୍ତି ।
ଯୁଗଳ କହିଛନ୍ତି ଯେ ଏପ୍ରିଲ 16ରେ ଅଟ୍ଟାରୀ-ୱାଘା ବର୍ଡର ଦେଇ 41 ଯାତ୍ରୀ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ 2 ଜଣ କୋଭିଡ 19 ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ବାକି 39 ଜଣଙ୍କ ରିପୋର୍ଟ ନେଗେଟିଭ ରହିଛି ।
ଏହାସହ ବର୍ଡରରେ ଥିବା ସମସ୍ତ କର୍ମଚାରୀଙ୍କ ନମୁନା ସଂଗ୍ରହ କରି ଟେଷ୍ଟ କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସନ୍ଦିଗ୍ଧ ଷ୍ଟାଫଙ୍କ ସାମ୍ପଲ ପରୀକ୍ଷା ହୋଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ଯୁଗଳ ସୂଚନା ଦେଇଛନ୍ତି । ଏହାସହ ଲୋକଙ୍କୁ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।
ସୌଜନ୍ୟ@ANI