ETV Bharat / bharat

ଜାମ୍ମୁ-କାଶ୍ମୀରରେ 15 ସୈନିକ କୋରୋନା ସଂକ୍ରମିତ

ଗୁରୁବାର ଜାମ୍ମୁରେ କୋରୋନା ସଂକ୍ରମଣର 30ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି 30 ଟି ନୂଆ ମାମଲାରେ ସୁରକ୍ଷା ବାହିନୀରେ 15 ଜଣ ସୈନିକ ଅଛନ୍ତି ।

jammu and kashmir
15 ସୈନିକ କୋରୋନା ସଂକ୍ରମିତ
author img

By

Published : Jun 4, 2020, 3:13 PM IST

ଜାମ୍ମୁ: ଗୁରୁବାର ଜାମ୍ମୁରେ କୋରୋନା ସଂକ୍ରମଣର 30 ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି 30 ଟି ନୂଆ ମାମଲାରେ ସୁରକ୍ଷା ବାହିନୀରେ 15 ଜଣ ସୈନିକ ଅଛନ୍ତି। ଗୁରୁବାର ପ୍ରଶାସନ ଦ୍ବାରା ପ୍ରକାଶିତ ତଥ୍ୟରେ ଜାମ୍ମୁର ବିଭିନ୍ନ ଜିଲ୍ଲାରେ କୋରୋନା ସଂକ୍ରମଣର 30 ଟି ମାମଲା ଦେଖିବାକୁ ମିଳିଛି।

ଏହି 30 ଟି ମାମଲା ମଧ୍ୟରୁ 10 ଟି ଜାମ୍ମୁରୁ ଆସିଥିବାବେଳେ 10ଟି ପୁଞ୍ଛ୍ରୁ ଆସିଛି କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି 30ଟି ନୂଆ ମାମଲାରେ 15ଟି ସେନା, ବାୟୁସେନା, ବିଏସଏଫ, CRPF ଓ ଜାମ୍ମୁ କାଶ୍ମୀର ପୋଲିସ ।

ଜାମ୍ମୁରୁ ପ୍ରଥମ ଥର ସୁରକ୍ଷାବଳ ମଧ୍ୟରେ ଏତେ ମାତ୍ରାରେ ସଂକ୍ରମଣ ଖବର ସାମ୍ନାକୁ ଆସିଛି। ଗୁରୁବାର ନିଶ୍ଚିତ ହୋଇଥିବା ଏହି ନୂତନ ମାମଲାରେ ଭାରତୀୟ ବାୟୁସେନା, ବିଏସଏଫ, CRPF ର ଜଣେ ଯବାନ ଥିବାବେଳେ ଜାମ୍ମୁ କାଶ୍ମୀର ପୋଲିସର 2 ଜଣ କର୍ମଚାରୀ ଓ ବାକି ଭାରତୀୟ ସେନା ଅନ୍ତର୍ଭୁକ୍ତ ।

ଗୁରୁବାର କୋରୋନାରେ ସଂକ୍ରମିତ ହୋଇଥିବା ସୁରକ୍ଷା କର୍ମୀମାନେ ଜାମ୍ମୁର ବାସିନ୍ଦା । ଏହି ସମସ୍ତ ସୁରକ୍ଷାକର୍ମୀ ଟ୍ରେନ୍, ବିମାନ କିମ୍ବା ବସ୍ ଯୋଗେ ଜାମ୍ମୁରେ ପହଞ୍ଚିଛନ୍ତି। ଏଥି ସହିତ ଜାମ୍ମୁର ସଂକ୍ରମିତ କୋଟ ଭାଲୱାଲ ଜେଲରେ ପୋଷ୍ଟ କରାଯାଇଥିବା ଜଣେ କନଷ୍ଟେବଳ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ଏହି କନଷ୍ଟେବଳ ଶ୍ରୀନଗରରୁ ଆସି ଛୁଟିରେ ଜାମ୍ମୁରେ ପହଞ୍ଚିଥିଲେ। ଏଥି ସହିତ ଜାମ୍ମୁ କାଶ୍ମୀର ପୋଲିସର ଅନ୍ୟ ଜଣେ କନଷ୍ଟେବଳ ଜାମ୍ମୁର ନାଗ୍ରୋଟା ଅଞ୍ଚଳରେ ରହୁଥିବାବେଳେ କୋରୋନା ସଂକ୍ରମିତ ହୋଇଥିବା କାଶ୍ମୀରର ଅନନ୍ତନାଗରେ ପୋଷ୍ଟ କରାଯାଇଥିଲା। କୋରୋନାରେ ସଂକ୍ରମିତ ହୋଇଥିବା 15 ଜଣ ସୁରକ୍ଷା କର୍ମୀ ଉଦାମପୁର, ସାମ୍ବା, ପୁଞ୍ଛ୍ ଓ ଜାମ୍ମୁ ଜିଲ୍ଲାର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.