ETV Bharat / bharat

କୋରୋନା କାୟା: 24 ଘଣ୍ଟାରେ 28 ହଜାରରୁ ଅଧିକ ସାମ୍ପଲ ପରୀକ୍ଷା

ଶୁକ୍ରବାର 28 ହଜାର 542ଟି ନମୁନା ପରୀକ୍ଷା ହୋଇଛି । ଏଥିରେ ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

author img

By

Published : Apr 17, 2020, 11:02 PM IST

24 ଘଣ୍ଟାରେ 28 ହଜାରରୁ ଅଧିକ ସାମ୍ପଲ ପରୀକ୍ଷା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଏପର୍ଯ୍ୟନ୍ତ 13 ହଜାରରୁ ଅଧିକ କୋଭିଡ 19 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି 450ରୁ ଅଧିକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇସାରିଛି ।

ତେବେ ଶୁକ୍ରବାର 28 ହଜାର 542ଟି ନମୁନା ପରୀକ୍ଷା ହୋଇଛି । ଏଥିରେ ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । 17 ଏପ୍ରିଲ ସୁଦ୍ଧା ମୋଟ 3 ଲକ୍ଷ 32 ହଜାର 583 ଜଣ ଲୋକଙ୍କର ନମୁନା ପରୀକ୍ଷା ହୋଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ କହିଛି ।

ଏବେ ଯାଏଁ ଦେଶରେ 13 ହଜାର 835 ଲୋକ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ସେଥିରୁ 1767 ଲୋକ ସୁସ୍ଥ ହୋଇଛନ୍ତି । 452 ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିବାବେଳେ ମହାରାଷ୍ଟ୍ରରେ 3000 ପାର କରିଛି । ସେହିପରି ସାରା ବିଶ୍ବରେ 20 ଲକ୍ଷ ଉପରେ ପହଞ୍ଚିଛି କୋରୋନା ପଜିଟିଭ ସଂଖ୍ୟା ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.