ବେଙ୍ଗାଲୁରୁ: ଚଳିତ ବର୍ଷ ଆଇପିଏଲ ବେଟିଂକୁ ନେଇ କର୍ଣ୍ଣାଟକରେ 25ଟି ମାମଲା ସାମ୍ନାକୁ ଆସିଛି । ଘଟଣାରେ 42ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।
ଅନଲାଇନରେ ଆଇପିଏଲ ବେଟିଂର ଏକ ରାକେଟ ବେଙ୍ଗାଲୁରୁରେ ସକ୍ରିୟ ହୋଇ ଉଠିଥିଲା । ମ୍ୟାଚ ବେଟିଂ କରୁଥିବା 25ଟି ରାକେଟର ପର୍ଦ୍ଦାଫାଶ କରିଛି ବେଙ୍ଗାଲୁରୁ ପୋଲିସ । ଘଟଣାରେ ବୁଧବାର 42ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଯୁଗ୍ମ ପୋଲିସ କମିଶନର ସନ୍ଦୀପ ପାଟିଲ ।
ସହରର ବିଭିନ୍ନ ଜାଗାରେ ଚଢାଉ କରି ବେଟିଂରୁ 1.54କୋଟି ଟଙ୍କା ଜବତ ହୋଇଛି । ଆଇପିଏଲ ସମୟରେ ବେଟିଂ ରାକେଟର ପର୍ଦ୍ଦାଫାଶ କରିବାକୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା । ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲରେ ବେଟିଂ ହେଉଥିବା ନେଇ ଏନେକ ସମୟରେ ଘଟଣା ସାମ୍ନାକୁ ଆସିଛି । ଏହି ଆଇପିଏଲ ବେଟିଂ ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।
@ANI