ETV Bharat / bharat

କ୍ରମାଗତ 21 ଦିନ ତୈଳ ଦର ବୃଦ୍ଧିରେ ଲାଗିଲା ବ୍ରେକ୍ - ଇନ୍ଧନ ଦର

ହୁ ହୁ ବଢି ଚାଲିଥିଲା ତୈଳ ଦର। କ୍ରମାଗତ 21 ଦିନ ହେବ ବୃଦ୍ଧି ପାଇବା ପରେ ରବିବାର ଲାଗିଛି ବ୍ରେକ୍। ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 80.38 ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା 80.40 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

ଇନ୍ଧନ ଦର କ୍ରମାଗତ 21 ଦିନ ବୃଦ୍ଧି, ଆଜି ଲାଗିଲା ବ୍ରେକ୍

author img

By

Published : Jun 28, 2020, 9:53 AM IST

Updated : Jun 28, 2020, 3:47 PM IST

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଥିଲା ତୈଳ ଦର। କ୍ରମାଗତ 21 ଦିନ ହେବ ବୃଦ୍ଧି ପାଇବା ପରେ ରବିବାର ଲାଗିଛି ବ୍ରେକ୍। ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 80.38 ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା 80.40 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

ତେବେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା 0.25 ଟଙ୍କା, ଡିଜେଲ ଲିଟର ପିଛା 0.21 ଟଙ୍କା ବୃଦ୍ଧି ପରେ ରବିବାର ଏହି ହାର ବୃଦ୍ଧି ପାଇନାହିଁ। ତେବେ ଟ୍ୟାକ୍ସ ଉପରେ ନିର୍ଭର କରି ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହିଛି।

କୋଭିଡ୍ ମହାମାରୀ ମଧ୍ୟରେ ହାର ସଂଶୋଧନରୁ 82 ଦିନର ବିରତି ପରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଖର୍ଚ୍ଚ ଅନୁଯାୟୀ ଖୁଚୁରା ହାରକୁ ସଜାଡିଛନ୍ତି । ଏହି ସଂସ୍ଥାଗୁଡ଼ିକ ଜୁନ୍ 7 ରେ ମୂଲ୍ୟ ଅନୁଯାୟୀ ପୁନଃ ବିଚାର ସହ ପୁନଃ ଆରମ୍ଭ କରିଥିଲେ।

କଂଗ୍ରେସ ପାର୍ଟି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ "ଅନ୍ୟାୟ" ଏବଂ "ଚିନ୍ତାହୀନ" ବୋଲି କହିଛି। ଏବଂ ତୈଳ ମୂଲ୍ୟର ଲାଭକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଦେଶ ତାଲା ପକାଇବା ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ହାରାହାରି ମୂଲ୍ୟ ଯଥାକ୍ରମେ 69.60 ଟଙ୍କା ଏବଂ ଲିଟର ପିଛା 62.30 ଟଙ୍କା ଥିଲା। ହେଲେ ବର୍ତ୍ତମାନ ଏହାର ମୂଲ୍ୟ 80 ପାର କରିଛି।

Last Updated : Jun 28, 2020, 3:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.