ETV Bharat / bharat

ଗୁଡିଆ ଗଣଦୁଷ୍କର୍ମ ମାମଲା: 2 ଦୋଷୀଙ୍କୁ 20 ବର୍ଷ ଜେଲ

author img

By

Published : Jan 30, 2020, 5:46 PM IST

ଗୁଡିଆ ଗଣଦୁଷ୍କର୍ମ ମାମଲାରେ 2 ଦୋଷୀଙ୍କୁ 20 ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଲେ କଡକଡଡୁମା କୋର୍ଟ । ଅଧିକ ପଢନ୍ତୁ...

ଗୁଡିୟା ଗଣଦୁଷ୍କର୍ମ ମାମଲା: 2 ଅଭିଯୁକ୍ତଙ୍କୁ 20 ବର୍ଷ ଦଣ୍ଡାଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଗୁଡିୟା ଗଣଦୁଷ୍କର୍ମ ଘଟଣାରେ କଡକଡଡୁମା କୋର୍ଟ ଦୋଷୀଙ୍କ ଦଣ୍ଡାଦେଶର ରାୟ ଶୁଣାଇଛନ୍ତି । ଘଟଣାର 2 ଜଣ ଦୋଷୀଙ୍କୁ 20 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାରେ ପିଡୀତା ପକ୍ଷଙ୍କ ଓକିଲ ଦୋଷୀ ପ୍ରଦୀପ ଓ ମନୋଜକୁ ଆଜୀବନ କାରାଦଣ୍ଡ ଦେବା ପାଇଁ କୋର୍ଟରେ ଅପିଲ କରିଥିଲେ ।

ପୋକ୍ସୋ ଆଇନ ଜରିଆରେ ଗୁଡିଆ ଗଣଦୁଷ୍କର୍ମ ଘଟଣାର 2 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏମାନେ 5 ବର୍ଷର ଶିଶୁକୁ 24 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅପହରଣ କରି ରଖିବା ସହ ଦୁଷ୍କର୍ମ କରିଥିଲେ। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ମାତ୍ର 4 ମାସ ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ଏପ୍ରିଲ 15 ତାରିଖ 2013ରେ ଦୋଷୀମାନେ, ଜଣେ 5 ବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। କୋର୍ଟ ଦୋଷୀଙ୍କୁ ପୋକ୍ସୋ ଆଇନ ଅଧିନରେ ଅପହରଣ, ଗଣଦୁଷ୍କର୍ମ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଦୁଇ ଦୋଷୀଙ୍କୁ ଧାରା 363, 376 ଓ 377 ଆଧାରରେ ଦଣ୍ଡାଦେଶ ଶୁଣାଯାଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.