ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀ ଅତ୍ୟଧିକ ପ୍ରଭାବିତ ଅଞ୍ଚଳ ରହିଛି । ଏପରିସ୍ଥଳେ ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ବାଜ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରି ସୋମବାର ଏକ ଘରୋଇ ବିଦ୍ୟାଳୟର ଅତି କମରେ ଦୁଇଟି ଶାଖା ସିଲ୍ କରାଯାଇଛି ।
ଏକ ଟୁଇଟ୍ ଜରିଆରେ ସେ କହିଛନ୍ତି ଯେ ସୋମବାର ଶେଖ ସରାଇ ଏବଂ ସାକେତରେ ଦୁଇଟି APEEJAY ସ୍କୁଲର ବ୍ରାଞ୍ଚକୁ ସିଲ୍ କରାଯାଇଛି ।
APEEJAY ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମସ୍ତ ପ୍ରକାରର ନିୟମକୁ ଉଲ୍ଲଂଘନ କରିଥିଲା । ଅଡିଟରେ ଜଣାଯାଇଥିଲା ବିଦ୍ୟାଳୟର ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ସତ୍ତ୍ବେ ଏହା ବେଆଇନ ଭାବେ ଅଭିଭାବକମାନଙ୍କୁ ସ୍କୁଲ ଫି ବୃଦ୍ଧି କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏବେ ଏହାର ଦୁଇଟି ବିଦ୍ୟାଳୟକୁ ସିଲ୍ କରାଯାଇଥିଲବା ସେ କହିଛନ୍ତି ।
ଏହା ସେହି ବିଦ୍ୟାଳୟ ଯେଉଁଥିରେ ଦିଲ୍ଲୀ ବିଧାନସଭାର ପିଟିସନ କମିଟି ଦ୍ବାରା ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାର ସେ ସଦସ୍ୟ ଥିଲେ ବୋଲି ସେ କହିଛନ୍ତି ।
@IANS