ETV Bharat / bharat

16ରୁ କୋରୋନା ଟୀକାକରଣ, 13 ସହରକୁ କୋଭିଶିଲ୍ଡ ପଠାଇଲା ସେରମ - Serum Institute's

ଜାନୁଆରୀ 16 ରେ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଜି ଠାରୁ ଟୀକା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ଥର କୋଭିଶିଲ୍ଡ କୋରୋନା ଟୀକାକୁ ଦେଶର 13ଟି ସ୍ଥାନକୁ ପଠାଯାଇଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା କୋରୋନା ଟୀକା ଯୋଗାଣ
ଆରମ୍ଭ ହେଲା କୋରୋନା ଟୀକା ଯୋଗାଣ
author img

By

Published : Jan 12, 2021, 7:37 AM IST

ପୁନେ: ଦେଶର ବିଭିନ୍ନ ସ୍ଥାନକୁ ବାହାରିଲା କୋଭିଶିଲ୍ଡ କୋରୋନା ଟୀକା । ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ରୁ ଦେଶ ପ୍ରଥମ ଥର 13ଟି ସ୍ଥାନକୁ ପଠାଇଛି । ମଙ୍ଗଳବାର(ଆଜି) ଭୋର ସମୟରେ କଡା ସୁରକ୍ଷା ମଧ୍ୟରେ ରେଫ୍ରିଜେରେଟ ଟ୍ରକରେ ପଠାଯାଇଛି ଟୀକା । ରେଫ୍ରିଜେରେଟର ଟ୍ରକ ପରେ ବିମାନରେ ନିଆଯିବ । ଏହି ଟୀକା ଅକ୍ସଫୋର୍ଡ ଓ ଅଷ୍ଟ୍ରେଜେନିକା ପକ୍ଷରୁ ବିକଶିତ କରାଯାଇଛି ।

ତିନୋଟି ତାପମାତ୍ରା ନିୟନ୍ତ୍ରିତ ଟ୍ରକ୍ ସକାଳ 5 ଟା ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟର ଫାଟକରୁ ବାହାରି ପୁଣେ ବିମାନବନ୍ଦରକୁ ଯାଇଥିଲା । ଯେଉଁଠାରୁ ଟୀକା ଭାରତରେ ବିଭିନ୍ନ ସ୍ଥାନକୁ ଯୋଗାଣ ଆରମ୍ଭ କରିବ । କାରଣ ଆସନ୍ତା 16 ରୁ ଦେଶବ୍ୟାପୀ କୋରୋନା ଟୀକାକରଣ ହେବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ସ୍ଥାନକୁ ଟୀକା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

13 ଟି ସ୍ଥାନ ମଧ୍ୟରେ ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହ୍ବାଟୀ, ଲକ୍ଷ୍ନୌ, ଚଣ୍ଡିଗଡ ଏବଂ ଭୁବନେଶ୍ବରକୁ ପରିବହନ କରାଯିବ । ଏଥିପାଇଁ 8 ବିମାନ,2 ଟି କାର୍ଗୋ ବିମାନ ଦ୍ବାରା ଟୀକା ପଠାଯିବ ।

ଟ୍ରକଗୁଡିକରେ 478 କୋରୋନା ଟୀକା ବାକ୍ସ ରହିଛି । ପ୍ରତ୍ୟେକ ବାକ୍ସର ଓଜନ 32 କିଲୋଗ୍ରାମ । ସକାଳ 10 ଟା ଟ୍ରକଗୁଡ଼ିକରେ ଟୀକାକରଣର 478 ବାକ୍ସ ଏବଂ ପ୍ରତ୍ୟେକ ବାକ୍ସର ଓଜନ 32 କିଲୋଗ୍ରାମ ଥିଲା | ସକାଳ 10 ସମୟରେ ସମସ୍ତ ସ୍ଥାନରେ ଏହା ପହଞ୍ଚିଯିବ ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ 16ରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ । ପ୍ରଥମେ ତିନି କୋଟି ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ ଟୀକା । ସମସ୍ତ ରାଜ୍ୟକୁ ଏହା ମାଗଣାରେ ଯୋଗାଇ ଦିଆଯିବ । ସରକାର ସେରମ ଇନଷ୍ଟିଚ୍ୟୁଟରୁ ମାତଚ୍ର 200 ଟଙ୍କାରେ କିଣିଛନ୍ତି । ଡିସିଜିଆଇ ପକ୍ଷରୁ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହାର ଯୋଗାଣ ଆରମ୍ଭ ହୋଇଯାଇଛି ।

ସୋମବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦେଶବାସୀଙ୍କ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଥମିକ ପର୍ଯ୍ୟାୟରେ ଦେଶର 3 କୋଟି ଲୋକଙ୍କୁ ଟୀକା ପ୍ରଦାନ କରାଯିବ । ଏହି ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ତାଲିକାରେ କୋରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏଥିରେ ସ୍ବାସ୍ଥ୍ଯକର୍ମୀ ଓ ଆଗ ଧାଡିର ଯୋଦ୍ଧାଙ୍କୁ ସ୍ଥାନ ଦିଆଯିବ । ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ତାଲିକାଭୁକ୍ତ କରାଯାଇଛି । ଏହି 3 କୋଟି ତାଲିକାରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ପୋଲିସ ଓ ସୁରକ୍ଷାକର୍ମୀ, ସଫେଇକର୍ମୀ ଓ ଜରୁରୀ ସେବାରେ କାର୍ଯ୍ଯରତ ଥିବା କର୍ମଚାରୀଙ୍କୁ ମଧ୍ୟ ତାଲିକା ଭୁକ୍ତ କରାଯାଇଛି ।

ଏହି ପ୍ରଥମ ପର୍ଯ୍ୟାୟ ଟୀକାକରଣର ଖର୍ଚ୍ଚ କୌଣସି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରଥମ ପର୍ଯ୍ୟାୟର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ସେହିପରି 2 ପର୍ଯ୍ୟାୟରେ 50 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ କୌଣସି ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ତାଲିକାରେ ରାଜନେତାଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା କଥା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.