ଚଣ୍ଡିଗଡ: ଆସନ୍ତାକାଲି ଅମୃତସରରୁ ପାକିସ୍ତାନ ଯିବେ 1303 ତୀର୍ଥଯାତ୍ରୀ । ଶ୍ରୀମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି ସଦସ୍ୟଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ଯିବେ ଶିଖ ସମ୍ପ୍ରଦାୟର 'ଯଥ' ଶ୍ରଦ୍ଧାଳୁ । ଗୁରୁନାନକଙ୍କ 550ତମ ଜନ୍ମ ବାର୍ଷିକ ପାଳନ କରିବାକୁ ଯିବେ ସମସ୍ତ ଯାତ୍ରୀ ।
ସମସ୍ତ ତୀର୍ଥଯାତ୍ରୀ ଗୁରୁନାନକ ସାହିବଙ୍କ ଗୁରୁଦ୍ବାର ସହ ପାକିସ୍ତାନ କରତାପୁର ସାହିବକୁ ଗସ୍ତ କରିବେ । ଯେଉଁଦିନ ପାକିସ୍ତାନର କରତାରପୁର ସାହିବ କରିଡର ଗୁରଦ୍ବାରରେ ଆଧାରଶିଳା ରଖାଯିବ ସେହିଦିନ ଯାତ୍ରୀମାନେ ପାକିସ୍ତାନ କରତାପୁର ଗୁରଦ୍ବାର ଯିବେ ।
ଗୁରୁନାନକଙ୍କ ଏହି ଉତ୍ସବରେ ସାମିଲ ହେବା ପାଇଁ ଏସଜିପିସିରେ 1700 ଶ୍ରଦ୍ଧାଳୁ ଭିସା ପାଇଁ ଆବେଦନ କରିଥିବାବେଳେ 1300 ତୀର୍ଥଯାତ୍ରୀଙ୍କୁ ଭିସା ମିଳିଛି । ସେପଟେ, ଏହି ଦିନକୁ ଐତିହାସିକ କହିବା ସହ ପାକିସ୍ତାନ ସରକାର ଅଧିକ ଭିସା ପ୍ରଦାନ କରିଥିବା କଥା କହିଛନ୍ତି ଏସଜିପିସି ।