ଥିରୁଅନନ୍ତପୁରମ: ହାର ମାନିଲା କୋରୋନା ଆଉ ଜିତିଲେ 103 ବର୍ଷିୟ ବୃଦ୍ଧ। ବୟସର ଶେଷ ପାହାଚରେ ପହଞ୍ଚିଥିଲେ ବି କୋରୋନାକୁ ହରାଇଛନ୍ତି ସେ । ଆମେ କହୁଛୁ, କେରଳର ଆଲୁଭା ନିବାସୀ ପରିଡଙ୍କ କଥା । କୋରୋନାରେ ସଂକ୍ରମିତ ହୋଇ ଏନାକୁଲମର କାଲାମାସେରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ହେଲେ ମଙ୍ଗଳବାର ସୁସ୍ଥ ହୋଇଛନ୍ତି ସେ । ମେଡିକାଲରୁ ଡିସଚାର୍ଜ ହେବା ସମୟରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ତାଳି ବଜାଇ ସ୍ବାଗତ ଜଣାଇଛନ୍ତି । ମାତ୍ର 20 ଦିନ ମଧ୍ୟରେ ସେ ଆରୋଗ୍ୟ ଲାଭ କରିଛନ୍ତି । ଜୁଲାଇ 28 ତାରିଖରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ, ଏହା ଏକ ଗର୍ବର ବିଷୟ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେକେ ସାଇଲାଜା କହିଛନ୍ତି ।
ସେହିପରି ରାଜ୍ୟର ଆଞ୍ଚଲ ସହରର ଆସମା ବିବି । ଯାହାଙ୍କ ବୟସ 105 , ହେଲେ ସେ କୋରୋନାରେ ଆକ୍ରାନ୍ତ ହୋଇ ପରିପାଲି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ସେ ମଧ୍ୟ ସୁସ୍ଥ ମଧ୍ୟ ହୋଇଛନ୍ତି । ଅନ୍ୟପଟେ, ଏକ ବୃଦ୍ଧ ଦମ୍ପତି ମଧ୍ୟ କୋରୋନାକୁ ହରାଇଛନ୍ତି । ସେମାନଙ୍କ ବୟସ 93 ଓ 88 ବୋଲି ଜଣାପଡିଛି ।
@ ANI