ETV Bharat / bharat

କୋରୋନା କାଳରେ 10% କର୍ମଚାରୀ ଛଟେଇ କରିବ ଇଣ୍ଡିଗୋ

author img

By

Published : Jul 20, 2020, 8:25 PM IST

କୋରୋନା ସଙ୍କଟ ସମୟରେ ଇଣ୍ଡିଗୋ ପକ୍ଷରୁ 10 ପ୍ରତିଶତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବାକୁ ଯାଉଛି । ଏନେଇ ଇଣ୍ଡିଗୋର ସିଇଓ ଏ ବିଷୟରେ ସୂଚନା ଦେଇଛନ୍ତି ।

ndigos workforce to be laid off
ଇଣ୍ଡିଗୋ କରିବ 10 % କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ସଙ୍କଟ । ଆଉ ଏହାରି ଭିତରେ ଦେଶର ସର୍ବବୃହତ ଘରୋଇ ଏୟାରଲାଇନସ ଉପରେ ମଧ୍ୟ ପଡିଛି କୋରୋନାର କଳା ନଜର । କୋରୋନା ସଙ୍କଟ ସମୟରେ ଇଣ୍ଡିଗୋ ପକ୍ଷରୁ 10 ପ୍ରତିଶତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବାକୁ ଯାଉଛି । ଏନେଇ ଇଣ୍ଡିଗୋର ସିଇଓ ଏ ବିଷୟରେ ସୂଚନା ଦେଇଛନ୍ତି । ଇଣ୍ଡିଗୋ ସିଇଓ ରୋଞ୍ଜୟ ଦତ୍ତା କହିଛନ୍ତି ଯେ, ବର୍ତ୍ତମାନର ମହାମାରୀ କୋରୋନା ବିଶ୍ବର ଅନେକ ବ୍ୟବସାୟ ଓ ଶିଳ୍ପସଂସ୍ଥାକୁ ପ୍ରଭାବିତ କରିଛି । ଯେଉଁଥିରୁ ବିମାନ ଚଳାଚଳ ମଧ୍ୟ ବାଦ୍ ପଡିନାହିଁ ।

ଅନ୍ୟପଟେ ଏହି କୋରୋନା ଭାଇରସ ବିଶ୍ବ ମହାମାରୀ ବିରୋଧରେ ଡାକ୍ତର ଓ ନର୍ସମାନେ ଆଗଧାଡିର ଯୋଦ୍ଧା ହୋଇ ଲଢେଇ କରୁଛନ୍ତି । ତେଣୁ ଏମାନଙ୍କ ପାଇଁ ଚଳିତ ମାସ ଆରମ୍ଭରେ, ଇଣ୍ଡିଗୋ 2020 ଶେଷ ସୁଦ୍ଧା ଡାକ୍ତର ଏବଂ ନର୍ସମାନଙ୍କୁ ବିମାନ ଭଡା ଉପରେ 25 ପ୍ରତିଶତ ରିହାତି ଘୋଷଣା କରିଛି । ତେଣୁ ଯେଉଁଥିପାଇଁ ଯାତ୍ରା ସମୟରେ ନର୍ସ ଏବଂ ଡାକ୍ତରମାନଙ୍କୁ ସେମାନଙ୍କ ପରିଚୟ ପ୍ରମାଣ ରୂପେ ଚେକ୍ ଇନ୍ ସମୟରେ ଦେଖାଇବା ସହ ବୈଧ ଡାକ୍ତରଖାନାର ଆଇଡି ପ୍ରୁଫ ଦେଖାଇବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.