ETV Bharat / bharat

ମାଲାପୁରମ୍ ଉପକୂଳରେ ଓଲଟିଲା ଡଙ୍ଗା, 10 ଜଣ ମତ୍ସ୍ୟଜୀବୀ ନିଖୋଜ - 10 ଜଣ ମତ୍ସ୍ୟଜୀବୀ ନିଖୋଜ

ମାଲାପୁରମ୍ ଉପକୂଳରେ ଚାରିଟି ଡଙ୍ଗା ବୁଡ଼ିଯିବା ପରେ 10 ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଏନେଇ ମାଲାପୁରମ୍ ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ମାଲାପୁରମ୍ ଉପକୂଳରେ ଓଲଟିଲା ଡଙ୍ଗା, 10 ଜଣ ମତ୍ସ୍ୟଜୀବୀ ନିଖୋଜ

author img

By

Published : Sep 8, 2020, 12:58 AM IST

ମାଲାପୁରମ୍: ମାଲାପୁରମ୍ ଉପକୂଳରେ ଚାରିଟି ଡଙ୍ଗା ବୁଡ଼ିଯିବା ପରେ 10 ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଏନେଇ ମାଲାପୁରମ୍ ପୋଲିସ ପକ୍ଷରୁ କୁହାଯାଇଛି ।

ପୋନ୍ନାନି ଉପକୂଳରେ 6 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ତ୍ରିଶୂର ଜିଲ୍ଲାର ନାଟିକା ନିକଟରେ ବୁଡ଼ି ଯାଇଥିବା କୁହାଯାଉଛି। ସେହିପରି ପୋନ୍ନାନି ଉପକୂଳରେ ଘଟିଥିବା ଅନ୍ୟ ଏକ ଘଟଣାରେ ମତ୍ସ୍ୟଜୀବୀମାନେ ସେମାନଙ୍କ ଫାଇବର ଡଙ୍ଗା ଓଲଟି ପଡ଼ିବା ପରେ ନିଖୋଜ ଥିବା ପୋଲିସ କହିଛି ।

ଅପରପକ୍ଷରେ ତନୁର ଉପକୂଳରୁ ସମୁଦ୍ରକୁ ଯାଇଥିବା ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ତିନିଜଣ ପାରାପାନଙ୍ଗଡିକୁ ସୁରକ୍ଷିତ ଫେରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ରହିଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ କହିଛି।

ରବିବାର ଆରବ ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ କେରଳରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ଘୋଷଣା କରିଥିଲା । ସମୁଦ୍ର ଭିତରକୁ ନଯିବାରୁ ଚେତାବନୀ ଦିଆଯାଇଥିବା ସତ୍ତ୍ବେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିବାରୁ ଏପରି ଅଘଟଣ ଘଟିଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରବିବାର ଠାରୁ 48 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନଆସିବାକୁ ମତ୍ସ୍ୟଜୀବୀଙ୍କୁ ନିବେଦନ କରିଛନ୍ତି।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.