କୋଲକାତା: ତୃଣମୂଳ କଂଗ୍ରେସ ନେତା ଭଦୁ ଶେଖ୍ (Trinamool Congress leader Bhadu Shiekh) ହତ୍ୟା ଘଟଣା । ଏହି ମାମଲାରେ ସିବିଆଇ (CBI) ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏହି ଘଟଣା ଅର୍ଥାତ ବୀରଭୂମ ଜିଲ୍ଲାରେ ହିଂସା ଘଟଣାରେ (Birbhum district) ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
ପଲାଶ ଶେଖ, ସଞ୍ଜୁ ଶେଖ ଓ ଛୋଟୁ ଶେଖ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଇପିସି ଧାରା 302 (ହତ୍ୟା) ଏବଂ 120 ବି (ଅପରାଧିକ ଷଡଯନ୍ତ୍ର) ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମର ପ୍ରଯୁର୍ଜ୍ୟ ବିଭାଗ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି । ସିବିଆଇ ମଧ୍ୟ ରାମପୁରହାଟ ପୋଲିସ ଷ୍ଟେସନ ପରିଦର୍ଶନ କରିଛି ।
ଭଦୁ ଶିଖଙ୍କ ହତ୍ୟା ଘଟଣାରେ ପାଇଥିବା ଡାଏରୀ ଏବଂ ଦଲିଲ ସଂଗ୍ରହ କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳ ପରିଦର୍ଶନ ସହ ସିବିଆଇ ଅଧିକାରୀମାନେ ସେଠାରେ ଥିବା ପୋଲିସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ସେମାନେ ମଧ୍ୟ ହତ୍ୟାକାଣ୍ଡର ସାକ୍ଷୀମାନଙ୍କ ସହ ମଧ୍ୟ ଆଲୋଚନା କରିବା ସହ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।
କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତୃଣମୂଳ କଂଗ୍ରେସ ନେତା ଭଦୁ ଶେଖଙ୍କ ହତ୍ୟା ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ତେବେ ସୂଚନା ଥାଉ କି ମାର୍ଚ୍ଚ 21ରେ ବଗଟୁଇ ଗାଁରେ ଭଦୁଙ୍କ ହତ୍ୟା ହୋଇଥିଲା । ପ୍ରଥମେ ଏକ ରାଜନୈତିକ ହତ୍ୟାକାଣ୍ଡ ପରେ ହିଂସା ଦେଖିବାକୁ ମିଳିଥିଲା । ଏକାଧିକ ଘରେ ନିଆଁ ଲଗାଇଦେବା ଫଳରେ ୯ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିଲେ ।