ETV Bharat / bharat

Manipur Violence: ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପୂର୍ବରୁ... - ମଣିପୁର ଭାଇରାଲ ଭିଡିଓ ଘଟଣା

ମଣିପୁରରେ ୨ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପୂର୍ବରୁ ଗାଁରେ ଏହି ସବୁ କାର୍ଯ୍ୟ କରିଥିଲେ ଦୁର୍ବୃତ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Etv Bharat
Etv Bharat
author img

By

Published : Jul 21, 2023, 6:19 PM IST

ଇମ୍ଫାଲ: ମଣିପୁରରେ ୨ ଆଦିବାସୀ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ମାମଲା ଦାଖଲ ହୋଇଛି । ଏଫଆଇଆର କପିରେ ଉଲ୍ଲେଖ ରହିଛି ଯେ ଯୁବତୀଙ୍କୁ ଉଲଗ୍ନ କରିବା ପୂର୍ବରୁ କିଛି ମାରଣାସ୍ତ୍ରଧାରୀ ଦୁର୍ବୃତ୍ତ କାଙ୍ଗପୋକପି ଜିଲ୍ଲାର କିଛି ଗାଁରେ ପଶି ଲୋକଙ୍କ ଘରେ ଲୁଟପାଟ କରିଥିଲେ । ଏହାପରେ ଅନେକ ଲୋକଙ୍କ ଘରେ ନିଆଁ ଲଗାଇବା ସହିତ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ । ଘରେ ପଶି ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଗତ ମେ ୪ ତାରିଖରେ ଘଟିଥିଲା ଏହି ଘଟଣା ।

ଏହି ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ମଧ୍ୟ ହତ୍ୟା କରିଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ଯୁବକ ଜଣକ ଦୁର୍ବୃତ୍ତଙ୍କ ଯୌନ ଶୋଷଣରୁ ନିଜ ଭଉଣୀକୁ ରକ୍ଷା କରିବାକୁ ଉଦ୍ୟମ କରୁଥିଲା । ପ୍ରାୟ ୯୦୦ରୁ ହଜାରେ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଏଭଳି କାଣ୍ଡ ଭିଆଇଥିଲେ । ସେମାନଙ୍କ ନିକଟରେ ଏକେ ରାଇଫଲ୍ସ, SLR, INSAS ଓ .୩୦୩ ରାଇଫଲ୍ସ ଥିବା ମଧ୍ୟ ଜଣାପଡ଼ିଛି । କାଙ୍ଗପୋକପି ଜିଲ୍ଲାର ଏହି ଗ୍ରାମଟି ଭୂଖଣ୍ଡ ଉପରେ ଥିବା ବେଳେ ସାଇକୁଲ ପୋଲିସ ଷ୍ଟେସନ ନିକଟରୁ ପ୍ରାୟ ୬୮କିମି ଦୂର ବୋଲି ଜଣାପଡ଼ିଛି । ଗାଁରେ ପଶି ଭଙ୍ଗାରୁଜା କରିବା ସମୟରେ ଗ୍ରାମବାସୀଙ୍କ ଗତିଶୀଳ ସମ୍ପତ୍ତିକୁ ନେଇ ଫେରାର ହୋଇଯାଇଥିଲେ ।

ଏହା ବି ପଢନ୍ତୁ- Manipur Women Paraded Naked: ରାଜଧାନୀରେ ଜଣେ ଅଭିଯୁକ୍ତ ଘର ଭାଙ୍ଗି ନିଆଁ ଲଗାଇଲେ ଉତ୍ତ୍ୟକ୍ତ ମହିଳା

ଦୁର୍ବୃତ୍ତମାନେ ଘରୁ ନଗଦ ଟଙ୍କା, ଆସବାବପତ୍ର, ବୈଦ୍ୟୁତିକ ସାମଗ୍ରୀ, ଖାଦ୍ୟଶସ୍ୟ ଆଦି ଲୁଟପାଟ କରିଥିଲେ । ଜଙ୍ଗଲରୁ ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ୫ଜଣ ଲୋକଙ୍କୁ ମଧ୍ୟ ପୁଣି ବନ୍ଦୀ ବନାଇଥିଲେ ଏହି ବିଦ୍ରୋହୀ ଗୋଷ୍ଠୀ । ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ପୋଲିସ ଏଯାବତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ସାଇକୁଲ ପୋଲିସ ଷ୍ଟେସନରେ ଆଜି ମାମଲା ରୁଜୁ ହୋଇଛି । ତେବେ ଯୌନ ଶୋଷଣର ଶିକାର ହୋଇଥିବା ୨ ମହିଳାଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଯବାନଙ୍କ ପତ୍ନୀ ବୋଲି ମଧ୍ୟ ଜଣାପଡ଼ିଛି । ସେ କାର୍ଗିଲ ୱାରରେ ବୀରତ୍ବ ପ୍ରଦର୍ଶନ କରି ଦେଶକୁ ସୁରକ୍ଷା ଦେଇଥିବା ବେଳେ ନିଜ ପତ୍ନୀଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ନ କରିପାରିବାରୁ ଲୋକେ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଦୁର୍ବୃତ୍ତମାନେ ଏହି ଯବାନଙ୍କ ପତ୍ନୀକୁ ଦୁଷ୍କର୍ମ କରିଥିବା ବେଳେ ତାଙ୍କୁ ମଧ୍ୟ ଉଲଗ୍ନ କରିଥିଲେ ବୋଲି ଜଣାପଡ଼ିଛି ।

ନିର୍ଯାତିତ ମହିଳାଙ୍କ ସ୍ବାମୀ ଲଢିଥିଲେ କାର୍ଗିଲ ଯୁଦ୍ଧ:- ଏହି ପୂର୍ବତନ ସେନାଧିକାରୀ ଜଣକ ଆସାମ ରେଜିମେଣ୍ଟରେ ସୁବେଦାର ଭାବେ ଦେଶସେବାରେ ନିୟୋଜିତ ଥିଲେ । ଏଯାବତ ଘଟଣାରେ ପୋଲିସ ସେପରି କୌଣସି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଯେଉଁ ଦୁର୍ବୃତ୍ତ ନିରୀହ ଲୋକଙ୍କ ଘରଦ୍ବାର ଭଙ୍ଗାରୁଜା ସହ ଜାଳି ଦେଇଛନ୍ତି ଏବଂ ମହିଳାଙ୍କ ଯୌନ ଶୋଷଣ କରିଛନ୍ତି, ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.