ETV Bharat / bharat

ପ୍ରତାପ-ରବିଶଙ୍କର-ଜାଭଡେକର...କ୍ୟାବିନେଟ ବିସ୍ତାର ପୂର୍ବରୁ କିଏ ଆଉଟ ?

author img

By

Published : Jul 7, 2021, 5:54 PM IST

Updated : Jul 7, 2021, 7:36 PM IST

କ୍ୟାବିନେଟ ସଂପ୍ରସାରଣ ହଲଚଲ ମଧ୍ୟରେ ଅନେକ ମନ୍ତ୍ରୀଙ୍କର ହୋଇଛି ଛୁଟି । ମୋଦିଙ୍କ ଟିମରୁ ଆଉଟ ହୋଇଛନ୍ତି ଅନେକ ବଡ ଚେହେରା । ଅଧିକ ପଢନ୍ତୁ...

ପ୍ରତାପ, ବାବୁଲ, ଗଙ୍ଗୱାର...କ୍ୟାବିନେଟ ବିସ୍ତାର ପୂର୍ବରୁ ମୋଦି ଟିମରୁ କେଉଁମାନେ ଆଉଟ ?

ନୂଆଦିଲ୍ଲୀ: ଆଜି (ବୁଧବାର) ମୋଦି କ୍ୟାବିନେଟର ବିସ୍ତାର । କ୍ୟାବିନେଟ ସଂପ୍ରସାରଣ ହଲଚଲ ମଧ୍ୟରେ ଅନେକ ମନ୍ତ୍ରୀଙ୍କର ହୋଇଛି ଛୁଟି । ମୋଦିଙ୍କ ଟିମରୁ ଆଉଟ ହୋଇଛନ୍ତି ଅନେକ ବଡ ଚେହେରା ।

କ୍ୟାବିନେଟ ବିସ୍ତାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଇସ୍ତଫା ଦେଇଥିବାବେଳେ ଶିକ୍ଷାମନ୍ତ୍ରୀ ରମେଶ ସିଂହ ପୋଖରିଆଲଙ୍କୁ ଦିଆଯାଇଛି ଛୁଟି ।

କୋରୋନା ସଙ୍କଟ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସବୁଠୁ ବଡ ପ୍ରଶ୍ନ ହୋଇଛି । କୋରୋନା କାଳରେ ଯେଭଳିଭାବରେ ପରିଚାଳନାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଲାଗିଥିଲେ, ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଟାର୍ଗେଟକୁ ଆସିପାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ହର୍ଷବର୍ଦ୍ଧନ ଓ ରମେଶ ପୋଖରିଆଲଙ୍କ ସମେତ ସନ୍ତୋଷ ହଙ୍ଗୱାର, ଦେବୋଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ ମଧ୍ୟ ଇସ୍ତଫା ଦେଇଛନ୍ତି ।

କ୍ୟାବିନେଟ ବିସ୍ତାର ପୂର୍ବରୁ କିଏ କିଏ ଦେଇଛନ୍ତି ଇସ୍ତଫା ?

ଡାକ୍ତର ହର୍ଷବର୍ଦ୍ଧନ

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଦେଶରେ କୋଭିଡ ପରିଚାଳନାକୁ ନେଇ ସିଧାସଳଖ ବିରୋଧୀଙ୍କ ଟାର୍ଗେଟରେ ରହିଥିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହାପାଇଁ ହର୍ଷବର୍ଦ୍ଧନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପଡିଛି । ତାଙ୍କ ପାଖରେ ରହିଥିଲା ବିଜ୍ଞାନ ଓ ଟେକ୍ନୋଲୋଜୀ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ।

ରମେଶ ପୋଖରିଆଲ ନିଶଙ୍କ

ହରିଦ୍ବାର ସାଂସଦ ରମେଶ ପୋଖରିଆଲ ନିଶଙ୍କଙ୍କୁ ମୋଦି ମନ୍ତ୍ରୀମଣ୍ଡଳରୁ ଦେବାକୁପଡିଛି ଇସ୍ତଫା । ସେ ମାନବ ସଂସାଧନ ବିକାଶ ମନ୍ତ୍ରୀ ଥିଲେ । ମହାମାରୀ କୋରୋନା କାରଣରୁ ଅସୁସ୍ଥ ଥିଲେ ପୋଖରିଆଲ । ସ୍ବାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।

ପ୍ରତାପ ଷଡଙ୍ଗୀ

ଓଡିଶାର ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଛନ୍ତି ଇସ୍ତଫା । ସେ ଏମଏସଏମଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ବାବୁଲ ସୁପ୍ରିଓ

ପଶ୍ଚିମବଙ୍ଗ ଆସାନସୋଲର ସାଂସଦ ବାବୁଲ ସୁପ୍ରିଓ ମନ୍ତ୍ରୀପଦରୁ ଦେଇଛନ୍ତି ଇସ୍ତଫା । ସେ ପର୍ଯ୍ୟାବରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିଲେ ବାବୁଲ ସୁପ୍ରିଓ । ହେଲେ ତାଙ୍କୁ 50 ହଜାର ଭୋଟ ମାର୍ଜିନରେ ପରାଜୟର ସାମ୍ନା କରିବାକୁପଡିଥିଲା ।

ରାୱ ସାହେବ ଦାନୱେ ପାଟିଲ

ମହାରାଷ୍ଟ୍ର ଜଲନା ଆସନରୁ ସାଂସଦ ରାୱ ସାହେବ ଦାନୱେ ପାଟିଲ ମୋଦି ଟିମରୁ ହୋଇଛନ୍ତି ଆଉଟ । ସେ ଖାଉଟି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ଦେବୋଶ୍ରୀ ଚୌଧୁରୀ

ପଶ୍ଚିମବଙ୍ଗ ରାୟଗଞ୍ଜ ଲୋକସଭା ଆସନରୁ ବିଜେପି ସାଂସଦ ଦେବୋଶ୍ରୀ ଚୌଧୁରୀଙ୍କୁ ମଗାଯାଇଛି ଇସ୍ତଫା । ସେ ମହିଳା ଓ ଶିଶୁ କଲ୍ୟାଣର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ସଦାନନ୍ଦ ଗୌଡ

କର୍ଣ୍ଣାଟକ ବେଙ୍ଗାଲୁରୁ ଉତ୍ତର ସାଂସଦ ସନ୍ତୋଷ ଗଙ୍ଗୱାର ଦେଇଛନ୍ତି ଇସ୍ତଫା । ସେ ରସାୟନ ଓ ସାର ମନ୍ତ୍ରୀ ଥିଲେ ।

ସନ୍ତୋଷ ଗଙ୍ଗୱାର

ଉତ୍ତରପ୍ରଦେଶ ବରେଲୀ ସାଂସଦ ସନ୍ତୋଷ ଗଙ୍ଗୱାରଙ୍କୁ ମଗାଯାଇଛି ଇସ୍ତଫା । ସେ ଶ୍ରମ ଓ ରୋଜଗାର ମନ୍ତ୍ରୀ(ସ୍ବାଧୀନ) ଥିଲେ ।

ସଞ୍ଜୟ ଧୋତ୍ରେ

ମହାରାଷ୍ଟ୍ର ଅକୋଲା ଲୋକସଭା ଆସନରୁ ସାଂସଦ ସଞ୍ଜୟ ଧୋତ୍ରେ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ସେ ଶିକ୍ଷା ସହିତ ସୂଚନା ଓ ଆଇଟି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ରତନ ଲାଲ କଟାରିଆ

ହରିଆଣାର ଅମ୍ବାଲା ସାଂସଦ ରତନ ଲାଲ କଟାରିଆ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଜଳ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ସେପଟେ ଦୁଇ ବରିଷ୍ଠ ମନ୍ତ୍ରୀ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ମୋଦି ଟିମରୁ ଇସ୍ତଫା ଦେଇଛନ୍ତି ।

ଏହାପୂର୍ବରୁ ସର୍ବପ୍ରଥମେ ଥାବର ଚନ୍ଦ ଗେହଲଟଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଯାଇଥିଲା । ସେ ନ୍ୟାୟ ଓ ଅଧିକାର ମନ୍ତ୍ରୀ ଥିଲେ । ଏହାସହିତ ତାଙ୍କ ପାଖରେ ରାଜ୍ୟସଭାରେ ଗୃହର ନେତା ଓ ବିଜେପି ସଂସଦୀୟ ବୋର୍ଡର ସଦସ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଥିଲା । ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ନିଯୁକ୍ତ କରାଯାଇଛି ।

Last Updated : Jul 7, 2021, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.