ETV Bharat / bharat

Beating the Retreat: ଦେଶାତ୍ମକ ବୋଧ ସଂଗୀତ ନୃତ୍ୟରେ ଝୁମିଲା ଅଟାରୀ ୱାଘା ବର୍ଡର

author img

By

Published : Jan 26, 2023, 6:58 PM IST

ଭାରତୀୟ ସେନା ଓ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟରେ ମିଠା ଆଦାନ ପ୍ରଦାନ କରିବାର ପରମ୍ପରା ରହିଆସିଛି । ଯାହା ଚଳିତ ବର୍ଷ ମଧ୍ୟ ସମ୍ପନ୍ନ ହୋଇଛି । କାର୍ଯ୍ୟକ୍ରମରେ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ବିଏସଏଫ ଯବାନ ମାନେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ

Etv BharatBeating the Retreat: ଦେଶାତ୍ମକ ବୋଧ ସଂଗୀତ ନୃତ୍ୟରେ ଝୁମିଲା  ଅଟାରୀ ୱାଘା ବର୍ଡର
Etv BharatBeating the Retreat: ଦେଶାତ୍ମକ ବୋଧ ସଂଗୀତ ନୃତ୍ୟରେ ଝୁମିଲା ଅଟାରୀ ୱାଘା ବର୍ଡର
Beating the Retreat: ଦେଶାତ୍ମକ ବୋଧ ସଂଗୀତ ନୃତ୍ୟରେ ଝୁମିଲା ଅଟାରୀ ୱାଘା ବର୍ଡର

ଅଟାରୀ ୱାଘା ବର୍ଡର (ପଞ୍ଜାବ): ଅଟାରୀ ୱାଘା ବର୍ଡରରେ ଶେଷ ହୋଇଛି ବିଟିଂ ଦ ରିଟ୍ରିଟ ଉତ୍ସବ । ଏଥିରେ ଉଭୟ ଭାରତ-ପାକ ସେନା ଯବାନମାନେ ସାମିଲ ହୋଇଥିଲେ । ଅପରାହ୍ନରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଭାରତୀୟ କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ଦେଶାତ୍ମକ ବୋଧ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ସାମିଲ ହେବା ସହ ସଭିଙ୍କ ମନରେ ଥିଲା ଦେଶପ୍ରେମର ଅଜସ୍ର ଉତ୍ସାହ । କାର୍ଯ୍ୟକ୍ରମରେ ଆଇଆଇଏମ ଅମୃତସର ପଞ୍ଜାବର ଛାତ୍ରାଛାତ୍ରୀ ସାମିଲ ହୋଇ ବିଭିନ୍ନ ଦେଶାତ୍ମକ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

ଦେଶ ସ୍ବାଧୀନତା ପରଠାରୁ ଅଟାରୀ ୱାଘା ବର୍ଡର ସୀମାରେ ବିଟିଂ ଦ ରିଟ୍ରିଟ ଉତ୍ସବ ବା ଧ୍ବଜାବତରଣ ଆୟୋଜନ ହୋଇଆସୁଛି । ଉତ୍ସବରେ ଭାରତୀୟ ସେନା ଓ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟରେ ମିଠା ଆଦାନ ପ୍ରଦାନ କରିବାର ପରମ୍ପରା ରହିଆସିଛି । ଯାହା ଚଳିତ ବର୍ଷ ମଧ୍ୟ ସମ୍ପନ୍ନ ହୋଇଛି । କାର୍ଯ୍ୟକ୍ରମରେ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ବିଏସଏଫ ଯବାନ ମାନେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିଥିଲେ । ଏତତ ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ଓ ଛାତ୍ରଛାତ୍ରୀ ମଧ୍ୟ ତ୍ରିରଙ୍ଗା ଧରି ଦେଶାତ୍ମକବୋଧ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

ଆଜି ଦେଶ ପାଳନ କରୁଛି 74 ତମ ସ୍ବାଧିନତା ଦିବସ । ନୂଆଦିଲ୍ଲୀ ସ୍ଥିତି କର୍ତ୍ତବ୍ୟପଥରେ ଆୟୋଜିତ ଭବ୍ୟ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇଜିପ୍ଟ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିବା ବେଳେ, ପରେଡରେ ଇଜିପ୍ଟ ସେନାର ଏକ ୟୁନିଟ ମଧ୍ୟ ଭାଗ ନେଇଥିଲା । ଏହା ବ୍ୟତୀତ ଭାରତୀୟ ସେନାର 3 ବାହିନୀ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ପ୍ରମୁଖ ପରେଡରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.