ETV Bharat / bharat

ନବାବ ସହର ଲକ୍ଷ୍ନୌରେ ବଢୁଛି ବାହୁବଳୀ ଗୁଜିଆର କ୍ରେଜ, ଓଜନ ଆଉ ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

author img

By

Published : Mar 28, 2021, 10:08 PM IST

ନବାବ ସହର ଲକ୍ଷ୍ନୌର ହୋଲି ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି 'ବାହୁବଳୀ ଗୁଜିଆ' । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପ୍ରସିଦ୍ଧ ମିଷ୍ଠାନ ଭଣ୍ଡାରରେ ମିଳୁଛି ଭଳିକି ଭଳି ଗୁଜିଆ, ଯାହାର ଓଜନ ରହିଛି 1.5 କିଲୋଗ୍ରାମ ଆଉ ଲମ୍ବ 14 ଇଞ୍ଚ । ଅଧିକ ପଢନ୍ତୁ...

ନବାବ ସହର ଲକ୍ଷ୍ନୌରେ ବଢୁଛି ବାହୁବଳୀ ଗୁଜିଆର କ୍ରେଜ, ଓଜନ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ଗୁଜିଆର ମିଠା ବିନା ମଥୁରାର ହୋଲି ଅଧୁରା । ଏହି କାରଣରୁ ହିଁ ନବାବ ସହର ଲକ୍ଷ୍ନୌର ହୋଲି ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି 'ବାହୁବଳୀ ଗୁଜିଆ' । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପ୍ରସିଦ୍ଧ ମିଷ୍ଠାନ ଭଣ୍ଡାରରେ ମିଳୁଛି ଭଳିକି ଭଳି ଗୁଜିଆ, ଯାହାର ଓଜନ ରହିଛି 1.5 କିଲୋଗ୍ରାମ ଆଉ ଲମ୍ବ 14 ଇଞ୍ଚ । ଏହି ନିଆରା ଗୁଜିଆର ନାଁ ରହିଛି 'ବାହୁବଳୀ ଗୁଜିଆ' ।

ଏହି ବିଶାଳ ଗୁଜିଆ ଖୁଆ, କେସର, ବାଦାମ, ପିସ୍ତା ଓ ଚିନିରୁ ହୋଇଛି ପ୍ରସ୍ତୁତ । ଏହି ମିଠାକୁ ଛାଣିବା ପାଇଁ ଲାଘିଥାଏ 20ରୁ 25 ମିନିଟ ସମୟ । ଆଉ ଏହି ବାହୁବଳୀ ଗୁଜିଆର ଦାମ ରହିଛି 1200 ଟଙ୍କା ।

ମିଷ୍ଠାନ ଭଣ୍ଡାରର ମାଲିକଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବର୍ଷ ହୋଲିରେ କିଛି ନୂଆ ଓ ପରମ୍ପରାଗତ ରୂପେ ପ୍ରସ୍ତୁତିର ଲକ୍ଷ ରଖିଯାଇଥାଏ । ଏହି ଗୁଜିଆକୁ ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳୁଛି । ବାହୁବଳୀ ଗୁଜିଆକୁ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି ଲୋକେ । ଗ୍ରାହକଙ୍କ ମନପସନ୍ଦ ସାମଗ୍ରୀ ଆଧାରରେ ଗୁଜିଆର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ରାତି ପାହିଲେ ହୋଲି । ରଙ୍ଗ ଖେଳ ସହ ଗୁଜିଆ ଖାଇବାର ମଜା ନେଇଥାନ୍ତି ଲୋକେ । ଭାରତରେ ପ୍ରତ୍ୟେକ ପର୍ବପର୍ବାଣୀରେ ମିଠା ଏକ ଅଭିନ୍ନ ଅଂଶ ରହିଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.