ETV Bharat / bharat

Aurangzeb's Tomb Closed: ଔରଙ୍ଗଜେବଙ୍କ ସମାଧିସ୍ଥଳ 5 ଦିନ ପାଇଁ ବନ୍ଦ - ପର୍ଯ୍ୟଟକଙ୍କ ପାଇଁ 5 ଦିନ ବନ୍ଦ ଔରଙ୍ଗଜେବଙ୍କ ସମାଧୀ ସ୍ଥଳ

ପର୍ଯ୍ୟଟକଙ୍କ ପାଇଁ 5 ଦିନ ବନ୍ଦ ରହିଲା ମହାରାଷ୍ଟ୍ରର ଖୁଲତାବାଦରେ ଥିବା ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧି ସ୍ଥଳ । AIMIM ନେତା ଅକବରଉଦ୍ଦିନ ଓଓ୍ବେସୀଙ୍କ ଗସ୍ତ ପରେ ଉଷ୍ମ ହେଉଛି ରାଜନୀତି । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ 5 ଦିନ ବନ୍ଦ ରହିଲା ଔରଙ୍ଗଜେବ ଟମ୍ବ, ପ୍ରତ୍ନତାତ୍ବିକ ବିଭାଗ ନେଲା ନିଷ୍ପତ୍ତି

author img

By

Published : May 19, 2022, 8:43 PM IST

ମୁମ୍ବାଇ: ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ପର୍ଯ୍ୟଟକଙ୍କ ପାଇଁ 5 ଦିନ ବନ୍ଦ ରହିଲା ମହାରାଷ୍ଟ୍ରର ଖୁଲତାବାଦରେ ଥିବା ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧି ସ୍ଥଳ । AIMIM ନେତା ଅକବରଉଦ୍ଦିନ ଓଓ୍ବେସୀଙ୍କ ଗସ୍ତ ପରେ ସେଠାରେ ରାଜନୈତିକ ଉଷ୍ମତାକୁ ଦୃଷ୍ଟିରେ ରଖି ଏହି ବନ୍ଦ ନିଷ୍ପତ୍ତି ନେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) । ଉତ୍ତର ଭାରତ ସମେତ ଅନ୍ୟ କିଛି ସ୍ଥାନର ଏପରି ସାମ୍ପ୍ରଦାୟିକ ଉତ୍ତେଜନା ପୂର୍ଣ୍ଣ ସ୍ଥିତିକୁ ଦେଖି ସେପରି କିଛି ସମ୍ଭାବ୍ୟ ଆଶଙ୍କା ପାଇଁ ଏପରି କିଛି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମହାରାଷ୍ଟ୍ରର ଖୁଲତାବାଦ ଗସ୍ତରେ ଥିବା AIMIM ନେତା ଅକବରଉଦ୍ଦିନ ଓଓ୍ବେସୀ ଏହି ସମାଧି ସ୍ଥଳକୁ ପରିଦର୍ଶନ କରିଥିଲେ । ଏହା ପରେ ରାଜନୈତିକ ଉଷ୍ମତା ଜୋର ଧରିଥିଲା । ମହାରାଷ୍ଟ୍ର ନବନିର୍ମାଣ ସେନାର ସ୍ଥାନୀୟ ଜିଲ୍ଲା ସଭାପତି, ଏଠାରେ କାହିଁକି ମୋଗଲ ଶାସକ ଔରଙ୍ଗଜେବଙ୍ଗ ସମାଧି ରହିଛି ବୋଲି ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଥିଲା । ତେବେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥଳକୁ 5 ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.