ETV Bharat / bharat

ଅତିକ ଅହମ୍ମଦର ୧୦୦ କୋଟି ସମ୍ପତ୍ତି ଜବତ କରିବ ED

author img

By

Published : May 9, 2023, 5:42 PM IST

ମୃତ ଅତିକ ଅହମ୍ମଦର ୧୦୦ କୋଟି ସମ୍ପତ୍ତି ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଅଧିକ ପଢନ୍ତୁ

ଅତିକ ଅହମ୍ମଦର ୧୦୦ କୋଟି ସମ୍ପତ୍ତି ଜବତ କରିବ ଇଡି

ଲକ୍ଷ୍ନୌ: ପ୍ରୟାଗରାଜ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ସମ୍ପତ୍ତି ଜବତ ହେବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଅତିକର ୧୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କରିବ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । କୁହାଯାଉଛି ଯେ, ଖୁବଶୀଘ୍ର ମୃତ ଗ୍ୟାଙ୍ଗଷ୍ଟାର ସମତ୍ତି ଜବତ କରାଯିବ । କେବଳ ପ୍ରୟାଗରାଜ ନୁହେଁ, ବରଂ ଅନ୍ୟ ରାଜ୍ୟରେ ଥିବା ତା'ର ସମସ୍ତ ସମ୍ପତ୍ତି ଜବତ ହେବ । ଜବତ ହେବାକୁ ଥିବା ସମ୍ପତ୍ତିଗୁଡିକୁ ଇଡି ଚିହ୍ନଟ କରୁଛି ।

ପ୍ରୟାଗରାଜ ବ୍ୟତୀତ ଅନ୍ୟ ସହର ଦିଲ୍ଲୀ, ନୋଏଡା, ଲକ୍ଷ୍ନୌରେ ଇତ୍ୟାଦି ସ୍ଥାନରେ ଅତିକ ବିପୁଳ ସମ୍ପତ୍ତି ରହିଛି । ବଜାରରେ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ । ସେଗୁଡିକୁ ଖୁବଶୀଘ୍ର ଜବତ କରିବା ପାଇଁ ଚିହ୍ନଟ କରାଯାଉଛି । ତେବେ ଜବତ ହେବାକୁ ଥିବା ସମ୍ପତ୍ତିଗୁଡିକ ମଧ୍ୟରୁ ଅଧିକ ସମ୍ପତ୍ତି ଅତିକ ଅହମ୍ମଦ ନାଁରେ ଥିବା ସୂଚନା ମିଳିଛି । ଏଜେନ୍ସି ହାତରେ ଅତିକର ବେନାମୀ ସମ୍ପତ୍ତିଗୁଡିକର ଦସ୍ତାବିଜ ଲାଗିଛି । ବେନାମୀ ଆକ୍ଟ ଜରିଆରେ ସେସବୁ ଜବତ କରାଯିବ ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୫ରେ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ଅତିକ ଅହମ୍ମଦକୁ ହତ୍ୟା କରାଯାଇଥିଲା । ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିବା ଅତିକ ଓ ତା'ର ଭାଇ ଅସରଫକୁ ପୋଲିସ ଡାକ୍ତରୀ ଯାଞ୍ଚ ପାଇଁ ପ୍ରୟାଗରାଜର ଏକ ହସ୍ପିଟାଲକୁ ନେଉଥିଲା । ଏତିକି ବେଳେ ଅତିକ ଓ ଅସରଫ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ୩ ଜଣ ସୁଟର ସାମ୍ବାଦିକ ବେଶରେ ଆସି ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଏସଆଇଟି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ କରୁଛି ।

ଏହାମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ; ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଅନ୍ୟପଟେ ଫେରାର୍ ଥିବା ଗ୍ୟାଙ୍ଗଷ୍ଟାର ଅତିକର ପତ୍ନୀ ସାଇସ୍ତା ପରବୀନଙ୍କ ମୁଣ୍ଡରେ ପୁରସ୍କାର ରାଶି ରଖିଛି ଉତ୍ତରପ୍ରଦେଶ ପୋଲିସ । ଯିଏ ତାଙ୍କୁ ଧରିବାର ସାହାଯ୍ୟ କରିବ ତାକୁ ୫୦ ହଜାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା ହୋଇଛି । ପ୍ରୟାଗରାଜ ପୋଲିସ ଏଫଆଇଆରେ ଉଲ୍ଲେଖ କରିଛି, ସାଇସ୍ତା ପରବୀନ ନିଜ ସହ ସୁଟର ରଖନ୍ତି । ଉମେଶ ପାଲ ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ସୁଟର ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏନେଇ ଗତ ମେ' ୨ ତାରିଖରେ ପ୍ରୟାଗରାଜ ଧୁମନଗଞ୍ଜ ଇନ୍ସପେକ୍ଟର ରାଜେଶ କୁମାର ମୌର୍ଯ୍ୟ ଏକ ମାମଲା ରୁଜୁ କରିଥିଲେ ଯାହାକି ଅସଦର ସାଙ୍ଗ ଅତୀନ ଜଫର ଗିରଫଦାରୀ ପରେ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.