ETV Bharat / bharat

ଆସାମ ବିଧାନସଭା ନିର୍ବାଚନ, ରାଜନାଥଙ୍କ ଟାର୍ଗେଟରେ କଂଗ୍ରେସ - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆସାମରେ ବିଧାନସଭା ନିର୍ବାଚନ ପାଇଁ ଗତକାଲି ତିନୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
author img

By

Published : Mar 15, 2021, 10:51 AM IST

ଦିସପୁର: ଆଉ କିଛି ଦିନ ପରେ ଆସାମରେ ହେବ ବିଧାନସଭା ନିର୍ବାଚନ । ଆସନ୍ତା ନିର୍ବାଚନ ପାଇଁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସାମ ଗସ୍ତ କରିଥିଲେ । ସେହି ସମୟରେ ଗୋହପୁରରେ ଗୋଟିଏ ରାଲିରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂହ ।

ଦକ୍ଷିଣ-ପୂର୍ବ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । କେହି ଜଣେ ବି ଏମାନଙ୍କ କଥା ଭାବି ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କେବଳ ଏହି ଅଞ୍ଚଳ କଥା ଭାବିଛନ୍ତି । କେନ୍ଦ୍ରର ନେତାମାନଙ୍କୁ ମାସିକ ଏହି ଅଞ୍ଚଳ ଗସ୍ତ କରି ଲୋକଙ୍କ ଭଲମନ୍ଦ ବୁଝିବାକୁ କହିଥାନ୍ତି ବୋଲି ଗୋହପୁରରେ ଜନସଭାରେ ଯୋଗଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଜନସଭାରେ ଯୋଗ ଦେଇ ଦେଶ ଗଠନରେ ଯୋଦ୍ଧା ଲଚିତ ବୋରଫୁକାନ,ସଂଙ୍ଗୀତଜ୍ଞ ଭୁପେନ ହାଜାରିକ ଏବଂ ସ୍ବାଧୀନତା ସଂଗ୍ରାମୀ କମକଲତାଙ୍କ ଉଦାହରଣ ଦେଇ ସେମାନଙ୍କ ଅବଦାନ ବିଷୟରେ କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଆହୁରି କହିଛନ୍ତି ଆସାମ ଏପରି ଯୋଦ୍ଧାଙ୍କୁ ଜନ୍ମ ଦେଇଛି ଯେପରି ଲଚିତ ବୋରଫୁକାନ ଯିଏ ଦେଶ ପାଇଁ ନିଜ ଦାଦାଙ୍କୁ ହତ୍ୟା କରିଥିଲେ । ଦେଶ ପ୍ରଥମେ ବୋଲି ସେ କହିଥିଲେ । ଆମ ସରକାର ଗୀତିକାର ଭୁପେନ ହାଜାରିକଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲା ଯେତେବେଳେ ପୂର୍ବ ସରକାର ତାଙ୍କୁ ଅବହେଳିତ କରିଥିଲା ।

ଏହା ସହିତ ଭାରତର ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଥିବା ସ୍ବାଧୀନତା ସଂଗ୍ରାମୀ କନକଲତାଙ୍କ ନାଁରେ କୋଷ୍ଟ ଗାର୍ଜ ସିପ କରାଯାଇଛି । ଏହା ସହିତ ଆମ ସରକାର ଆସାମିଜ ସମାଜର ପ୍ରତିଷ୍ଠାତା ଶ୍ରୀମନ୍ତ ଶଙ୍କରଦେବଙ୍କୁ ଭୁଲି ନାହିଁ ବୋଲି କହିଛନ୍ତି ।

ଆମ ସରକାର ଆସିଲେ ଆସାମର ଉନ୍ନତି ହେବ ବୋଲି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆସନ୍ତା ମାର୍ଚ୍ଚ 27ରୁ 126ଟି ଆସନ ପାଇଁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.