ଚେନ୍ନାଇ: ଜେଲରେ ସଜା କାଟୁଥିବା କଏଦୀଙ୍କ ଦାନ୍ତ ଓପାଡ଼ି ଦେଉଥିବା ଘଟଣା । ଏଏସପି ବଲଭୀର ସିଂଙ୍କ ବିରୋଧରେ ରାଜ୍ୟ ମାନବ ଅଧିକାର କମିଶନରେ ରୁଜୁ ହେଲା ମାମଲା । ଏହା ସହିତ କେଉଁଠି ଓ କିଭଳି ଅବସ୍ଥାରେ ପୋଲିସ ଅଧିକାରୀ କଏଦୀଙ୍କୁ ଏପରି ନିର୍ଯାତନା ଦେଉଥିଲେ ସେ ନେଇ ତଦନ୍ତ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କୁ ଏଏସପି ଦାନ୍ତ ଓପାଡି ଦେଉଥିବା ଅଭିଯୋଗ ହୋଇଥିଲା ।
ତିରୁନେଲଭେଲି ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ପୋଲିସ ଅଧିକାରୀ ଜଣକ ୩ ହତ୍ୟା ଅଭିଯୁକ୍ତଙ୍କୁ ଏପରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତଙ୍କ ଦାନ୍ତ ଓପାଡ଼ିବା ସହିତ ଶାରୀରିକ ନିର୍ଯାତନା (କଏଦୀଙ୍କ ଗୁପ୍ତାଙ୍ଗକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ) ଦେଉଥିବା ଅଭିଯୋଗ ହୋଇଥିଲା । ତଦନ୍ତ ନାଁରେ କଏଦୀଙ୍କୁ ଏଭଳି ଅଭିଯୋଗ ଦେଉଥିଲେ ଏଏସପି ବଲବୀର ସିଂ । ରାଜ୍ୟ ମାନବ ଅଧିକାର କମିଶନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- 'ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ'
ଏହି ଘଟଣା ସାମ୍ନାକୁ ଆସିବା ପରେ ଡିଜିପି ଶୈଳେନ୍ଦ୍ର ବାବୁ ବଲୱନ୍ତ ସିଂଙ୍କୁ ପଦବୀରୁ ହଟାଇବା ଲାଗି ସୋମବାର ନିର୍ଦ୍ଦେଶ ଦେଇଥିଲେ । ବଲୱନ୍ତ କଏଦୀମାନଙ୍କୁ ଏପରି ଦଣ୍ଡ ଦେଉଥିବା ନେଇ ଅନେକ କଏଦୀ ଅଭିଯୋଗ କରିଥିଲେ । କଏଦୀଙ୍କ ଅଭିଯୋଗ ଅନୁସାରେ ଏଏସପି ବଲୱନ୍ତ ସେମାନଙ୍କ ପାଟିରେ ପଥର ଭରି ଜୋରରେ ପଞ୍ଚ ମାରୁଥିଲେ । ଏହାସହିତ ଜଣେ କଏଦୀଙ୍କ ଗୁପ୍ତାଙ୍ଗକୁ ଆଘାତ ପହଞ୍ଚାଇଥିଲେ । ଉକ୍ତ କଏଦୀ ଜଣକ ନିକଟରେ ବିବାହ କରିଥିବା ନେଇ ମଧ୍ୟ କହିଛନ୍ତି । ଏନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଡିଏସପି ସୂଚନା ଦେଇଛନ୍ତି ।
ତଦନ୍ତ ନାଁରେ କଏଦୀଙ୍କୁ ଏପରି ଶାରୀରିକ ନିର୍ଯାତନାକୁ ପୋଲିସ ଅଧିକାରୀମାନେ ନିନ୍ଦା କରିଛନ୍ତି । ଏନେଇ କିଛି ଫଟୋ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ ଜଣେ କଏଦୀଙ୍କ କଡ଼ ଦାନ୍ତ ଓ ଆଗ ଦାନ୍ତ ଓପଡା ଯାଇଥିବା ସ୍ପଷ୍ଟ ଦେଖାଯାଉଛି । କଏଦୀଙ୍କ ପ୍ରତି ଏଏସପି ବଲୱନ୍ତ ସିଂଙ୍କ ଏପରି ଜୁଲୁମକୁ ସାଧାରଣରେ ଘୋର ନିନ୍ଦା କରାଯିବା ସହିତ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ଦାବି ହୋଇଛି ।