ETV Bharat / bharat

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସଇତାନ କହିଲେ ଓୱେସି; ଗାଜାକୁ ସମର୍ଥନ କରିବାକୁ ମୋଦିଙ୍କୁ ଅପିଲ୍ କଲେ

author img

By ETV Bharat Odisha Team

Published : Oct 15, 2023, 10:14 AM IST

ପାଲେଷ୍ଟାଇନ ସମର୍ଥନରେ ବାହାରିଲେ ଓୱେସି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ସଇତାନ ବୋଲି କହିଲେ । ଅଧିକ ପଢ଼ନ୍ତୁ

ପାଲେଷ୍ଟାଇନ ସମର୍ଥନରେ ବାହାରିଲେ ଓୱେସି
ପାଲେଷ୍ଟାଇନ ସମର୍ଥନରେ ବାହାରିଲେ ଓୱେସି

ହାଇଦ୍ରାବାଦ: ପାଲେଷ୍ଟାଇନର ହମାସ୍ ଗୋଷ୍ଠୀ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ପକ୍ଷର ଘନ ଘନ ରେକଟ୍ ଓ କ୍ଷେପଣାସ୍ତ୍ର ମାଡରେ ମୃତ୍ୟୁସଂଖ୍ୟା ୩ ହଜାର ଟପିଥିବା ବେଳେ ଗାଜାରୁ ହଜାର ହଜାର ଲୋକେ ନିଜର ଘରଦ୍ବାର ଛାଡିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଛି ଭାରତ । ଏବେ ଏହି ଘଟଣାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଓୱେସୀ ପାଲେଷ୍ଟାଇନ ସମର୍ଥନରେ ବାହାରିବା ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସଇତାନ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Israel-Hamas war: ପ୍ରତିଶୋଧ ନେଲା ଇସ୍ରାଏଲ ! ଆକ୍ରମଣରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ

ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଏଆଇଏମଆଇଏମ ମୁଖ୍ୟ କହିଛନ୍ତି, ''ମୁଁ ପାଲେଷ୍ଟାଇନ ସହ ଛିଡା ହୋଇଛି ଏବଂ ରହିବି ମଧ୍ୟ । ଗାଜାର ସାହାସୀ ନାଗରିକମାନଙ୍କୁ ସଲାମ, ଯେଉଁମାନେ ଆଜି ବି ଲଢେଇ ଜାରି ରଖିଛନ୍ତି । ବେଞ୍ଜାମିନ ନେତାନ୍ୟାହୁ ଜଣେ ସଇତାନ, ଅତ୍ୟାଚାରୀ ଏବଂ ଯୁଦ୍ଧ ଅପରାଧୀ । ଆମ ଦେଶରେ ଜଣେ ବାବା ମୁଖ୍ୟମନ୍ତ୍ରୀ କହିଥିଲେ କି ଯିଏ ପାଲେଷ୍ଟାଇନ ନାଁ ନେବ ତା' ବିରୋଧରେ ମାମଲା ରୁଜୁ କରାଯିବ । ହେଲେ ମୁଁ ତାଙ୍କୁ କହିଦେବାକୁ ଚାହେଁ ଯେ, ମୁଁ ଗର୍ବର ସହକାରେ ପାଲେଷ୍ଟାଇନ ପତାକା ସହିତ ଆମର ତ୍ରିରଙ୍ଗା ପତାକା ପିନ୍ଧିଛି । ମୁଁ ପାଲେଷ୍ଟାଇନ ସମର୍ଥନରେ ଛିଡା ହୋଇଛି ।''

ଆହୁରିମଧ୍ୟ ଓୱେସି କହିଛନ୍ତି ଯେ, ପାଲେଷ୍ଟାଇନବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବଦେନ କରିବାକୁ ଚାହୁଁଛି । ପାଲେଷ୍ଟାଇନ କେବଳ ମୁସଲମାନଙ୍କ ପାଇଁ ନୁହେଁ, ଏହା ଏକ ମାନବିକ ପ୍ରସଙ୍ଗ । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଜା ସପକ୍ଷରେ ଛିଡା ହେବାକୁ ଅପିଲ୍ କରିଛନ୍ତି ଓୱେସୀ ।

ଏହାମଧ୍ୟ ପଢନ୍ତୁ: Operation Ajay: ତୃତୀୟ ବ୍ୟାଚରେ ଇସ୍ରାଏଲରୁ ଫେରିଲେ ୧୯୭ ଭାରତୀୟ

ତେବେ ପୂର୍ବରୁ କଂଗ୍ରେସ ମଧ୍ୟ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରି ପାଲେଷ୍ଟାଇନ ପ୍ରତି ସମର୍ଥନ ଘୋଷଣା କରିଥିଲା । ସୋମବାର କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ଦୁଇ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ଆହ୍ବାନ କରିଥିଲା । ସବୁ ପ୍ରକାର ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା । ପାଲେଷ୍ଟାଇନ୍‌ ଲୋକମାନଙ୍କ ନିଜସ୍ବ ଜମି, ସରକାର ଓ ସମ୍ମାନର ସହ ବଞ୍ଚିବା ପାଇଁ ଅଧିକାରକୁ କଂଗ୍ରେସ ସମର୍ଥନ କରୁଛି ବୋଲି କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.