ଚଣ୍ଡିଗଡ: ଦୁର୍ନୀତି ବିରୋଧରେ ଆକ୍ସନ ମୋଡରେ ମାନ ସରକାର । ଆଜି ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ପ୍ରଥମେ ବହିଷ୍କାର ଓ ପରେ ଗିରଫ ପରେ ମାନଙ୍କ ଦୁର୍ନୀତି ବିରୋଧୀ ଶକ୍ତ ଆଭିମୁଖ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି । AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ମାନଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ସେ ଗର୍ବିତ ବୋଲି କହିଛନ୍ତି ।
-
आम आदमी पार्टी देश की एकमात्र पार्टी है जहाँ भ्रष्टाचार और भ्रष्टाचारियों के लिए कोई जगह नहीं है। भ्रष्टाचार के ख़िलाफ़ छोटे भाई भगवंत के फ़ैसले पर हम सबको गर्व है। Press Conference | LIVE https://t.co/Mb2eHrva1b
— Arvind Kejriwal (@ArvindKejriwal) May 24, 2022 " class="align-text-top noRightClick twitterSection" data="
">आम आदमी पार्टी देश की एकमात्र पार्टी है जहाँ भ्रष्टाचार और भ्रष्टाचारियों के लिए कोई जगह नहीं है। भ्रष्टाचार के ख़िलाफ़ छोटे भाई भगवंत के फ़ैसले पर हम सबको गर्व है। Press Conference | LIVE https://t.co/Mb2eHrva1b
— Arvind Kejriwal (@ArvindKejriwal) May 24, 2022आम आदमी पार्टी देश की एकमात्र पार्टी है जहाँ भ्रष्टाचार और भ्रष्टाचारियों के लिए कोई जगह नहीं है। भ्रष्टाचार के ख़िलाफ़ छोटे भाई भगवंत के फ़ैसले पर हम सबको गर्व है। Press Conference | LIVE https://t.co/Mb2eHrva1b
— Arvind Kejriwal (@ArvindKejriwal) May 24, 2022
କେଜ୍ରିଓ୍ବାଲ ଏପରି ନିଷ୍ପତ୍ତି ପାଇଁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଟ୍ବିଟ କରି କେଜ୍ରିଓ୍ବାଲ କହିଛନ୍ତି ‘ତୁମ କାର୍ଯ୍ୟାନୁଷ୍ଠାନ ଆମ ଆଖିରେ ଲୁହ ଭରି ଦେଇଛି । ଆମେ ତୁମ ପାଇଁ ଗର୍ବିତ । ପଞ୍ଜାବରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ତାହା ଆଜି ପ୍ରମାଣିତ ହୋଇଛି।’ ମୂଳରୁ ଦୁର୍ନୀତି ମୁକ୍ତ ପଞ୍ଜାବର ନାରା ଦେଇ କ୍ଷମତାକୁ ଆସିଥିବା ଆମ ଆଦମି ପାର୍ଟି ତାର ଶାସନର ପ୍ରାରମ୍ଭିକ ସମୟରେ ଏକ ଶକ୍ତ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପୋଷଣ ନୀତି ଆପଣାଇଛି ।
ତେବେ ପଞ୍ଜାବରେ ଭଗୱନ୍ତ ମାନ ନେତୃତ୍ବାଧୀନ ଆପ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ ବିଜୟ ସଙ୍ଗଲା । ପୂର୍ବରୁ ତାଙ୍କ ବିରୋଧରେ ଲାଞ୍ଚ ମାଗିବା ଏବଂ ଦୁର୍ନୀତି ଅଭିଯୋଗ ଆସିଥିଲା । ଏନେଇ ସିଙ୍ଗଲାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରଥମେ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ପରେ ତୁରନ୍ତ ବିଜୟ ସିଙ୍ଗଲାଙ୍କୁ ପୋଲିସ ଗିରଫ କରିଥିଲା । ମାନଙ୍କ ଦୁର୍ନୀତି ବିରୋଧରେ ଏପରି କଠୋର ଆଭିମୁଖ୍ୟ ସବୁଠି ଚର୍ଚ୍ଚାର କାରଣ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ