ETV Bharat / bharat

Arunachal Chopper Crash: ସମସ୍ତ ମୃତଦେହ ଉଦ୍ଧାର, ଶେଷ ହେଲା ସର୍ଚ୍ଚ ଅପରେସନ

author img

By

Published : Oct 22, 2022, 10:43 PM IST

ଅରୁଣାଚଳ ପ୍ରଦେଶ ସେନା ହେଲିକପ୍ଟର ଦୁର୍ଘଟଣାରେ ଶେଷ ହେଲା ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ (Arunachal chopper crash rescue ops ends )। 5ମ ତଥା ଶେଷ ମୃତଦେହ ଉଦ୍ଧାର ପରେ ଅପରେସନ ଶେଷ ନେଇ ସେନାର ସୂଚନା । ଶୁକ୍ରବାର ହୋଇଥିଲା କ୍ରାସ । ଅଧିକ ପଢନ୍ତୁ

Arunachal chopper crash: ସମସ୍ତ ମୃତଦେହ ଉଦ୍ଧାର, ଶେଷ ହେଲା ସର୍ଚ୍ଚ ଅପରେସନ

ଇଟାନଗର: ଅରୁଣାଚଳ ପ୍ରଦେଶରେ ଗତକାଲି (ଶୁକ୍ରବାର) ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଶେଷ ତଥା 5ମ ମୃତଦେହ ଉଦ୍ଧାର ହେବା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନକୁ ମଧ୍ୟ ଶେଷ କରାଯାଇଛି । (Arunachal chopper crash rescue ops ends )। ଗତକାଲି (21 ତାରିଖ) ରେ ଏହି ଚପର କ୍ରାସ ଘଟିଥିଲା । ପରେ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ଭାରତୀୟ ବାୟୁସେନା ଓ ସ୍ଥଳ ସେନାର ମିଳିତ ଟିମ । ଆଜି ସମସ୍ତ 5 ମୃତଦେହ ଉଦ୍ଧାର ହେବା ପରେ ଅପରେସନକୁ ଶେଷ କରାଯାଇଥିବା ସ୍ଥଳସେନା ଅଧିକାରୀ ସୂଚନା ଦେଇଛନ୍ତି ।

21 ତାରିଖ (ଶୁକ୍ରବାର) ଭାରତୀୟ ସେନାର ଅତ୍ୟାଧୁନିକ ହାଲୁକା ତଥା ଲଢୁଆ ହେଲିକପ୍ଟର (AHL) ଏକ ରୁଟିନ ଉଡାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅରୁଣାଚଳର ସିଆଙ୍ଗ ଜିଲ୍ଲାଠୁ ୨୫ କିଲୋମିଟର ଦୂର ସିଙ୍ଗିଂ ନିକଟବର୍ତ୍ତୀ ଜଙ୍ଗଲରେ ସମୟ ପ୍ରାୟ ପର୍ବାହ୍ନ ୧୦.୪୦ ମିନିଟରେ ଏହି କ୍ରାସ ହୋଇଥିବା ସେନା କହିଥିଲା । ଏଥିରେ 5 ଜଣ ସେନା କର୍ମଚାରୀ ଥିଲେ (Arunachal chopper crash rescue ops ends )। ଦୁର୍ଗମ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବାରୁ ନିଖୋଜ ଯବାନଙ୍କୁ ଠାବ କରିବା କଷ୍ଟସାଧ୍ୟ ଥିଲା ।

ଭାରତୀୟ ବାୟୁସେନା, ସ୍ଥଳ ସେନା ମିଳିତ ଭାବେ ସର୍ଚ୍ଚ ଓ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ପ୍ରଥମେ ଦୁଇ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଆଜି ଅପରାହ୍ନ ସୁଦ୍ଧା ସମସ୍ତ 5 ମୃତଦେହ ଉଦ୍ଧାର କରିବାରେ ସଫଳତା ମିଳିବା ପରେ ଅପରେସନକୁ ସମାପ୍ତ କରାଯାଇଛି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଅତ୍ୟାଧୁନିକ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର

ନିକଟରେ ଅକ୍ଟୋବର ୫ ତାରିଖରେ ମଧ୍ୟ ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର କାରଣ ଜଣା ପଡିନଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି କିମ୍ବା ପ୍ରତିକୂଳ ପାଗ ପାଇଁ ଅଘଟଣ ଘଟିଥିବା ଅନୁମାନ କରାଯାଉଥିଲା । ଅନୁରୂପ ଭାବେ ଅକ୍ଟୋବର ୧୮ ତାରିଖରେ ଉତ୍ତରାଖଣ୍ଡ ପ୍ରସିଦ୍ଧ କେଦାରନାଥ ଧାମରେ ମଧ୍ୟ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.