ETV Bharat / bharat

Poonch Terror Attack: ୫ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

ରାଜୌରିରେ ଶହୀଦ ୫ ବୀର ଯବାନଙ୍କୁ ଶେଷ ସମ୍ମାନ ଜଣାଇଲା ଭାରତୀୟ ସେନା । ପଞ୍ଜାବର ୪ ଶହୀଦଙ୍କ ପରିବାର ପାଇଁ ୧ କୋଟି ସହାୟତା ରାଶି ଘୋଷଣା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Apr 21, 2023, 8:53 PM IST

Etv Bharat
Etv Bharat

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଞ୍ଚ ଆତଙ୍କୀ ହମଲା ଶହୀଦ ହୋଇଥିବା ୫ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା । ରାଜୌରିରେ ଭାରତୀୟ ସେନା ଶହୀଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇଛି । ଗତକାଲି ସେନା ଗାଡି଼କୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିବା ବେଳେ ଏଥିରେ ୫ଜଣ ଯବାନ ଶହୀଦ ହୋଇଥିଲେ । ଆଜି ସେମାନଙ୍କୁ ସେନା ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଭାରତୀୟ ସେନାର ଅନେକ ବରିଷ୍ଠ ଅଧିକାରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଗୁରୁବାର ଏହି ଆତଙ୍କୀ ହମଲା ହୋଇଥିବା ବେଳେ ୫ଜଣ ଯବାନଙ୍କ ସହିତ କିଛି ଯବାନ ଗୁରୁତର ଆହତ ହୋଇଥିଲେ । ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ରାଜୌରିରେ ପ୍ରବଳ ବର୍ଷା ସାଙ୍ଗକୁ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବାର ସୁଯୋଗ ନେଇ ଭାରତୀୟ ସେନା ଉପରକୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗ୍ରେନେଡ ମାଡ଼ରେ ସେନା ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଫଳରେ ଏଥିରେ ଥିବା ୫ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢନ୍ତୁ- Poonch Attack: ଆତଙ୍କୀ ହାମଲା ପରେ ସେନାର ବଡ ଅପରେସନ୍, 7 ଆତଙ୍କୀଙ୍କୁ ଖୋଜୁଛି ଡ୍ରୋନ

ଶହୀଦ ହୋଇଥିବା ଯବାନମାନେ ହଉଛନ୍ତି ହାବିଲଦାର ମନଦୀପ ସିଂ, ଲାଏନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାଏନ୍ସ ନାଏକ କୁଲୱତ ସିଂ, ଏସଇପି ହରକ୍ରିଷ୍ଣ ସିଂ, ଏସଇପି ସେବକ ସିଂ । ଏହି ସମସ୍ତ ଯବାନ ରାଷ୍ଟ୍ରୀୟ ୟୁନିଟର ସଦସ୍ୟ ଥିଲେ । ଏମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ । ଏହି ୫ଜଣ ଶହୀଦଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ହୋଇଥିବା ବେଳେ ଅନ୍ୟ ୪ ଜଣ ପଞ୍ଜାବର । ପଞ୍ଜାବର ଏହି ଶହୀଦ ବୀର ଯବାନଙ୍କ ପରିବାରକୁ ୧କୋଟି ସହାୟତା ରାଶି ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘୋଷଣା କରିଛନ୍ତି ।

ନର୍ଦଣ୍ଣ କମାଣ୍ଡ ମୁଖ୍ୟାଳୟରୁ ଜାରି ହୋଇଥିବା ବୟାନ ଅନୁସାରେ ଗୁରୁବାର ଅପରାହ୍ନରେ ପୁଞ୍ଚରୁ ପ୍ରାୟ ୬୦ କିମି ଦୂରରେ ଏହି ଆକ୍ରମଣ ଘଟିଥିଲା । ସେନା ଗାଡିଟି ପୁଞ୍ଚରୁ ସାଙ୍ଗିୱଟ ଅଭିମୁଖେ ଯାଉଥିବା ବେଳେ ଭଟା ଧୁରିୟାଁ ନିକଟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କୀ ପ୍ରଥମରେ ସେନା ଗାଡିରୁ ୫୦ ରାଉଣ୍ଡ ଗୁଳି କରିଥିଲେ । ଏହାପରେ ଗ୍ରେନେଡ ମାଡ଼ କରିଥିଲେ । ଗ୍ରେନେଡ୍‌ ମାଡ଼ ଯୋଗୁଁ ସେନା ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଆକ୍ରମଣରେ ଗୁରୁତର ଯବାନଙ୍କୁ ରଜୌରୀ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୫ ବୀର ପୁତ୍ରଙ୍କ ଦେହାନ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.