ETV Bharat / bharat

କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ ନୂଆ ଆଇନମନ୍ତ୍ରୀ

author img

By

Published : May 18, 2023, 10:33 AM IST

Updated : May 18, 2023, 12:15 PM IST

କିରଣ ରିଜିଜୁଙ୍କ ସ୍ଥାନରେ ନୂଆ ଆଇନମନ୍ତ୍ରୀ ହେଲେ ଅର୍ଜୁନ ରାମ ମେଘୱାଲ ।

Etv BharatArjun Ram Meghwal replaces Kiren Rijiju as the Law Minister
Arjun Ram Meghwal replaces Kiren Rijiju as the Law Minister

ନୂଆଦିଲ୍ଲୀ: ମୋଦି କ୍ୟାବିନେଟରେ ବଡ ଅଦଳବଦଳ । ବଦଳିଲେ କେନ୍ଦ୍ର ଆଇନମନ୍ତ୍ରୀ । ଅର୍ଜୁନ ରାମ ମେଘୱାଲ ହେଲେ ନୂଆ ଆଇନମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ଆଇନମନ୍ତ୍ରୀ ଥିଲେ କିରଣ ରିଜିଜୁ । ଏବେ ତାଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-Aryan Khan bribery case: ସମୀର ୱାଙ୍ଖଡେଙ୍କୁ ସିବିଆଇ ସମନ, ଆଜି ହେବେ ହାଜର

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପୁନଃ ବଣ୍ଟନକୁ ଅନୁମୋଦନ କରିଛନ୍ତି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟରେ କିରଣ ରିଜିଜୁଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ବିଜେପି ନେତା ଅର୍ଜୁନ ରାମ ମେଘୱାଲଙ୍କୁ ନୂତନ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟରେ ବର୍ତ୍ତମାନ ନିଯୁକ୍ତ ହୋଇଥିବା କିରଣ ରିଜିଜୁଙ୍କ ସ୍ଥାନ ନେବେ ଅର୍ଜୁନ ରାମ ମେଘୱାଲ । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ ।

2009 ମସିହାରେ ଅଜୁର୍ନ ରାମ ମେଘୱାଲ ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମୋଦିଙ୍କ ମନ୍ତ୍ରଣାଳୟରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ । 2013 ମସିହାରେ ତାଙ୍କୁ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏବେ ତାଙ୍କୁ କେନ୍ଦ୍ର ନୂଆ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା !

ପୂର୍ବରୁ ଆଇନ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁ 2019 ମସିହାରେ ଯୁବ ବ୍ୟାପାର ଏବଂ କ୍ରିଡ଼‌ା ମନ୍ତ୍ରୀ ହୋଇଥିଲେ ।ପରେ 2021ରେ ଆଇନମନ୍ତ୍ରୀ ହୋଇଥିଲେ । ଏହି ପଦରେ ସେ 2ବର୍ଷ ରହିବା ପରେ ଏବେ ତାଙ୍କୁ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । କିରଣ ରିଜିଜୁ ଅରୁଣାଚଳ ପଶ୍ଚିମ ଲୋକସଭା ଆସନରୁ ବିଜେପି ସାଂସଦ ରହିଛନ୍ତି ।

19 ନଭେମ୍ବର 1971ରେ ସେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି । 2004 ଲୋକସଭା ନିର୍ବାଚନରେ ଅରୁଣାଚଳ ପଶ୍ଚିମ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । କିନ୍ତୁ 2019 ଲୋକସବା ନିର୍ବାଚନରେ ସେ ହାରି ଯାଇଥିଲେ । ପରେ 2014ରେ ସେ ପୁଣି ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ ।

Last Updated : May 18, 2023, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.