ETV Bharat / bharat

ମଥାରେ ଚନ୍ଦନ ଲଗାଇ ସ୍କୁଲ ଆସିବାକୁ ଶିକ୍ଷକଙ୍କ ବାରଣ, ଘନେଇଲା ବିବାଦ

ମଧ୍ୟପ୍ରଦେଶରେ ମଥାରେ ଚନ୍ଦନ ଲଗାଇ ସ୍କୁଲ ଆସିବାକୁ ବାରଣ କଲେ ଶିକ୍ଷକ । ଉପୁଜିଲା ବିବାଦ । ଅଧିକ ପଢନ୍ତୁ

author img

By

Published : Jul 9, 2023, 7:22 PM IST

Etv Bharat
Etv Bharat

ଭୋପାଳ: ମଥାରେ ଚନ୍ଦନ ଲଗାଇ ସ୍କୁଲ ଆସିବାକୁ ଶିକ୍ଷକଙ୍କ ବାରଣ । ଚନ୍ଦନ ଲଗାଇ ସ୍କୁଲ ଆସିଲେ ସାଥୀରେ ଟ୍ରାନ୍ସଫର ସାର୍ଟିଫିକେଟ ମଧ୍ୟ ଆଣି ଆସିବାକୁ ଦେଲେ ଧମକ । ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ତେବେ ହିନ୍ଦୁ ଘରେ ଭଗବାନଙ୍କ ଆରାଧନା ସମୟରେ ମଥାରେ ଚନ୍ଦନ ଲଗାଇବା ଏକ ସାଧାରଣ କଥା । ହେଲେ ଛାତ୍ର ଜଣକ ଚନ୍ଦନ ଲଗାଇ ସ୍କୁଲକୁ ଯିବା ପରେ ଶିକ୍ଷକଙ୍କ ଏପରି ବାରଣକୁ ନେଇ ବେଶ ଚର୍ଚ୍ଚା ହେଉଛି ।

ଇନ୍ଦୋର ଚନ୍ଦନ ନଗର ଥାନା ଅଞ୍ଚଳରେ ଶ୍ରୀବାଲ ବିଜ୍ଞାନ ଶିଶୁ ବିହାର ସ୍କୁଲରେ ଘଟିଛି ଏପରି ଘଟଣା । ଏହି ବିଦ୍ୟାଳୟରେ ଛାତ୍ରମାନେ ମଥାରେ ଚନ୍ଦନ ଲଗାଇ ସ୍କୁଲ ଆସିବାକୁ ବାରଣ ଥିବା ସମ୍ପର୍କରେ କଥା ହେଉଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉପୁଜିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଛାତ୍ରକୁ ଚନ୍ଦନ ଲଗାଇବାକୁ ଶିକ୍ଷକ ବାରଣ କରିବା ପରେ ଏହାପରେ ବିଦ୍ୟାଳୟର ଅଧିକାଂଶ ହିନ୍ଦୁ ଛାତ୍ର ଚନ୍ଦନ ଲଗାଇ ସ୍କୁଲକୁ ଆସିଥିଲେ । ଏହାପରେ ଶିକ୍ଷକ ସ୍କୁଲରୁ ବାହାର କରିଦେବା ଲାଗି ଧମକ ଦେଇଥିଲେ । ଛାତ୍ରଙ୍କୁ ଏମିତି ବାରଣ କରୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍କୁଲରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି ।

ଏହା ବି ପଢନ୍ତୁ- ଶିଖ ସମ୍ପ୍ରଦାୟର ଛାତ୍ରକୁ ସ୍କୁଲରେ ପଗଡି ପିନ୍ଧିବାକୁ ବାରଣ, ବରେଲିରେ ଉତ୍ତେଜନା

ଏହି ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରତିକ୍ରିୟାରେ କହିଛନ୍ତି, "ସ୍କୁଲରେ ସମସ୍ତ ଧର୍ମର ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ପିଲାଙ୍କୁ ଚନ୍ଦନ ଲଗାଇ ଆସିବାକୁ ବାରଣ କରାଯାଇଛି । ପ୍ରଥମେ ଜଣେ ଛାତ୍ର ମୁଣ୍ଡରେ ବଡ଼ ଆକାରରେ ଚନ୍ଦନ ଲଗାଇ ଆସିଥିଲା । ଏଣୁ ତାକୁ ବାରଣ କରାଯାଇଥିଲା । ହେଲେ ଏହାପରେ ସ୍କୁଲରେ ପ୍ରାୟ 22 ଜଣ ଛାତ୍ର ଚନ୍ଦ ଲଗାଇ ଆସିଥିଲେ । ଏଥିଲାଗି ସ୍କୁଲରେ ଚନ୍ଦନ ଲଗାଇ ଆସିବାକୁ ବାରଣ କରାଯାଇଥିଲା ।" ସେପଟେ ସ୍କୁଲ ଇନଚାର୍ଜ ପଦ୍ମା ସିସୋଦିଆ ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଯିଏ ଯେଉଁ ଧର୍ମର ସେହି ହିସାବରେ ଆସନ୍ତୁ । ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ । ଏପରି ବିବାଦରୁ ଦୂରେଇ ରୁହନ୍ତୁ ଛାତ୍ରଛାତ୍ରୀ ।"

ସ୍କୁଲ ଇନଚାର୍ଜ ପଦ୍ମା କହିଛନ୍ତି ଯେ ସେ ଗତ 33 ବର୍ଷ ଧରି ସ୍କୁଲ ପରିଚାଳନା କରିଆସୁଛନ୍ତି । ହେଲେ ଏପରି ବିବାଦ କେବେ ଦେଖିନଥିଲେ । ସ୍କୁଲରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ଭିନ୍ନ ଅର୍ଥରେ ନେଉଛନ୍ତି । ଏଣୁ ସେ ଯିଏ ଯେଉଁ ଧର୍ମର ସେହି ହିସାବରେ ଆସିବାକୁ ଅନୁମତି ଦେଇଥିବା କହିଛନ୍ତି । ଏହି ଘଟଣା ଅଭିଭାବକଙ୍କଠୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.