ETV Bharat / bharat

ଡ୍ରଗ ପାର୍ଟିର ନୂଆ ଟ୍ବିଷ୍ଟ: ବିଜେପିର ଆକ୍ଷେପ ପରେ ଆଜି ନୱାବଙ୍କ ପ୍ରେସମିଟ୍ - ମୋହିତ କାମ୍ବ୍ରୋଜଙ୍କ ସାମ୍ବାଦିକ ସମ୍ମିଳନୀ

ଡ୍ରଗ୍ସ ପାର୍ଟି ମାମଲା ଏନସିବିରୁ ଯାଇ ରାଜନୀତିରେ ପହଞ୍ଚିଲାଣି । ଲଗାତାର ଭାବେ ଏନସିପି ନେତା ନୱାବ ମଲିକ ଆରୋପ ପ୍ରତ୍ୟାରୋପ କରୁ ଥିବାବେଳେ ଏବେ ଜଣେ ବିଜେପି ନେତା ସାମ୍ନାକୁ ଆସିଛନ୍ତି ଏବଂ ସେ ମାମଲାର ନୂଆ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

ଡ୍ରଗ ପାର୍ଟିର ନୂଆ ଟ୍ବିଷ୍ଟ: ବିଜେପିର ଆକ୍ଷେପ ପରେ ଆଜି ନୱାବଙ୍କ ପ୍ରେସମିଟ୍

author img

By

Published : Nov 7, 2021, 9:32 AM IST

ମୁମ୍ବାଇ: ଆର୍ଯ୍ୟନ ଖାନ ଜେଲରୁ ମୁକୁଳିବା ପରେ ମଧ୍ୟ ଡ୍ରଗ୍ସ କେସ ଶାନ୍ତ ପଡୁନି । ନାକ୍ରୋଟିକ୍ସରୁ କେସ୍ ପଲିଟିକ୍ସରେ ପହଞ୍ଚିଲାଣି । ଆର୍ଯ୍ୟନ ଗିରଫ ଥିବାବେଳେ ବିଭିନ୍ନ ବୟାନ ଦେଇ ଏନସିପି ନେତା ନୱାବ ମଲିକ କେସକୁ ରାଜନୀତି ମୋଡକୁ ନେଉ ଥିବାବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବିଜେପି ନେତା ମୋହିତ କାମ୍ବ୍ରୋଜ । ସେ ମାମଲାରେ ଆଉ ଜଣେ ଏନସିପି ନେତା ସୁନୀଲ ପାଟିଲଙ୍କୁ ମାଷ୍ଟର ମାଇଣ୍ଡ ବୋଲି କହିଛନ୍ତି ।

  • A member of Sameer Dawood Wankhede's private army just held a Press Conference to misguide and divert the attention from the truth albeit unsuccessfully.
    I will reveal the truth tomorrow

    — Nawab Malik نواب ملک नवाब मलिक (@nawabmalikncp) November 6, 2021 " class="align-text-top noRightClick twitterSection" data=" ">

କାମ୍ବ୍ରୋଜ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରମ ଫିଟାଇ କହିଛନ୍ତି ଯେ, 'ଧୁଲେ ଅଞ୍ଚଳର ଏନସିପି କର୍ମୀ ସୁନୀଲ ପଟେଲ ପୁରା ଘଟଣାର ମାଷ୍ଟର ମାଇଣ୍ଡ । ପାଟିଲଙ୍କ ଜରିଆରେ ବିଜେପିକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଇଛି । ଏନସିବି ନେତାମାନେ ଡ୍ରଗ ମାଫିଆଙ୍କୁ ସମର୍ଥନ କରିବା ସହ ଜଣେ ଅଫିସରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସମସ୍ତେ ଜାଣି ସାରିଛନ୍ତି ।' କାମ୍ବ୍ରୋଜ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ନନେଇ କହିଛନ୍ତି ଯେ, ସେ ଦେଶମୁଖ ଡ୍ରଗ ଚାଲାଣକାରୀଙ୍କ ସହ ସମ୍ପର୍କ ରଖିଥିଲେ, ଯିଏ କି ଦାଉଦ ଇବ୍ରାହିମର ଘନିଷ୍ଠ । ଏନସିପି ଏହାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି କାମ୍ବୋଜ କହିଛନ୍ତି ।

  • BIGGEST EXPOSE in the history of Maharashtra in this Press Conference
    प्रेस वार्ता: महाराष्ट्र के इतिहास का सबसे बड़ा खुलासा https://t.co/avVBCnutBn

    — Mohit Bharatiya ( Mohit Kamboj ) (@mohitbharatiya_) November 6, 2021 " class="align-text-top noRightClick twitterSection" data=" ">

ଏଥିସହ ଏନସିପି ନେତା ସୁନୀଲ ପାଟିଲ ଏବଂ ଅନିଲ ଦେଶମୁଖଙ୍କ ପୁଅ ହୃଷୀକେଶଙ୍କର ମଧ୍ୟ ନିବିଡତା ରହିଛି । ୧୯୯୯୯ ରୁ ୨୦୧୪ ମଧ୍ୟରେ ସୁନୀଲ ବଦଳି ଓ ନିଯୁକ୍ତି ପାଇଁ ଗୃହ ବିଭାଗ ସହ ଏକ ରାକେଟ ଚଳାଉଥିଲେ । ଆର୍ଯ୍ୟନଙ୍କ ଛାଡିବା ପାଇଁ ଲାଞ୍ଚ ଅଭିଯୋଗ କରିଥିବା ସାମ୍ ଡିସୋଜାଙ୍କ ସହ ମଧ୍ୟ ସୁନୀଲଙ୍କ ସମ୍ପର୍କ ଥିବା ସେ କହିଛନ୍ତି । ମୋହିତ ଅଭିଯୋଗ କରିଛନ୍ତି ଯେ, ଅକ୍ଟୋବର 1 ରେ ସୁନୀଲ ପାଟିଲ ସାମ ଡିସୋଜାଙ୍କୁ ଏକ ହ୍ବାଟସ୍ଆପ୍ ମେସଜ୍ ପଠାଇଥିଲେ ଏବଂ କହିଥିଲେ ଯେ କ୍ରୁଜ୍ ପାର୍ଟିରେ ୨୭ ଜଣ ବେଆଇନ ଡ୍ରଗ୍ ସେବନ କରିବାକୁ ଯାଉଛନ୍ତି, ଏନସିବିରେ ଥିବା କୌଣସି ଅଧିକାରୀଙ୍କ ସହ ମୋର ଯୋଗାଯୋଗ କରାଇଦିଅନ୍ତୁ । ଡିସୋଜା ଏହା ପରେ ଡ୍ରଗ୍ସ ବିରୋଧୀ ଏଜେନ୍ସିର ଅଧିକାରୀ ଭି.ଭି ସିଂଙ୍କ ସହ କଥା ହୋଇଥିଲେ ଏବଂ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ ବିକ୍ରୟ ତଥା ବ୍ୟବହାର ବିଷୟରେ ତାଙ୍କୁ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପାଟିଲ ଡିସୋଜାଙ୍କୁ କିରଣ ଗୋସାଭି ନାମକ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଏନସିବି ସହ ସମନ୍ୱୟ ରକ୍ଷା କରିବାକୁ କହିଥିଲେ । ତେବେ ପାଟିଲ ଡ୍ରଗ ପାର୍ଟି ସମ୍ବନ୍ଧରେ କିପରି ଜାଣିଲେ ବୋଲି କାମ୍ବୋଜ ପ୍ରଶ୍ନ କରିଛନ୍ତି ।

କାମ୍ବ୍ରୋଜ ଏହା ବିଜେପିକୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର ବୋଲି କହିବା ସହ ସୁନୀଲଙ୍କ ଏନସିପି ସହ କି ସମ୍ପର୍କ ଅଛି ବୋଲି ପ୍ରଶ୍ନ କରିଛନ୍ତି । ସୁନୀଲ ଏକ ବଡ ହୋଟେଲରେ କରିଥିବା ସୁଟ୍ ବୁକରେ କେଉଁ ନେତାମାନେ ଯୋଗ ଦେଇଥିଲେ ନୱାବ ମଲିକ ଏହାର ଉତ୍ତର ଦିଅନ୍ତୁ ବୋଲି କାମ୍ବୋଜ ଆହ୍ବାନ କରିଛନ୍ତି ।

ତେବେ ଏହାର ଉତ୍ତର ରଖିଛନ୍ତି ନୱାବ । ସମୀର ୱାଙ୍ଖଡେଙ୍କ ବେସାମରୀକ ସେନାର ଜଣେ ସଦସ୍ୟ ସତ୍ୟକୁ ବାଟବଣା କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିବା କଟାକ୍ଷ କରି କହିଛନ୍ତି । କିନ୍ତୁ ସତ୍ୟ କେବେ ଲୁଚି ରହିବ ନାହିଁ । ସେ ଆଜି ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ସତ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.