ETV Bharat / bharat

ମାଆ ଗାଳି ଦେବାରୁ ଗୁଳି କରି ହତ୍ୟା କଲା ପୁଅ

ମାଆ ଗାଳିଗୁଲଜ କରୁଥିବାରୁ ଗୁଳି କରି ହତ୍ୟା କଲା ପୁଅ । ମଧ୍ୟପ୍ରଦେଶରେ ଘଟିଛି ଏହି ଛାତିଥରା ଘଟଣା । ଅଧିକ ପଢନ୍ତୁ

ମାଆକୁ ହତ୍ୟା କଲା ପୁଅ
ମାଆକୁ ହତ୍ୟା କଲା ପୁଅ
author img

By

Published : Jan 18, 2023, 6:57 AM IST

ଭୋପାଳ: ମାଆ ରକ୍ତରେ ହୋଲି ଖେଳିଲା ପୁଅ । ବାରମ୍ବାର ଗାଳିଗୁଲଜ କରୁଥିବାରୁ ମାଆକୁ ମୃତ୍ୟୁଶେଯରେ ଶୁଆଇଲା ପୁଅ । ମଧ୍ୟପ୍ରଦେଶ ଟିକାମଗଡ ଅଞ୍ଚଳରୁ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଗତକାଲି(ମଙ୍ଗଳବାର) ଏଠାରେ ଜଣେ ୧୭ ବର୍ଷୀୟ ନାବାଳକ ନିଜ ମାଆକୁ ଗୁଳି କରି ହତ୍ୟା କରିଛି । ମୃତ ମହିଳା ହେଉଛନ୍ତି ୪୩ ବର୍ଷୀୟ ସପ୍ନା ରାଜକ । ସେ ବିଭିନ୍ନ ସମୟରେ ନିଜ ପୁଅକୁ ଗାଳି ଗୁଲଜ କରିବା ସହ ମାର୍‌ପିଟ୍ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୁକ୍ତ ନିଜ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି ।

ସୂଚନା ମୁତାବକ, ଅଭିଯୁକ୍ତ ନାବାଳକର ବାପା ରମେଶ ରାଜକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ହତ୍ୟାକାଣ୍ଡ ଘଟିବା ସମୟରେ ସେ ଘରେ ନଥିଲେ । ପୋଲିସର କହିବା ଅନୁଯାୟୀ, ନାବାଳକ ନିଜ ମାଆକୁ ଗୁଳି କରି ମାରିବା ପରେ ପୋଲିସକୁ ଫୋନ କରି ଜଣାଇଥିଲା ଏବଂ ସେହି ଠାରେ ହିଁ ବସିରହି ଅପେକ୍ଷା କରିଥିଲା । ପୋଲିସ ପହଞ୍ଚିବା ପରେ ତଳେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସହ ପାଖରେ ଏକ ଚୌକି ଉପରେ ଅଭିଯୁକ୍ତ ଆରାମରେ ବସିଥିବା ଦେଖିବାକୁ ପାଇଥିଲା ।

ଏହାମଧ୍ୟ ପଢନ୍ତୁ: ସୀମା ଟପିଲା ବର୍ବରତା, ପୋଷା କୁକୁରକୁ ବାଇକରେ ବାନ୍ଧି ଘୋଷାଡିଲା ମାଲିକ

ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ କହିଛି, ମୋ ମାଆ ମତେ ଭଲ ପାଉନଥିଲା । ମତେ ଦେଖିବା ମାତ୍ରେ ସେ ଗାଳିଗୁଲଜ କରୁଥିଲା ଓ ମାଡ ମାରୁଥିଲା । ବିଭିନ୍ନ ଉତ୍ସବ ସମୟରେ ମଧ୍ୟ ସେ ଗାଳି ଦେଉଥିଲା । ମାଆର ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ସେ ତାଙ୍କୁ ହତ୍ୟା କରିଛି । ଅଭିଯୁକ୍ତର ବାପା ମଧ୍ୟ ସମାନ କଥା କହିଛନ୍ତି । ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ନାବାଳକକୁ ଥାନାରେ ଅଟକ ରଖିଛି । ଏହା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.