ETV Bharat / bharat

ଆନ୍ଧ୍ର ରାଜ୍ୟପାଳ ହସ୍ପିଟାଲରେ ଭର୍ତ୍ତି, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ କୋଭିଡ ଆକ୍ରାନ୍ତ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ । ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆନ୍ଧ୍ର ରାଜ୍ୟପାଳ ହସ୍ପିଟାଲରେ ଭର୍ତ୍ତି, ଆଶୁଆରୋଗ୍ୟ କମନା କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 17, 2021, 3:57 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ନମୂନା ପରୀକ୍ଷା ପରେ ସେ କୋଭିଡରେ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିବା ଆନ୍ଧ୍ର ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ୮୭ ବର୍ଷୀୟ ହରିଚନ୍ଦନ ବର୍ତ୍ତମାନ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

  • ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ଵଭୂଷଣ ହରିଚନ୍ଦନ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) November 17, 2021 " class="align-text-top noRightClick twitterSection" data=" ">

ବିଜୟଓ୍ବାଡାସ୍ଥିତ ରାଜଭବନରେ ସେ ଗତକାଲି(ମଙ୍ଗଳବାର) ଅସୁସ୍ଥତା ଅନୁଭବ କରିଥିଲେ ହରିଚନ୍ଦନ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଚିକିତ୍ସାଧିକାରୀଙ୍କ ସମେତ ରାଜଭବନ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିବାବେଳେ ହସ୍ପିଟାଲର ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ । ପରେ ରାଜଭବନ କର୍ତ୍ତୃପକ୍ଷ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି । ହରିଚନ୍ଦନଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଥିବା ସୂଚନା ରହିଛି ।

ତେବେ ବିଶ୍ବଭୂଷଣଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଶୁ ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ ଘରୋଇ ହସ୍ପିଟାଲରେ ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଆନ୍ଧ୍ର ସରକାର ଓ ରାଜ୍ୟପାଳଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀମାନେ ସ୍ବତନ୍ତ୍ର ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.