ETV Bharat / bharat

Inspirational Story: ନାହିଁ ହାତ, ପାଟିରେ ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଲେ ଯୁବତୀ

author img

By

Published : Mar 23, 2023, 10:28 PM IST

ହାତ ନଥାଇ ମଧ୍ୟ ସେ ଦକ୍ଷ । ପାଟିରେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଅନେକ ପ୍ରଶଂସକଙ୍କୁ ନିଜର କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି । ଜାଣନ୍ତୁ ଆନ୍ଧ୍ରପ୍ରଦେଶର ଏହି ପ୍ରେରଣାଦାୟୀ ଯୁବତୀଙ୍କ ସମ୍ପର୍କରେ । ଅଧିକ ପଢ଼ନ୍ତୁ

painting pictures with mouth
painting pictures with mouth

ବିଶାଖାପାଟନମ: ହାତ ନଥାଇ ମଧ୍ୟ ସେ ଦକ୍ଷ । ଯେଉଁ କାର୍ଯ୍ୟ ହାତ ଥାଇ ମଧ୍ୟ କିଛି ବ୍ୟକ୍ତି କରିବାକୁ ଅକ୍ଷମ ଥା'ନ୍ତି, ସେ ହାତ ନଥାଇ ମଧ୍ୟ ଖୁବ ସହଜରେ କରିପାରୁଛନ୍ତି । ନିଜକୁ କାହାଠୁ ବି କମ ନୁହେଁ ପ୍ରମାଣିତ କରିବା ଲାଗି ପାଟିରେ ଚିତ୍ର ଆଙ୍କି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର ଜଣେ ଯୁବତୀ କୋଭାଡା ସ୍ବପ୍ନିକା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଇଟିଭି ଭାରତ ସହିତ ସେ ନିଜର ସଂଘର୍ଷ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସ୍ବପ୍ନିକାଙ୍କ ମାଆ ସରସ୍ବତୀ ଓ ପିତା ଆପାରାଓ ଦିନ ମଜୁରିଆ । ସେମାନେ ୩ ଭାଇ ଭଉଣୀ । ସ୍ବପ୍ନିକାଙ୍କ ପରିବାରରେ ଦୁଃଖର ପାହାଡ଼ ଖସି ପଡ଼ିବା ପରି ତାଙ୍କର ପିତାଙ୍କ ଦେହାନ୍ତ ପରେ ମାଆ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ସେମାନେ ଦିନେ ଖାଇଲେ ଆର ଓଳି ଉପାସ ରହୁଥିଲେ । ସବୁଠୁ ଦୁଃଖର କଥା ହେଉଛି ସ୍ବପ୍ନିକା ଜନ୍ମରୁ ଏପରି ନଥିଲେ । ଯେତେବେଳେ ସେ ତାଙ୍କ ମାଆଙ୍କ ସହିତ ଘର ନିର୍ମାଣ ହେଉଥିବା ସ୍ଥାନକୁ ଆସିଥିଲେ, ସେଠାରେ ବିଦ୍ୟୁତ ଆଘାତରେ ଆସିବା ଦ୍ବାରା ତାଙ୍କର ଏପରି ଅବସ୍ଥା ହୋଇଥିଲା । ଯେହେତୁ ତାଙ୍କର ୨ ହାତ ନଷ୍ଟ ହୋଇଯାଇଥିଲା ସେଥିଲାଗି ଡାକ୍ତର ତାଙ୍କ ହାତକୁ କାଟିବାକୁ ବାଧ୍ୟ ହୋଇଥିଲେ । ନଚେତ ଏହା ତାଙ୍କ ଶରୀର ପ୍ରତି ହାନିକାରକ ଥିଲା ।

ଏହା ବି ପଢନ୍ତୁ- ମହିଳାଙ୍କୁ ହତ୍ୟା କରି ମୃତଦେହ ସହ କରୁଥିଲେ ଦୁଷ୍କର୍ମ: 2 ସାଇକୋ-ସିରିଏଲ କିଲର ଗିରଫ

ଏହାପରଠୁ ସ୍ବପ୍ନିକା ନିଜର ୨ ହାତକୁ ହରାଇଥିଲେ । ଏହାପରେ ସେମାନେ ଗାଁକୁ ଫେରିଥିଲେ । ତାଙ୍କର ୨ ହାତ ନଥିବାରୁ ସେ ଲେଖିପାରିବେ ନାହିଁ କହି ସ୍କୁଲରେ ଆଡମିଶନ ମିଳୁନଥିଲା । ଏହାପରେ ସେ ପାଟିରେ କଲମ ଧରି ଲେଖିବା ଆରମ୍ଭ କରିଥିଲେ ଓ ଧୀରେଧୀରେ ସଫଳ ମଧ୍ୟ ହୋଇଥିଲେ । ଏହାପରେ ସେ ପାଟିରେ ଚିତ୍ର ଆଙ୍କିବା ମଧ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ପରେ ମାତ୍ର ସପ୍ତମ ଶ୍ରେଣୀରୁ ସେ ପାଠରେ ଡୋରି ବାନ୍ଧିଥିଲେ । ଏହି ସମୟରେ କିଛି ସମାଜସେବୀ ତାଙ୍କୁ ସହଯୋଗର ହାତ ବଢାଇଥିଲେ । ଏହାପରେ ସେ ପ୍ରତିଦିନ ୪କିମି ଚାଲି ଚାଲି କଲେଜ ପାଠ୍ୟକ୍ରମ ଶେଷ କରିଥିଲେ ।

ହାତ ନଥିବା ସତ୍ତ୍ବେ ନିଜ କାମ ନିଜେ କରିବା ସହ କାହା ଉପରେ ନିର୍ଭରଶୀଳ ନ ହେବା ଲାଗି ମାଆ ସରସ୍ବତୀ ସବୁବେଳେ ସ୍ବପ୍ନିକାଙ୍କୁ ପ୍ରେରଣା ଯୋଗାଉଥିଲେ । ଏଥିଲାଗି ସେ ଆଜି ସଫଳତା ହାସଲ କରିପାରିଥିବା କହିଛନ୍ତି । ଏହାପରେ ସ୍ବପ୍ନିକା ପାଟିରେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଅପଲୋଡ କରିବା ଆରମ୍ଭ କରିଥିଲେ । ଏହାପରେ ଅନେକ ଲୋକ ତାଙ୍କ ନିକଟକୁ ପେଟିଂ କ୍ରୟ କରିବା ଲାଗି ଆସିଥିଲେ । ଏହାପରେ ଧୀରେଧୀରେ ତାଙ୍କ ଫଲୋଅର୍ସ ସଂଖ୍ୟା ବୃଦ୍ଧି ପାଇଥିଲା । YouTubeରେ ତାଙ୍କର ୧.୫ ଲକ୍ଷ ଫଲୋଅର୍ସ ଥିବା ବେଳେ ଇନଷ୍ଟାଗ୍ରାମରେ ୧.୧୩ ଲକ୍ଷ ଓ Mozରେ ୫.୫ ଲକ୍ଷ ଫଲୋଅର୍ସ ରହିଛନ୍ତି । ଚିତ୍ର ଆଙ୍କିବା ସହିତ ସ୍ବପ୍ନିକା ନୃତ୍ୟରେ ମଧ୍ୟ ରୁଚି ରଖନ୍ତି । ସେ ଅନେକ ଟିଭି ଶୋ'ରେ ଅଂଶଗ୍ରହଣ କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.