ETV Bharat / bharat

ନକ୍ସଲଙ୍କ ଆକ୍ରମଣ ପରେ ଆଜି ବିଜାପୁର ଗସ୍ତ କରିବେ ଗୃହମନ୍ତ୍ରୀ

ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ 22 ଯବାନଙ୍କ ଶହୀଦ ପରେ ଆଜି ଶ୍ରଦ୍ଧାଞ୍ଜଳି ଦିଆଯିବ । ସେପଟେ ଆଜି ବିଜାପୁର ଗସ୍ତ କରିବେ ଗୃହମନ୍ତ୍ରୀ ।

ଆଜି ବିଜାପୁର ଗସ୍ତ କରିବେ ଗୃହମନ୍ତ୍ରୀ
ଆଜି ବିଜାପୁର ଗସ୍ତ କରିବେ ଗୃହମନ୍ତ୍ରୀ
author img

By

Published : Apr 5, 2021, 10:10 AM IST

ନୂଆଦିଲ୍ଲୀ: ଆଜି ଶହୀଦ ବୀର ଯବାନଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି । ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ସାଙ୍ଘାତିକ ଷଡଯନ୍ତ୍ରର ଶିକାର ହୋଇ ପ୍ରାଣ ହରାଇଛନ୍ତି 22 ଯବାନ । ଏନେଇ ଆଜି ବିଜାପୁର ଗସ୍ତ କରିବେ ଅମିତ ଶାହ । ଘଟଣାସ୍ଥଳର ପରିଦର୍ଶନ କରିବା ସହ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହା ସହ ଆହତ ଯବାନଙ୍କୁ ହସ୍ପିଟାଲ ଯାଇ ଭେଟିବେ ।

ଶନିବାର ନକ୍ସଲଙ୍କ ଆକ୍ରମଣରେ 22 ଜଣ ଯବାନ ଶହୀଦ ହେବା ସହ 31 ଯବାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ଜଣେ ଯବାନ ନିଖୋଜ ଅଛନ୍ତି । ତେବେ ଏହି ଆକ୍ରମଣ ପରେ ଆଲର୍ଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଉ ମାଓବାଦୀଙ୍କୁ କଡା ଜବାବ ଦେବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି ।

ଗତ ରବିବାର ବିଜାପୁର ନକ୍ସଲ ଆକ୍ରମଣ ପରେ ଗୃହମନ୍ତ୍ରୀ ନିର୍ବାଚନୀ ରାଲି ରଦ୍ଦ କରି ଦିଲ୍ଲୀ ଫେରି ଆସିଥିଲେ । ଏହାପରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଦୀର୍ଘ 1 ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ଏଥିରେ ସିଆରପିଏଫ ସ୍ବତନ୍ତ୍ର ଡିଜିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ନକ୍ସଲ ଆକ୍ରମଣ ଘଟଣାକୁ ନେଇ ବର୍ତ୍ତମାନ ସ୍ଥିତିର ସମୀକ୍ଷା ସହତି ରଣନୀତି ଉପରେ କରାଯାଇଛି ଆଲୋଚନା ।

ସେପଟେ, ଆକ୍ରମଣ ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁ ଯବାନମାନେ ନିଜ ରକ୍ତ ବୁହାଇଛନ୍ତି ସେମାନଙ୍କ ବଳିଦାନ ବୃର୍ଥା ଯିବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.