ETV Bharat / bharat

Rahul On Kedarnath Visit: ୩ ଦିନିଆ କେଦାରନାଥ ଗସ୍ତରେ ରାହୁଲ, ରୁଦ୍ରାଭିଷେକ ସହ କରିବେ ପୂଜାର୍ଚ୍ଚନା

୩ ଦିନିଆ କେଦାରନାଥ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ଅପରାହ୍ନରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

କେଦାରନାଥ ଗସ୍ତରେ ରାହୁଲ
Rahul On Kedarnath Visit
author img

By ETV Bharat Odisha Team

Published : Nov 5, 2023, 5:44 PM IST

ଡେରାଡୁନ: ଆଜିଠୁ ୩ ଦିନିଆ କେଦାରନାଥ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ପାଇଁ ଜୋରଦାର କ୍ୟାମ୍ପେନିଂ ଚାଲିଥିବାବେଳେ ଏଥିରୁ ବିରତି ନେଇ କେଦାରନାଥ ମନ୍ଦିରରେ ଯାଇ ଦର୍ଶନ କରିଛନ୍ତି ରାହୁଲ । ଆଜି ଦିଲ୍ଲୀରୁ ଡେରାଡୁନ୍‌ ଜଲିଗ୍ରାଣ୍ଟ ବିମାନବନ୍ଦରରେ ଅଭିମୁଖେ ସେ ଯାତ୍ରା କରିଥିଲେ । ଆଜି ଅପରାହ୍ନରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ଦଳୀୟ କର୍ମୀ ।

  • 'जय बाबा केदारनाथ'

    आज उत्तराखंड के बाबा केदारनाथ धाम में @RahulGandhi जी ने बाबा केदार के दर्शन किए और देश की सुख-शांति के लिए प्रार्थना की। pic.twitter.com/fdrFxfzB5J

    — Congress (@INCIndia) November 5, 2023 " class="align-text-top noRightClick twitterSection" data=" ">

ଏହାପରେ କେଦାରନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ସେ ୩ ଦିନ ଧରି ରହିବେ । ଏଥିପାଇଁ ଗରହୱାଲ ସ୍ଥିତ ଗେଷ୍ଟ ହାଉସ ବୁକ୍ କରାଯାଇଛି । ସେଠାରେ ସେ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି । ତେବେ ପ୍ରଥମ ଥର ପାଇଁ ରାହୁଲ ସେଠାରେ ରହିବେ ବୋଲି ଜଣାପଡିଛି । ଗୋଟିଏ ପଟେ ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନ ଚାଲିଥିବାବେଳେ କେଦାରନାଥ ଭ୍ରମଣରେ ଯାଇ ପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ରାହୁଲ ।

ପୂର୍ବରୁ ରାହୁଲ ଅମ୍ରିତସରର ସ୍ବର୍ଣ୍ଣ ମନ୍ଦିରକୁ ୩ ଦିନିଆ ଗସ୍ତରେ ଯାଇଥିଲେ । ତାଙ୍କର ଏହି ସରପ୍ରାଇଜ ଗସ୍ତ କଂଗ୍ରେସର ହିନ୍ଦୁତ୍ବ ପ୍ରୀତି ଦିଗରେ ରାଜନୈତିକ ଆଲୋଚନାର ବିଷୟ ପାଲଟିଥିଲା । ସୂଚନା ଅନୁସାରେ, ରାହୁଲ ପୂର୍ବରୁ ୨୦୧୫ ଏପ୍ରିଲରେ ମଧ୍ୟ କେଦାରନାଥ ଦର୍ଶନ କରିଥିଲେ । ୨୦୧୩ରେ କେଦାରନାଥରେ ବନ୍ୟା କାରଣରୁ ଜୀବନ ଯାଇଥିବା ସମସ୍ତ ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିବା କଥା କହିଥିଲେ ।

ଏହା ବି ପଢନ୍ତୁ...Rahul Gandhi visits Golden Temple: ଶ୍ରଦ୍ଧାଳୁଙ୍କ ପାଇଁ ସ୍ବେଚ୍ଛାସେବୀ ହେଲେ ରାହୁଲ, ସଫାକଲେ ବାସନ

ଏହା ବି ପଢନ୍ତୁ...Dream project of PM Modi: କେଦାରନାଥ ଧାମରେ ପ୍ରତିଷ୍ଠା ହେବ ୬ଟନ୍‌ର 'ଓମ୍‌' ପ୍ରତିମା

ଉତ୍ତରାଖଣ୍ଡ କଂଗ୍ରେସ ‘X’ (ଟ୍ବିଟର)ରେ ପୋଷ୍ଟ କରି ଲେଖିଛି, "ରାହୁଲ ଗାନ୍ଧି ବାବା କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି । ବାବା କେଦାରନାଥଙ୍କ ଦର୍ଶନ ସହ ସେ ଦେଶର ସୁଖ, ସମୃଦ୍ଧି କାମନା କରିଛନ୍ତି । ଏହା ତାଙ୍କର ଏକ ଆଧ୍ୟାତ୍ମିକ ଯାତ୍ରା। ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ ଯେ ତାଙ୍କର ଏହି ଯାତ୍ରା ସଫଳ କରନ୍ତୁ। ଜୟ ଶ୍ରୀ କେଦାର।" ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ରାଜ୍ୟର କଂଗ୍ରେସ ଶିବିର ଚଳଚଞ୍ଚଳ ରହିଛି । ଏହିଭଳି ଭାବେ ନିର୍ବାଚନୀ ପ୍ରଚାରରୁ ବିରତି ନେଇ ଅମୃତସର ପରେ ଏବେ କେଦାରନାଥ ଧାମରେ ପହଞ୍ଚିଛନ୍ତି ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.