ETV Bharat / bharat

ବିଦେଶରୁ ୫୦ ହଜାର ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ମଗାଇବ କେନ୍ଦ୍ର

author img

By

Published : Apr 16, 2021, 10:36 AM IST

ବର୍ଦ୍ଧିତ ସଂକ୍ରମଣକୁ ଆଖିଆଗରେ ରଖି କେନ୍ଦ୍ର ସରକାର ବିଦେଶରୁ 50 ହଜାର ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନ ବିଦେଶରୁ ଆମଦାନୀ କରିବେ। ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଜାରି କରାଯିବ। ଅଧିକ ପଢନ୍ତୁ...

ବିଦେଶରୁ ୫୦ ହଜାର ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ମଗାଇବ କେନ୍ଦ୍ର
ବିଦେଶରୁ ୫୦ ହଜାର ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ମଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କୋରୋନା ସଂକ୍ରମଣ। ଏଭଳି ପରିସ୍ଥିତିରେ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି। ତେବେ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ବେଳେ ମେଡିକାଲ ଅକ୍ସିଜେନ ଓ ଇଞ୍ଜେକ୍ସନର ଅଭାବ ଦେଖାଦେଇଛି। ଏନେଇ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦେଶରେ ବର୍ଦ୍ଧିତ ସଂକ୍ରମଣକୁ ଆଖିଆଗରେ ରଖି ସରକାର ବିଦେଶରୁ 50 ହଜାର ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନ ବିଦେଶରୁ ଆମଦାନୀ କରିବେ। ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଜାରି କରାଯିବ।

ନିଆଯାଇଥିବା ମ୍ୟାପିଂକୁ ଆଧାର କରି 4,880 ମେଟ୍ରିକ ଟନ୍, 5,619 ମେଟ୍ରିକ ଟନ୍ ଏବଂ 6,593 ମେଟ୍ରିକ ଟନ୍ ଏହି 12 ଟି ରାଜ୍ୟକୁ ଦିଆଯିବ ବୋଲି ସୂଚିତ କରାଯାଇଛି । ସେହି ସମସ୍ତ ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକ, କେରଳ, ତାମିଲନାଡୁ। ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ରହିଛି। ଏଠାରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ଅଧିକ ଥିବାରୁ ମେଡିକାଲ ଅକ୍ସିଜେନ ସିଲିଣ୍ଡରର ଅଧିକ ଆବଶ୍ୟକ ପଡୁଛି ।

ଯଥାକ୍ରମେ 20 ଏପ୍ରିଲ, 25 ଏପ୍ରିଲ ଏବଂ 30 ଏପ୍ରିଲ ପର୍ଯ୍ୟନ୍ତ ସେମାନଙ୍କର ଧାର୍ଯ୍ୟ ଚାହିଦା ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ ଏ ବାବଦରେ ନିର୍ଦ୍ଦେଶ ଜାରି କରୁଛି ଏବଂ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଏହାକୁ ମଧ୍ୟ ସୂଚିତ କରିବ ବୋଲି ଏଥିରେ କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ଦିନକୁ 2 ଲକ୍ଷରୁ ଅଧିକ ସଂକ୍ରମିତ ଟିହ୍ନଟ ହେଉଛନ୍ତି ।

ସକ୍ରିୟ ମାମଲା 14 ଲକ୍ଷ ମାର୍କ ଅତିକ୍ରମ କରିଛି। ନୂତନ ମାମଲା ସହିତ ଦେଶରେ ମୋଟ ମାମଲା 1,40,74,564 କୁ ବୃଦ୍ଧି ପାଇଛି। ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଏବଂ ଅମ୍ଳଜାନର ଉପଲବ୍ଧତାକୁ ସମୀକ୍ଷା କରିବା ପାଇଁ ଗୁରୁବାର ସଶକ୍ତୀକରଣ ଗୋଷ୍ଠୀ -2 (EG2) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏବଂ ନିଷ୍ପତ୍ତି ନିଆଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.