ETV Bharat / bharat

୩୫ ବର୍ଷ ସେବା ପରେ ଅବସର ନେଲା ଆମ୍ବାସଡର କାର, ସ୍ମୃତି ବଖାଣିଲେ ଚାଳକ

ଦୀର୍ଘ ୩୫ ବର୍ଷ ସେବା ଯୋଗାଇ ଦେବା ପରେ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ବିଭାଗରେ ଥିବା ଶେଷ ଆମ୍ବାସାଡର କାର ଅବସର ନେଇଛି । କାର ସହିତ ଡ୍ରାଇଭର ଜଣକ ମଧ୍ୟ ଅବସର ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 30, 2022, 9:20 AM IST

Ambassador car gets an emotional farewell on retirement

ମୁମ୍ବାଇ: ସମୟ ଥିଲା ସରକାରୀ କର୍ମଚାରୀଙ୍କ ଗର୍ବ ଥିଲା ଆମ୍ବାସଡର କାର । ଏବେ ଯୁଗ ବଦଳିଛି । ଆଧୁନିକ ଯୁଗରେ ସରକାରୀ କାର୍ଯ୍ୟାଳୟରୁ ଧିରେ ଧିରେ ଆମ୍ବାସଡର କାର ଅଦୃଶ୍ୟ ହେବାକୁ ଲାଗିଲାଣି । ହେଲେ ଏବେ ବି କିଛି ଲୋକ ଅଛନ୍ତି ଯାହାଙ୍କ ମନରେ ଘର ନେଇଛି ଏହି କାର । ଦୀର୍ଘ ୩୫ ବର୍ଷ ସେବା ଯୋଗାଇ ଦେବା ପରେ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ବିଭାଗରେ ଥିବା ଶେଷ ଆମ୍ବାସାଡର କାର ଅବସର ନେଇଛି । କାର ସହିତ ଡ୍ରାଇଭର ଜଣକ ମଧ୍ୟ ଅବସର ନେଇଛନ୍ତି । ଉଭୟଙ୍କ ପାଇଁ ଏକ ଛୋଟ ବିଦାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାରଟିକୁ ରଙ୍ଗୀନ ଫୁଲ ଓ ବେଲୁନରେ ସଜା ଯାଇଥିଲା । ଦୃଶ୍ୟଟି ସମସ୍ତଙ୍କୁ ଭାବ ବିହ୍ବଳ କରିଥିଲା ।

୧୬ଜଣ ବ୍ୟବସାୟିକ ପରିଚାଳକଙ୍କୁ ଯୋଗାଇଛି ସେବା...

୧୯୬୦ରୁ ୧୯୭୦ ମଧ୍ୟରେ ଏହି ଚାରି ଚକିଆ ଯାନ ଅନେକଙ୍କ ମନରେ ଘର କରିଥିଲା । ସେହି ସମୟରେ ସବୁଠାରୁ ଲୋକପ୍ରିୟ କାର ମଧ୍ୟରୁ ଗୋଟିଏ ଥିଲା । ରାଜନେତା, ବ୍ୟବସାୟୀ, ଅଭିନେତା ଏବଂ ସେଲିବ୍ରିଟିମାନେ ଏହାକୁ ଭଲ ପାଉଥିଲେ । ଧୀରେ ଧୀରେ ରେଳ କର୍ମଚାରୀଙ୍କ ସେବାରେ ମଧ୍ୟ ଏହା ଲାଗିଲା । ହିନ୍ଦୁସ୍ତାନ ଆମ୍ବାସଡର ଆଗ୍ରଗାମୀ କାର ଥିଲା । ସେଣ୍ଟ୍ରାଲ ରେଲୱେ ଅନୁସାରେ ଗାଡି ନମ୍ବର MFA-7651 22 ଜାନୁଆରୀ 1985ରେ ସେବାରେ ସାମିଲ ହୋଇଥିଲା । ସେହି ସମୟରେ ମୁଟୁ ପାଣ୍ଡି ଅନ୍ଦି ନାଦାର କାର ଡ୍ରାଇଭର ଥିଲେ । ସେବେଠୁ କାରଟି ୩୫ ବର୍ଷ ୧୬ଜଣ ବ୍ୟବସାୟିକ ପରିଚାଳକଙ୍କୁ ସେବା ଯୋଗାଇ ଆସିଛି । ମୋଟାମୋଟି ଭାବେ କହିବାକୁ ଗଲେ ସେମାନଙ୍କ ଦୁଃଖ ସୁଖର ସାଥି ସାଜିଛି ଏହି କାର । ଆଉ ମୁଟୁ ପାଣ୍ଡି ଅନ୍ଦି ନାଦାର ହିଁ ଏକମାତ୍ର ଡ୍ରାଇଭର ଭାବେ କାରଟିକୁ ଚଳାଇ ଆସିଛନ୍ତି ।

ଆମ୍ବାସଡର କାରକୁ ବିଦାୟ...

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି ଯେ ଆଜି କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନ ପାଇଁ ଆମ୍ବାସାଡର କାରର ଶେଷ ଦିନ ଥିଲା । ଗତ 35 ବର୍ଷ ଧରି, ଏହା ବହୁ ବରିଷ୍ଠ ବାଣିଜ୍ୟିକ ପରିଚାଳକଙ୍କ ସେବାରେ ଥିଲା । ଆଜି ଏକ ଐତିହାସିକ ସ୍ମୃତି ଭାବରେ ରେଳ କର୍ତ୍ତୃପକ୍ଷ କାରଟିକୁ ବିଦାୟ ଦେଇଛନ୍ତି । ସେମାନଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି । ଗାଡି ଡ୍ରାଇଭର ମୁଟୁ ପାଣ୍ଡି ଅନ୍ଦି ନାଦାର ମଧ୍ୟ ଅବସର ନେଉଛନ୍ତି । ଆଜି ଏହି ଶେଷ ଆମ୍ବାସଡର କାରକୁ ସେଣ୍ଟ୍ରାଲ୍ ରେଲୱେ କ୍ୟାରି ରୋଡ୍ କବାଡିଖାନାକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ରେଲୱେ ବିଭାଗ ।

କାର ସହ ଥିଲା ଅନେକ ସ୍ମୃତି...

ଖାଲି ସେବା ନୁହେଁ ଅନେକ ସ୍ମୃତିର ସାକ୍ଷୀ ଥିଲା ଏହି କାର । ଗାଡି ଚାଳକ କହିଛନ୍ତି ମୁଁ ଏହି କାର ସହିତ ୩୫ ବର୍ଷ ଧରି ଜଡିତ ଥିଲି । ଏତେ ବର୍ଷ ଭିତରେ ଏହା ସହିତ ମୋର ଭଲ ସ୍ମୃତି ରହିଛି । ମୋ ଗାଡି କେବେ ଦୁର୍ଘଟଣାଗ୍ରସ୍ତ ହୋଇନାହିଁ । କେବେ ଅଟକି ନାହିଁ । ୧୯୯୨ରୁ ୧୯୯୬ ଯାଏଁ କେନ୍ଦ୍ରୀୟ ରେଳବାଇର ସିନିୟର କମର୍ସିଆଲ୍ ମ୍ୟାନେଜର ଅଶୋକ କୁମାରଙ୍କ ସେବାରେ ଥିଲା । ଏହା ପରେ ଅନେକ ବାଣିଜ୍ୟିକ ପରିଚାଳକଙ୍କ ସେବା କରିଆସୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.