ETV Bharat / bharat

Amarnath Yatra: ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ

author img

By

Published : Jul 9, 2023, 1:12 PM IST

ଖରାପ ପାଗ ଯୋଗୁଁ କ୍ରମାଗତ ତୃତୀୟ ଦିନରେ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

Amarnath Yatra 2023
Amarnath Yatra 2023

ଶ୍ରୀନଗର: ପବିତ୍ର ଅମରନାଥ ଯାତ୍ରା ସ୍ଥଗିତ ରହିଛି । ଖରାପ ପାଗ ଯୋଗୁଁ କ୍ରମାଗତ ତୃତୀୟ ଦିନ ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫସି ରହିଛନ୍ତି । ପ୍ରବଳ ବର୍ଷା ଲାଗି ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରି ନାହାନ୍ତି । ତେବେ ଶନିବାର ଠାରୁ ଦକ୍ଷିଣ କାଶ୍ମୀର ପହଲଗାମ ଏବଂ ଉତ୍ତର କାଶ୍ମୀର ବାଲ୍ଟାଲରେ ପ୍ରବଳ ବର୍ଷା ଜାରି ରହିଛି । ଅନ୍ୟପଟେ ଜମ୍ମୁ-ଶ୍ରୀନଗର ରାଜପଥରେ ଥିବା ପନ୍ଥଆଲ ଟନେଲ ନିକଟରେ ଥିବା ରାସ୍ତା ଧସି ଯାଇଥିବାରୁ ରାଜପଥ ବନ୍ଦ ରହିଥିବା ନେଇ ସୂଚନା ମିଳିଛି ।

ଆଜି ସକାଳେ କୌଣସି ତୀର୍ଥଯାତ୍ରୀଙ୍କୁ ଉଭୟ ବେସ୍ କ୍ୟାମ୍ପରୁ ଗୁମ୍ଫା ମନ୍ଦିର ଆଡକୁ ଯିବାକୁ ଅନୁମତି ଦିଆଯାଇ ନଥିଲା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ତେବେ ପାଗରେ ଉନ୍ନତି ଆସୁଥିବାରୁ ଆଜି ସ୍ଥିତିର ସମୀକ୍ଷା କରାଯିବ । ଏ ପର୍ଯ୍ୟନ୍ତ 87,000ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ କରିସାରିଛନ୍ତି ।

ପ୍ରକାଶ ଥାଉକି, ତୀର୍ଥଯାତ୍ରୀମାନେ ଦକ୍ଷିଣ କାଶ୍ମୀର ପହଲଗାମ ମାର୍ଗ ଦେଇ ହିମାଳୟ ଗୁମ୍ଫା ମନ୍ଦିରରେ ପହଞ୍ଚିଥାନ୍ତି । ଏଥିପାଇଁ ପହଲଗାମ ବେସ୍ କ୍ୟାମ୍ପରୁ 43 କିଲୋମିଟର ଆରୋହଣ କରିବାକୁ ପଡିଥାଏ କିମ୍ବା ଉତ୍ତର କାଶ୍ମୀରର ବାଲ୍ଟାଲ ବେସ୍ କ୍ୟାମ୍ପରୁ 13 କିଲୋମିଟର ଆରୋହଣ କରାଯାଇଥାଏ । ପାରମ୍ପରିକ ପହଲଗାମ ମାର୍ଗ ବ୍ୟବହାର କରି ଯାଉଥିବା ଯାତ୍ରୀ ଗୁମ୍ଫା ମନ୍ଦିରରେ ପହଞ୍ଚିବା ପାଇଁ 3-4 ଦିନ ସମୟ ନେଇଥାନ୍ତି । କିନ୍ତୁ ବାଲ୍ଟାଲ ମାର୍ଗରେ ଯାଉଥିବା ତୀର୍ଥଯାତ୍ରୀ ସମୁଦ୍ର ପତ୍ତନ ଠାରୁ 3,888 ମିଟର ଉଚ୍ଚରେ ଅମରନାଥଙ୍କୁ ଦର୍ଶନ କରି ସେହିଦିନ ବେସ କ୍ୟାମ୍ପ ଫେରିଆସନ୍ତି । ଉଭୟ ରାସ୍ତାରେ ଯାତ୍ରୀମାନଙ୍କ ପାଇଁ ହେଲିକପ୍ଟର ସେବା ମଧ୍ୟ ଉପଲବ୍ଧ ରହିଛି ।

ଏହା ମଧ୍ୟ ପଢନ୍ତୁ- Amarnath Yatra 2023: ଆଜିଠୁ ଅମରନାଥ ଯାତ୍ରା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

ପ୍ରତିବର୍ଷ ଜୁଲାଇରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥାଏ । ଅମରନାଥ ଗୁମ୍ଫାରେ ଆବିର୍ଭୂତ ହୋଇଥିବା ମହାଦେବଙ୍କ ବରଫ ସ୍ବରୂପ ମହାଲିଙ୍ଗକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ଆଶଙ୍କା ମଧ୍ୟରେ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରନ୍ତି । ଚଳିତ ବର୍ଷ 62 ଦିନିଆ ଅମରନାଥ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହୋଇ ଅଗଷ୍ଟ 31ରେ ଶ୍ରାବଣ ପୂର୍ଣ୍ଣିମା ପର୍ବ ସହିତ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.