ETV Bharat / bharat

Amarnath Yatra 2023: ଜୁଲାଇ ପହିଲାରୁ ଆରମ୍ଭ, ଆଜିଠାରୁ ପଞ୍ଜୀକରଣ

author img

By

Published : Apr 17, 2023, 4:12 PM IST

ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଜୀକରଣ । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ସୁବିଧା ଉପଲବ୍ଧ । ଏଥର ସ୍ବାସ୍ଥ୍ୟ ପ୍ରମାଣପତ୍ର ଜରୁରୀ । ଅଧିକ ପଢନ୍ତୁ

Amarnath Yatra 2023: ଜୁଲାଇ ପହିଲାରୁ ଆରମ୍ଭ, ଆଜି ଠାରୁ ପଞ୍ଜୀକରଣ

ଶ୍ରୀନଗର: ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ପବିତ୍ର ଅମରନାଥ ଯାତ୍ରା । ଏଥିପାଇଁ ଆଜି (ସୋମବାର) ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି 62 ଦିନବ୍ୟାପୀ ହେବାକୁ ଥିବା ଯାତ୍ରା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଅଗଷ୍ଟ 31ରେ ଶେଷ ହେବ । ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ପଞ୍ଜୀକରଣ କରିବାକୁ ହେବ । ଉଭୟ ଅନ-ଲାଇନ ଓ ଅଫ-ଲାଇନ ମାଧ୍ୟମରେ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ ।

ଗୁମ୍ଫା ମଧ୍ୟରେ ବାବା ଅମରନାଥ
ଗୁମ୍ଫା ମଧ୍ୟରେ ବାବା ଅମରନାଥ

ଅଫଲାଇନ ପାଇଁ 542 ଟି ବ୍ୟାଙ୍କରେ ସୁବିଧା: ସାରା ଦେଶରେ ମୋଟ 542ଟି ବ୍ୟାଙ୍କରେ ଅଫଲାଇନ ମୋଡରେ ଏହି ପଞ୍ଜୀକରଣ ସୁବିଧା ଉପଲବ୍ଧ କରାଯାଇଛି । ଏହି ପ୍ରକ୍ରିୟାରେ ପଞ୍ଜାବ ନ୍ୟାସାନାଲ ବ୍ୟାଙ୍କ ସକ୍ରିୟ ଭୂମିକା ଗ୍ରହଣ କରିଛି । ଏହାର ଦେଶବ୍ୟାପୀ ମୋଟ 316 ଶାଖାରେ ଏହି ସୁବିଧା ଉପଲବ୍ଧ ଅଛି । ସେହିପରି ଜେକେ ବ୍ୟାଙ୍କର 90ଟି ଶାଖା, ୟେସ୍‌ ବ୍ୟାଙ୍କର 37 ଓ ଷ୍ଟେଟ ବ୍ୟାଙ୍କର ମୋଟ 99 ଶାଖା କାର୍ଯ୍ୟାଳୟରେ ଯାତ୍ରୀମାନେ ପଞ୍ଜୀକରଣ ସୁବିଧା ପାଇପାରୁଛନ୍ତି । ସେହିପରି ଅନଲାଇନ ମାଧ୍ୟମରେ ମଧ୍ୟ ଶ୍ରୀ ଅମରନାଥ ସ୍ରିନି ବୋର୍ଡର ଅଫିସିଆଲ ଓ୍ବେବସାଇଟରେ ବେଶ ସହଜରେ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ ।

ଉଭୟ ମାର୍ଗରେ ହେବ ଯାତ୍ରା: ଉଭୟ ଅନନ୍ତନାଗ ଜିଲ୍ଲାର ପହଲଗାମ ମାର୍ଗ ଓ ଗନ୍ଦରବାଲ ଜିଲ୍ଲାର ବାଲତାଲ ମାର୍ଗ ଦେଇ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଏହି ଦୁଇ ମାର୍ଗରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ମେଡିକାଲ ଓ ରିଲିଫ କ୍ୟାମ୍ପ ପରି ଅନ୍ୟ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରାଯିବ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ବଳ ମୁତୟନ ରହିବେ ।

ଫିଙ୍ଗର ପ୍ରିଣ୍ଟ ଓ ମେଡିକାଲ ସାର୍ଟିଫିକେଟ୍‌ ବାଧ୍ୟତାମୂଳ: ଚଳିତବର୍ଷ ପଞ୍ଜୀକରଣ ପ୍ରକ୍ରିୟାରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ପଞ୍ଜୀକରଣ ଆଧାର କାର୍ଡ ଆଧାରିତ ହେବା ସହ ଅଂଶଗ୍ରହଣ କରିବାକୁ ଥିବା ଯାତ୍ରୀଙ୍କ ଫିଙ୍ଗର ପ୍ରିଣ୍ଟ ମଧ୍ୟ ରହିବ । ଏଥର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଥର ପରି ଗାଇଡ ଲାଇନ୍‌ ମଧ୍ୟ ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ବର୍ଗର ଶ୍ରଦ୍ଧାଳୁଙ୍କ କ୍ଷେତ୍ରରେ ଯାତ୍ରା ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ଜନିତ ଅଘଟଣକୁ ରୋକିବା ପାଇଁ ଚଳିତ ଥର ମେଡିକାଲ ସାର୍ଟିଫିକେଟ୍‌ ବାଧ୍ୟତାମୂଳ କରାଯାଇଛି ।

13 ରୁ 70 ବର୍ଷ ମଧ୍ୟରେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଅଂଶଗ୍ରହଣ କରିପାରିବେ ଓ ସମସ୍ତଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ, କିମ୍ବା ଇଚ୍ଛୁକ ଶ୍ରଦ୍ଧାଳୁ ଯେକୌଣସି ସ୍ବସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶରେ ଥିଲେ ଯାତ୍ରା କରିବା ପାଇଁ ଅନୁମତି ପାଇବେ ନାହିଁ । ମାର୍ଚ୍ଚ 14 ରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ପବିତ୍ର ଯାତ୍ରା ପାଇଁ ତାରିଖ ଘୋଷଣା କରିବା ସହିତ ଏହି ଯାତ୍ରାକୁ ଆହୁରି ସୁବ୍ୟବସ୍ଥିତ ଓ ଅଘଟଣ ମୁକ୍ତ କରିବାକୁ ଯୋଜନା ରହିଥିବା ପ୍ରକାଶ କରିଥିଲେ ।

କୋଭିଡ ସଂକ୍ରମଣ ପରେ ଏହା ଦ୍ବିତୀୟ ବର୍ଷ: ପ୍ରଚିବର୍ଷ ଜୁଲାଇରେ ଏହି ଏହି ପବିତ୍ର ଯାତ୍ରା ଆରମ୍ଭ ହୋଇଥାଏ । ଏଥିରେ ଅମରନାଥ ଗୁମ୍ଫାରେ ଆଭିର୍ଭୂତ ହୋଇଥିବା ମହାଦେବଙ୍କ ବରଫ ସ୍ବରୂପ ମହାଲିଙ୍ଗକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିନ୍ତି । ହିମାଳୟ ପାର୍ବତ୍ୟଞ୍ଚଳରେ ପ୍ରବଳ ତୁଷାରପାତ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ଆଶଙ୍କା ମଧ୍ୟରେ ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରନ୍ତି । କୋଭିଡ ସଂକ୍ରମଣ କାରଣରୁ 2 ବର୍ଷ ବନ୍ଦ ପଡିଥିବା ଏହି ଯାତ୍ରା ଗତବର୍ଷଠାରୁ ପୁନଃ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.