ଜୟପୁର: ଓଡିଶାରେ ସହିଦ୍ ହେଲେ ରାଜସ୍ଥାନ ଯବାନ । ଏକ ସେନା ଅପରେସନ ସମୟରେ ଏହି ଯବାନଙ୍କ ମୃତ୍ୟୁ ଘଟିଥିଲା (Rajasthan son martyred in Orissa) । ସହିଦ ଯବାନ ହେଉଛନ୍ତି ରାଜସ୍ଥାନ ଅଲୱରର ରାକେଶ ଯାଦବ । ରାକେଶ ବିଏସଏଫ(BSF)ରେ ଡିଏସପି ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ପାର୍ଥିବ ଶରୀର ପୈତୃକ ଗାଁକୁ ଅଣାଯାଇ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି ।
ସୂଚନା ଅନୁଯାୟୀ, ଓଡିଶାରେ ଏକ ସେନା ଅପରେସନ ଚାଲୁଥିବା ସମୟରେ ରାକେଶ ସହିଦ୍ ହୋଇଯାଇଛନ୍ତି । ରବିବାର ଅପରାହ୍ନ ୩ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଜଣାଇଛନ୍ତି । ରବିବାର ଦିନ ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ମିଳିଥିଲା । ସୋମବାର ଦିନ ରାକେଶଙ୍କ ପାର୍ଥିବ ଶରୀର ବିଶାଖାପାଟଣାରୁ ଦିଲ୍ଲୀ ନିଆଯାଇଥିଲା । ପରେ ସେଠାରୁ ତାଙ୍କ ପୈତୃକ ଗାଁକୁ ଅଣାଯାଇଥିଲା ।
ପାର୍ଥିବ ଶରୀରରେ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ରାଜକୀୟ ସମ୍ମାନ ସହ ଏସଡିଏମ, ଡେପୁଟି ଏସପି, ସ୍ଥାନୀୟ ବିଧାୟକ ଏବଂ ଶତାଧିକ ଲୋକଙ୍କ ଉପସ୍ଥିତିରେ ରାକେଶଙ୍କ ଅନ୍ତିମ ସଂସ୍କାର ହୋଇଛି ।