ETV Bharat / bharat

ପର୍ଯ୍ୟଟକଙ୍କ ନଜରରେ ଲାକ୍ଷାଦ୍ବୀପ, ଅଧିକ ବିମାନ ଉଡାଇବ ଆଲିଆନ୍ସ ଏୟାର - Tourism

Additional Alliance Air flights to Lakshadweep: ବଢୁଛି ଲାକ୍ଷାଦ୍ବୀପର ଚାହିଦା । 2ଟି ଅତିରିକ୍ତ ବିମାନ ଉଡାଇବ ଆଲିଆନ୍ସ ଏୟାର । ସ୍ପାଇସଜେଟ ମଧ୍ୟ ଆରମ୍ଭ କରିବ ବିମାନ ସେବା । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ନଜରରେ ଲାକ୍ଷାଦ୍ବୀପ, ଅଧିକ ବିମାନ ଉଡାଇବ ଆଲିଆନ୍ସ ଏୟାର

author img

By ETV Bharat Odisha Team

Published : Jan 13, 2024, 6:57 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଓ ମାଳଦ୍ବୀପର ପ୍ରତିକ୍ରିୟା ପରେ ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଲାକ୍ଷାଦ୍ବୀପ । ପର୍ଯ୍ୟଟକଙ୍କ ଆଗ୍ରହ ଓ ଚାହିଦାକୁ ଦେଖି ଲାକ୍ଷାଦ୍ବୀପକୁ ଅଧିକ ବିମାନ ଉଡାଇବା ପାଇଁ ଘୋଷଣା କରିଛି ଆଲିଆନ୍ସ ଏୟାରଲାଇନ୍ସ । ଏହି ଏୟାରଲାଇନ୍ସ ଏକମାତ୍ର ବିମାନ କମ୍ପାନୀ ଭାବେ ଲାକ୍ଷାଦ୍ବୀପକୁ ଉଡାଣ ସେବା ଯୋଗାଇ ଆସୁଛି । ଏବେ କମ୍ପାନୀ କୋଚିରୁ ଲାକ୍ଷାଦ୍ବୀପର ଅଗାତି ମଧ୍ୟରେ ସପ୍ତାହରେ ଦୁଇଟି ଅତିରିକ୍ତ ବିମାନ ଉଡାଣ କରିବ ।

ଆଜି କମ୍ପାନୀ ଏହି ଘୋଷଣା ଏକ୍ସ ମାଧ୍ୟମରେ କରିଛି । ସପ୍ତାହରେ ଦୁଇଦିନ (ବୁଧବାର ଓ ରବିବାର)ରେ ଦୁଇଟି ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରି ଅଗାତିରେ ଅବତରଣ କରିବ ଓ ପରେ ପୁଣି କୋଚି ଫେରିବ । ଏହି ସେବା କେବଳ ପର୍ଯ୍ୟଟନ ଋତୁ ପାଇଁ କମ୍ପାନୀ ଘୋଷଣା କରିଛି । ଏହି ସେବା ଚଳିତ 21 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 27 ପର୍ଯ୍ୟନ୍ତ ଜାରି ରହିବା ନେଇ ଏୟାର ଲାଇନ୍ସ କହିଛି । ଅନ୍ୟପଟେ ଏହି ଏହି କମ୍ପାନୀ ଦୈନିକ ଗୋଟିଏ 70 ସିଟର ବିମାନ କୋଚିରୁ ଅଗାତିକୁ ଉଡାଣ କରୁଛି । ଏବେ ଆଉ ଦୁଇ ବିମାନ ଉଡାଣ ସୂଚୀରେ ଯୋଡି ହେବାକୁ ଯାଉଛି । ଏହା ପୂର୍ବରୁ ଦେଶର ଅନ୍ୟତମ ବଜେଟ ଏୟାରଲାଇନ୍ସ ‘ସ୍ପାଇସଜେଟ’ ମଧ୍ୟ ଲାକ୍ଷାଦ୍ବୀପକୁ ଦୁଇଟି ବିମାନ ଉଡାଣ ଆରମ୍ଭ କରିବା ପାଇଁ ଘୋଷଣା କରିଛି । ଏହି ସେବା କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନା ଅଧୀନରେ ହେବା ନେଇ କମ୍ପାନୀ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ :- ବାଧକ ସାଜିଲା କୁହୁଡ଼ି, ଢାକାରେ ଜରୁରୀ ଅବତରଣ କଲା ମୁମ୍ୱାଇ-ଗୌହାଟୀ ଇଣ୍ଡିଗୋ ବିମାନ

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଓ ମାଳଦ୍ବୀପ ବିବାଦ ପରେ ଅଧିକାଂଶ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଗସ୍ତ କ୍ୟାନସଲ କରିଛନ୍ତି । ଏହା ସହ ଲାକ୍ଷାଦ୍ବୀପ ପ୍ରତି ପର୍ଯ୍ୟଟକଙ୍କର ଅଦ୍ଭୁତପୂର୍ବ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି । ଆରବ ସାଗରରେ ଥିବା ଭାରତର କ୍ଷୁଦ୍ରତମ ଦ୍ବୀପପୂଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଲାକ୍ଷାଦ୍ବୀପ । ଏହାକୁ କେବଳ କେରଳରୁ ହିଁ ଯୋଗାଯୋଗ ସୁବିଧା ରହିଛି । କୋଚି ବିମାନ ବନ୍ଦର ଓ କ୍ରୁଜ ଟର୍ମନାଲରୁ ଜାହାଜ କିମ୍ବା ବିମାନ ମାଧ୍ୟମରେ ଏଠାକୁ ଯିବାକୁ ପଡେ । ଆଲିଆନ୍ସ ଏୟାରଲାଇନ୍ସର ଏକମାତ୍ର ବିମାନ କମ୍ପାନୀ ଭାବେ ସେବା ଯୋଗାଉଥିବା ବେଳେ ଏହିକ୍ରମରେ ଅନ୍ୟ ଏୟାରଲାଇନ୍ସ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.