ETV Bharat / bharat

ସମାଜାବାଦୀ ପାର୍ଟିର ଅନ୍ନ ସଙ୍କଳ୍ପ: କ୍ଷମତାକୁ ଆସିଲେ ସମସ୍ତ ଶସ୍ୟ ପାଇଁ MSP - ସମାଜବାଦୀ ପାର୍ଟିର ଅନ୍ନ ସଙ୍କଳ୍ପ

ଚାଷୀଙ୍କ ପାଇଁ ବିପୁଳ ପ୍ରତିଶ୍ରୁତି ଦେଲା ସମାଜବାଦୀ ପାର୍ଟି । ଦଳ କ୍ଷମତାକୁ ଆସିଲେ ସମସ୍ତ ଶସ୍ୟ ପାଇଁ ଲାଗୁୁ ହେବ MSP । ଚାଷୀଙ୍କ ନାମରୁ ମାମଲା ପ୍ରତ୍ୟାହାର କରିବା ସହ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ଅଖିଳେଶ । କହିଲେ ବିଜେପି ହରାଇବୁ ଓ ରାଜ୍ୟରୁ ହଟାଇବୁ । ଅଧିକ ପଢନ୍ତୁ

ସମାଜାବାଦୀ ପାର୍ଟିର ଅନ୍ନ ସଙ୍କଳ୍ପ: କ୍ଷମତାକୁ ଆସିଲେ ସମସ୍ତ ଶଷ୍ୟ ପାଇଁ MSP

author img

By

Published : Jan 17, 2022, 9:36 PM IST

ଲକ୍ଷ୍ନୌ: ଚାଷୀଙ୍କୁ ବିପୁଳ ପ୍ରତିଶ୍ରୁତି ଦେବା ସହ ବିଜେପିକୁ ପ୍ରଦେଶରୁ ହଟାଇବା ପାଇଁ ପ୍ରତିଜ୍ଞା କଲା ସମାଜବାଦୀ ପାର୍ଟି (ସପା) । ଆଜି ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅନ୍ନ ସଙ୍କଳ୍ପରେ ହାତରେ ଗହମ ଓ ଧାନ ଧରି ଏହି ସଙ୍କଳ୍ପ ନେଇଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ବିଜେପିର ଚାଷୀ ମାରଣ ନୀତି ଓ କାର ଚଢାଇ ଚାଷୀଙ୍କୁ ହତ୍ୟା କରିଛି ବୋଲି ଦଳ ଅଭିଯୋଗ କରିବା ସହ ଚାଷୀମାନେ ବିଜେପିକୁ ରାଜ୍ୟ କ୍ଷମତାରୁ ହଟାଇବେ ବୋଲି କହିଛନ୍ତି ଅଖିଳେଶ । ସେହିପରି ସାରା ଦେଶରେ ଲାଗି ରହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦାବିକୁ ନେଇ ରାଜ୍ୟର ଚାଷୀଙ୍କୁ ବଡ ପ୍ରତିଶ୍ରତି ମଧ୍ୟ ଦେଇଛନ୍ତି ଅଖିଳେଶ ।

ଆଜିର କାର୍ଯ୍ୟକ୍ରମରେ ହାତରେ ଶସ୍ଯ ଧରି ପାର୍ଟି ମୁଖ୍ୟ ଅଖିଳେଶ କହିଛନ୍ତି, ଯଦି ରାଜ୍ୟରେ ତାଙ୍କ ଦଳ ସମାଜବାଦୀ ପାର୍ଟି କ୍ଷମତାକୁ ଆସେ, ତେବେ ସମସ୍ତ ଶସ୍ୟ ପାଇଁ ସର୍ବନିମ୍ନ ସାହୟକ ମୂଲ୍ୟ (MSP) ଲାଗୁ କରାଯିବ । କେବଳ ଏତିକି ନୁହେଁ ଯଦି ଆବଶ୍ୟକ ପଡେ ଆଖୁ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ଏହି MSP ରାଶି ପ୍ରଦାନ କରାଯାଇପାରେ । ସେହିଭଳି ଚାଷୀଙ୍କୁ ଜଳ ସେଚନ ପାଇଁ 300 ୟୁନିଟ୍ ପର୍ଯ୍ୟାନ୍ତ ମାଗଣା ବିଦ୍ୟୁତ୍ ମଧ୍ୟ ଉପଲବ୍ଧ କରାଇବ ତାଙ୍କ ସରକାର । ସେ ଆହୁରି କହିଛନ୍ତି, ଚାଷୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବା ସହ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଚାଷୀଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରିବ ତାଙ୍କ ସରକାର ।

ଅଖିଳେଶ କହିଛନ୍ତି, କୃଷକ ଓ ରାଜ୍ୟର କୃଷି କ୍ଷେତ୍ରରେ ସମୃଦ୍ଧତା ଆଣିବା ପାଇଁ ଯାହା ଆବଶ୍ୟକ ତାହା କରିବା ଦିଗରେ କେବେ ପଛଘୁଞ୍ଚା ଦେବ ନାହିଁ । ସେହିପରି ସେ ଆଜିର କାର୍ଯ୍ୟକ୍ରମରେ ମୁଦ୍ରାସ୍ପିତି ଓ ବଜାର ଦର ନେଇ ମଧ୍ୟ ବିଜେପି ସରକାରକୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଦ୍ୱିଗୁଣିତ ହୋଇଛି, କିନ୍ତୁ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ ବୋଲି କହି ବିଜେପିକୁ ପ୍ରଶ୍ନ କରିଛନ୍ତି ଅଖିଳେଶ ।

ସେହିପରି ନିଜର ନିର୍ବାଚନୀ ଇସ୍ତାହାର ପତ୍ର ସମ୍ପର୍କରେ ମଧ୍ୟ ସୂଚନା ଦେଇ ଅଖିଳେଶ କହିଛନ୍ତି, ବିଜେପି ତାର ଘୋଷଣାପତ୍ର ସାମ୍ନାକୁ ଆଣି ସାରିବା ପରେ ସପା ତାର ଇସ୍ତାହର ଘୋଷଣା କରିବ । ଅପର୍ଣ୍ଣା ଯାଦବଙ୍କୁ ବିଜେପି ଟିକେଟ୍ ପ୍ରଦାନ କରିବା ପ୍ରସଙ୍ଗରେ ମଧ୍ୟ ଅଖିଳେଶ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବ୍ୟଙ୍ଗାତ୍ମକ ଢଙ୍ଗରେ ଉତ୍ତର ଦେଇ ଅଖିଳେଶ କହିଛନ୍ତି, ସେ ଖୁସି ଯେ ବିଜେପି ତାଙ୍କ ପରିବାର ବିଷୟରେ ଅଧିକ ଚିନ୍ତା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.