ETV Bharat / bharat

NSA ଡୋଭାଲଙ୍କ ଦମଦାର ରଣନୀତି, ପଛକୁ ହଟିଲା ଚୀନ

ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳରେ ଥିବା ପର୍ବତ ଶୃଙ୍ଗକୁ କବଜା କରିବା କ୍ଷେତ୍ରରେ ଭାରତୀୟ ରଣନୀତି ସମ୍ପୂର୍ଣ୍ଣ ମାମଲାରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି । ତେବେ ଏହି ରଣନୀତି ଆଉ କେହି ନୁହେଁ ବରଂ ଏହା ପଛରେ ରହିଛି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହାତ । ଅଧିକ ପଢନ୍ତୁ...

ଚୀନର ପଛକୁ ହଟିବା ପଛରେ ରହିଛି NSA ଡୋଭାଲଙ୍କ ରଣନୀତି

author img

By

Published : Feb 25, 2021, 10:37 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଦିର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ପଛକୁ ହଟିସାରିଛି ଚୀନ ସେନା । ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି । ତେବେ କୁହାଯାଉଛି ଯେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳରେ ଥିବା ପର୍ବତ ଶୃଙ୍ଗକୁ କବଜା କରିବା କ୍ଷେତ୍ରରେ ଭାରତୀୟ ରଣନୀତି ସମ୍ପୂର୍ଣ୍ଣ ମାମଲାରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି । ତେବେ ଏହି ରଣନୀତି ଆଉ କେହି ନୁହେଁ ବରଂ ଏହା ପଛରେ ରହିଛି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହାତ ।

ସରକାରୀ ସୂତ୍ରର ସୂଚନା ଅନୁଯାୟୀ, ସୀମା ବିବାଦ ମଧ୍ୟରେ ଏନଏସଏ ଅଜିତ ଡୋଭାତଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ପ୍ରତିରକ୍ଷା ଷ୍ଟାଫ ମୁଖ୍ୟ ଜେନେରାଲ ବିପିନ ରାୱତ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ ମଧ୍ୟ ସାମିଲ ଥିଲେ । ବୈଠକରେ ଅଗଷ୍ଟର ଅଧାରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ରଣନୈତିକ ଶୃଙ୍ଗ କବଜା କରିବା ପାଇଁ ଏକ ଗେମ ଚେଞ୍ଜର ପ୍ଲାନିଂ କରାଯାଇଥିଲା ।

ବୈଠକ ସମୟରେ ରେଜାଙ୍ଗ ଲା, ରେଚନ ଲା, ହେଲମେଟ ଟପ, ଓ ଅକି ଲା ସମେତ ଦକ୍ଷିଣ କୂଳ ସ୍ଥିତ ଶୃଙ୍ଗ କବଜା ପାଇଁ ପରାମର୍ଶ ଦିଆଯାଇଥିଲା । ଏଭଳି କରିବା ପଛରେ କାରଣ ଥିଲା ଯେ ଚୀନକୁ ଆଲୋଚନା ପାଇଁ ବାଧ୍ୟ କରିବା । ପରେ ଯୋଜନା ମୁତାବକ ତାହା ହିଁ ହୋଇଥିଲା । ଶେଷରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ସ୍ଥିତ ଶୃଙ୍ଗକୁ କବଜା କରିନେଇଥିଲେ ଭାରତୀୟ ଯବାନ । ଯାହା ଚୀନ ପକ୍ଷରୁ ଜାରି ଗତିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା ।

ଏହି ପ୍ଲାନ ଦ୍ବାରା ଚୀନ ଉପରେ ଚାପ ବଢିବାକୁ ଲାଗିଲା, କାରଣ ଭାରତ ଏପରି କରି ଡ୍ରାଗନ ସାମ୍ନାରେ ଦେଖାଇଥିଲା ନିଜ ପରାକ୍ରମ । କେବଳ ଏତିକି ନୁହେଁ, ଚୀନ ସହ ଗତିରୋଧ ମଧ୍ୟରେ ଭାରତୀୟ ବାୟୁସେନା ବି ଥିଲା ବେଶ ସକ୍ରିୟ । ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଉତ୍ତର ସୀମା ଅଞ୍ଚଳରେ ଚୀନର ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ସ୍ଥିତି ଉପରେ ନଜର ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.