ETV Bharat / bharat

ଦିଲ୍ଲୀରେ ଚାଲିଛି ସୁରକ୍ଷା ବୈଠକ: ଭାଗ ନେଲେ ୭ ଦେଶ, ଆସିଲେନି ଚୀନ-ପାକିସ୍ତାନ - Delhi Regional Security Dialogue

ଆଜି ବସିଛି ଆଞ୍ଚଳିକ ସୁରକ୍ଷା ବୈଠକ । ଅଧ୍ୟକ୍ଷତା କରୁଛନ୍ତି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଆଫଗାନିସ୍ତାନର ସୁରକ୍ଷା ସ୍ଥିତି ଉପରେ କରାଯାଉଛି ଆଲୋଚନା । ଅଧିକ ପଢନ୍ତୁ...

ଆଜି ବସିଛି ଆଞ୍ଚଳିକ ସୁରକ୍ଷା ବୈଠକ; ଫୋକସରେ ଆଫଗାନିସ୍ତାନ ସୁରକ୍ଷା

author img

By

Published : Nov 10, 2021, 12:56 PM IST

ନୂଆଦିଲ୍ଲୀ: ଆଜି ବସିଛି ଆଞ୍ଚଳିକ ସୁରକ୍ଷା ବୈଠକ । ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଏକଜୁଟ ହୋଇଛନ୍ତି ୭ଟି ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା । NSA ସ୍ତରୀୟ ଏହି ଆଞ୍ଚଳିକ ସୁରକ୍ଷା ବୈଠକରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ ଅଧ୍ୟକ୍ଷତା କରୁଛନ୍ତି । ଏଥିରେ ଇରାନ, ଋଷିଆ, ଉଜବେକିସ୍ତାନ(Uzbekistan ), ତୁର୍କମେନିସ୍ତାନ(Turkmenistan), ତାଜିକସ୍ତାନ(Tajikistan) ଏବଂ କାଜଖସ୍ଥାନ(Kazakhstan) ପ୍ରମୁଖ ୭ ଦେଶର NSA ସାମିଲ ହୋଇଛନ୍ତି ।

୭ଟି ରାଷ୍ଟ୍ରର ସୁରକ୍ଷା ଉପଦେଷ୍ଟା ତାଲିବାନୀ ଶାସନଧୀନ ଆଫଗାନିସ୍ତାନର ସୁରକ୍ଷା ସ୍ଥିତି ଉପରେ ଆଲୋଚନା କରୁଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକକୁ ଦିଲ୍ଲୀ ଡାଇଲଗର ନାମ ଦିଆଯାଇଛି ।

NSA ସ୍ତରୀୟ ଏହି ଆଞ୍ଚଳିକ ସୁରକ୍ଷା ବୈଠକରେ ଅଂଶଗ୍ରହଣ ପାଇଁ ଭାରତ ଚୀନ ଏବଂ ପାକିସ୍ତାନକୁ ମଧ୍ୟ ପ୍ରସ୍ତାବ ଦେଇଥିଲା । ହେଲେ ଦୁଇ ରାଷ୍ଟ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ବୈଠକରେ ସାମିଲ ହେବାକୁ ମନା କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.