ETV Bharat / bharat

Karnataka Assembly Polls: ୧୩ରୁ ୧୫ ଆସନରେ ନିର୍ବାଚନ ଲଢିବ AIMIM - ଏଆଇଏମଆଇଏମ

ଆସନ୍ତା ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଉତ୍ତର କର୍ଣ୍ଣାଟକର ୧୩ରୁ ୧୫ ସିଟରେ ନିର୍ବାଚନ ଲଢିବ ଏଆଇଏମଆଇଏମ । ଅଧିକ ପଢନ୍ତୁ

Karnataka Assembly Polls
Karnataka Assembly Polls: ୧୩ରୁ ୧୫ ଆସନରେ ନିର୍ବାଚନ ଲଢିବ AIMIM
author img

By

Published : Dec 13, 2022, 9:43 AM IST

ହାଇଦ୍ରାବାଦ: ଆସନ୍ତା ବର୍ଷ ୨୦୨୩ ମେ ମାସରେ ହୋଇପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କର୍ଣ୍ଣାଟକ ବିଜୟ ପାଇଁ ଏବେଠୁ ସଜବାଜ ହେଲେଣି ରାଜନୈତିକ ଦଳ। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଲଢିବ ଏଆଇଏମଆଇଏମ(AIMIM) । ଉତ୍ତର କର୍ଣ୍ଣାଟକର ୧୩ରୁ ୧୫ ସିଟରେ AIMIM ନିର୍ବାଚନ ଲଢିବା ନେଇ ଦଳର ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ଚଳିତ ମାସ ଶେଷ ସପ୍ତାହରେ କର୍ଣ୍ଣାଟକର ହୁବାଲି ଗସ୍ତରେ ଯାଇପାରନ୍ତି ଓଓ୍ବେସୀ ।

ମିଳିଥିବା ସୂଚନା ଅନୁଯାୟୀ, ବିଜୁପୁର ସହରର ହୁବାଲି -ଧରୱାଡ (ପଶ୍ଚିମ),ହୁବାଲି -ଧରୱାଡ (ସେଣ୍ଟ୍ରାଲ), ହୁବାଲି -ଧରୱାଡ (ପୂର୍ବ), ବେଲଗାମ୍ (ଉତ୍ତର), ବିଦାର, ୟାଦଗିର, ରାଇଚୁର, ଗୁଲବର୍ଗା (ଉତ୍ତର କିମ୍ବା ଦକ୍ଷିଣ) ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବରାଜ ବମ୍ମାଇଙ୍କ ନିର୍ବାଚନମଣ୍ଡଳୀ ଶିଗଗାଓଁରେ ନିର୍ବାଚନ ଲଢିବା ନେଇ ଦଳ ଏକ ଲିଷ୍ଟ ପ୍ରସ୍ତୁତ କରିଛି ।ଏହି ନିର୍ବାଚନୀ ମଣ୍ଡଳୀ ଗୁଡିକରେ ମୁସଲମାନ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ AIMIM ଦଳ ନିର୍ବାଚଳ ଲଢିବ । ୨୦୧୮ ବିଧାନସଭା ନିର୍ବାଚନରେ ଦଳ ଜନତା ଦଳକୁ ସମର୍ଥନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ଏସଆଇଙ୍କୁ ମାଡ ମାରିଲେ ଆଇନଜୀବୀ ସ୍ବାମୀ

କଂଗ୍ରେସର ନଜରରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଅଧିକ ସିଟ ହାତେଇ ସରକାର ଗଠନ କରିଛି । ତେଣୁ ଏବେ କଂଗ୍ରେସର ନଜରରେ କର୍ଣ୍ଣାଟକ ଉପରେ । ଏନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତକାଲି କର୍ଣ୍ଣାଟକ କଂଗ୍ରେସର ନେତାମାନେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଏକାଠି ହୋଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାରଗେ ଙ୍କ ଅଧ୍ୟକ୍ଷତାରେ ଆଗାମୀ ନିର୍ବାଚନ ପାଇଁ ରଣନୀତି କିପରି ହେବେ ସେନେଇ ଆଲୋଚନା କରାଯାଇଥିଲା । ପ୍ରାୟ ୬ ଘଣ୍ଟା ଧରି ବୈଠକ ଚାଲିଥିଲା । କର୍ଣ୍ଣାଟକ କଂଗ୍ରେସର ବହୁ ନେତା ବୈଠକରେ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.