ETV Bharat / bharat

କୋଭାକ୍ସିନର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳୁନାହାଁନ୍ତି ସ୍ବେଚ୍ଛାସେବୀ - କୋରୋନା ଟୀକା ପରୀକ୍ଷଣ ପାଇଁ ମିଳୁନାହାଁନ୍ତି ସ୍ବେଚ୍ଛାସେବୀ

ଦେଶରେ କୋରୋନା ଟୀକା କୋଭାକ୍ସିନକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦେଖାଦେଇଛି ସମସ୍ୟା । ଅଧିକ ପଢନ୍ତୁ...

କୋଭାକ୍ସିନର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳୁନାହାଁନ୍ତି ସ୍ବେଚ୍ଛାସେବୀ

author img

By

Published : Dec 20, 2020, 4:06 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଟୀକା କୋଭାକ୍ସିନକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଆସନ୍ତା ବର୍ଷ ଟୀକା ଆସିବା ନେଇ ସମସ୍ତେ ଆଶାବାଦୀ । ଏପରି ସ୍ଥଳେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା କୋଭାକ୍ସିନକୁ ନେଇ ଦେଖାଦେଇଛି ସମସ୍ୟା । ହ୍ୟୁମାନ ଟ୍ରାଏଲ ପାଇଁ ମିଳୁନାହାଁନ୍ତି ସ୍ବେଚ୍ଛାସେବୀ । ଟୀକା ପରୀକ୍ଷଣରେ ଦେଖାଦେଇଛି ବାଧା । ଆମ ଦେଶର ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ସଫଳତା ସହ ଦୁଇଟି ପର୍ଯ୍ୟାୟ ପାର କରିଦେଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଏବେ ଦିଲ୍ଲୀ ସ୍ଥିତ ଏମ୍ସ କର୍ମଚାରୀଙ୍କୁ ସ୍ବେଚ୍ଛାସେବୀଙ୍କୁ ଖୋଜିବା କଷ୍ଟକର ହୋଇପଡିଛି ।

ସାରା ବିଶ୍ବ କୋରୋନା ଟୀକାକୁ ନେଇ ଚାତକ ପରି ଅନେକ ବସିଛି । ଏପରି ସ୍ଥିତିରେ ସ୍ବେଚ୍ଛାସେବୀ ନ ମିଳିବା ଏବେ ଚିନ୍ତାର କାରଣ ପାଲଟିଛି । ଟୀକାକୁ ମଞ୍ଜୁରୀ ଦେବା ପୂର୍ବରୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ଯାଞ୍ଚ କରିବାକୁ ଟୀକାର ପରୀକ୍ଷା କରାଯାଇଥାଏ । ତେବେ କୋଭାକ୍ସିନ ପର୍ଯ୍ୟାୟ ସଫଳତା ସହ ଅତିକ୍ରମ କରିଛି, ତୃତୀୟ ପର୍ଯ୍ୟାୟ ପାଇଁ ସ୍ବେଚ୍ଛାସେବୀ ନ ମିଳିବା ଯୋଗୁଁ ପରୀକ୍ଷଣ ଧିମେଇ ଯାଇପାରେ ।

ଦିଲ୍ଲୀ ଏମ୍ସ ସ୍ଥିତ ଦେଶର 12 ଟି ସ୍ଥାନରେ କୋଭାକ୍ସିନର ଅନ୍ତିମ ପର୍ଯ୍ୟାୟ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି । ଏହି ପର୍ଯ୍ୟାୟ ପାଇଁ ପାଖାପାଖି 1500 ସ୍ବେଚ୍ଛାସେବୀଙ୍କ ଆବଶ୍ୟକତା ରହିଛି । ହେଲେ ଏଥିପାଇଁ ମାତ୍ର 200 ସ୍ବେଚ୍ଛାସେବୀ ପଞ୍ଜିକୃତ କରିଛନ୍ତି । ସ୍ବେଚ୍ଛାସେବୀଙ୍କ ଏପରି ଉଦାସୀନ ମନୋଭାବକୁ ନେଇ ଏମ୍ସର ହ୍ୟୁମାନ ଟ୍ରାଏଲ ସଂଯୋଜକ କମ୍ୟୁନିଟି ମେଡିସିନର ପ୍ରଫେସର ସଞ୍ଜୟ ରାୟ ଖୁସି ନଥିବା କହିଛନ୍ତି ।

ଯେଉଁପର୍ଯ୍ୟନ୍ତ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଶେଷ ନ ହୋଇଛିସ ସେ ପର୍ଯ୍ୟନ୍ତ ଟୀକାକରଣର ସୁରକ୍ଷା ଓ ଦକ୍ଷତା ସମ୍ବନ୍ଧୀୟ ତଥ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏପରି ସ୍ଥିତିରେ ଭ୍ୟାକସିନ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଟୀକାକରଣ ଦେବାକୁ କ୍ଲିୟରାନ୍ସ ଦେବେ ନାହିଁ । ଏହା ଦ୍ବାରା ଟୀକାକରଣ ପାଇଁ ବହୁ ବିଳମ୍ବ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.