ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ନାମରେ ମେଡିକାଲ କଲେଜ, ବାଣ ମାରିଲେ ବିରୋଧୀ - ପ୍ରଧାନମନ୍ତ୍ରୀଙ୍କୁ କେଟିଆରଙ୍କ ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମେଡିକାଲ କଲେଜ । ଗୁଜୁରାଟ ଅହମ୍ମଦାବାଦରେ ଏକ ମେଡିକାଲ କଲେଜର ନାମକୁ ବଦଳା ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି । ଅଧିକ ପଢନ୍ତୁ

Ahmedabad civic body run medical college
ପ୍ରଧାନମନ୍ତ୍ରୀଙ୍କ ନାମରେ ଏହି ମେଡିକାଲ କଲେଜ
author img

By

Published : Sep 16, 2022, 5:54 PM IST

Updated : Sep 16, 2022, 6:21 PM IST

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦର ମଣିନଗରରେ ଥିବା ଏକ ମେଡିକାଲ କଲେଜର ନାମ ପରିବର୍ତ୍ତନ କରାଯାଇଛି । ଏଏମସି ମେଡିକାଲ କଲେଜ 'AMC MET Medical College' ଭାବରେ ପରିଚୟ ହାସଲ କରିଥିବା କଲେଜର ନାମ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ଧାରାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଛି । ଟିଆରଏସ କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।

  • LG medical college in Ahmedabad renamed as Narendra Modi medical college!

    Already Sardar Patel stadium has been renamed as Narendra Modi stadium

    If FM Nirmala Ji has her way, RBI may soon be ordered to print new currency notes where Mahatma Gandhi Ji will be replaced by Modi Ji

    — KTR (@KTRTRS) September 16, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି କେଟିଆର କହିଛନ୍ତି, ଅହମ୍ମଦାବାଦର ଏଲଜି ମେଡିକାଲ କଲେଜର ନାମ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି । ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନାମିତ ହୋଇ ସାରିଛି । ଯଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଧାରା ଆରମ୍ଭ କରିବେ ତେବେ ଆରବିଆଇକୁ ନୂଆ ନୋଟ ଛାପିବାକୁ ନିର୍ଦ୍ଦେଶ ଦେଇପାରିବେ । ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ମୋଦିଙ୍କ ଫଟୋ ରଖିପାରିବେ ।''

Ahmedabad civic body run medical college
ପ୍ରଧାନମନ୍ତ୍ରୀଙ୍କ ନାମରେ ଏହି ମେଡିକାଲ କଲେଜ

ଏହା ବି ପଢନ୍ତୁ...ସୁପ୍ରିମକୋର୍ଟରେ ୧୪ ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ

ପୂର୍ବ ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନାମିତ କରାଯାଇଥିଲା । ଏହାକୁ ନେଇ ବିରୋଧୀ ମୋଦି ସରକରାଙ୍କୁ ସମାଲୋଚନା କରିଥିଲେ । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତେଣୁ ଏହା ତାଙ୍କ ନାମରେ ନାମିତ ହୋଇଥିବା କହିଛନ୍ତି ମୁନସିପାଲଟି କର୍ପୋରେସନ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ହିତେଶ ବାରୋତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2022, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.