ETV Bharat / bharat

'ମେକ୍ ଇନ୍ ଇଣ୍ଡିଆ' ପରେ ମୋଦିଙ୍କ ନୂଆ ନାରା 'ୱେଡ ଇନ୍‌ ଇଣ୍ଡିଆ'

author img

By ETV Bharat Odisha Team

Published : Dec 8, 2023, 8:34 PM IST

ଉତ୍ତରାଖଣ୍ଡରେ ଆୟୋଜିତ ଗ୍ଲୋବାଲ ଇନଭେଷ୍ଟ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି 'ୱେଡ ଇନ ଇଣ୍ଡିଆ' ପାଇଁ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

Wed In India
Wed In India

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଆୟୋଜିତ ଗ୍ଲୋବାଲ ଇନଭେଷ୍ଟର ସମ୍ମିଳନୀରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ମୋଦି ଯୁବପିଢିଙ୍କୁ 'ୱେଡ ଇନ୍‌ ଇଣ୍ଡିଆ' ପାଇଁ ଆହ୍ବାନ ଦେଇଛନ୍ତି । କୁହାଯାଏ ଭଗବାନ ଯୋଡି ବନାନ୍ତି । ତେବେ ଦେବଭୂମି ଉତ୍ତରାଖଣ୍ଡକୁ ଛାଡ଼ି ଯୁବପିଢି ଜୀବନ ସାଥୀ ବିଦେଶରୁ କାହିଁକି ଚୟନ କରୁଛନ୍ତି । ଉତ୍ତରାଖଣ୍ଡ ଅର୍ଥନୀତିର ଅଭିବୃଦ୍ଧି ପାଇଁ ସ୍ଥାନୀୟ ଅଞ୍ଚଳରେ ବିବାହ କରିବା ଲାଗି ଯୁବବର୍ଗଙ୍କୁ ମୋଦି ପରାମର୍ଶ ଦେଇଛନ୍ତି ।

  • आज Make in India जैसा ही एक मूवमेंट Wed in India का भी होना चाहिए। pic.twitter.com/8QyodzIGJk

    — Narendra Modi (@narendramodi) December 8, 2023 " class="align-text-top noRightClick twitterSection" data=" ">

ସମ୍ମିଳନୀରେ ଯୁବବର୍ଗଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, "ଭଗବାନଙ୍କ ପାଦଦେଶ (ଉତ୍ତରାଖଣ୍ଡ)ରେ ରହି ଯୁବପିଢି କାହିଁକି ବିଦେଶରୁ ଜୀବନ ସାଥୀ ଚୟନ କରୁଛନ୍ତି । ସେମାନେ ଦେବଭୂମି ଉତ୍ତରାଖଣ୍ଡ ସମେତ ଦେଶର ଯେକୌଣସି ଧାର୍ମିକ ସ୍ଥଳରେ ବିବାହ କରିବା ଉଚିତ । 'ମେକ ଇନ ଇଣ୍ଡିଆ' ଭଳି ଯୁବପିଢି 'ୱେଡ ଇନ ଇଣ୍ଡିଆ'କୁ ଅନୁସରଣ କରିବା ଉଚିତ । ବିଶ୍ବାସ ରହିଛି ଭଗବାନ ଯୋଡି ବନାଇଥାନ୍ତି । ଏଣୁ ଯୁବପିଢି ନିଜ ଜୀବନ ସାଥୀ ଭାରତରେ ହିଁ ବାଛନ୍ତୁ ।"

ଏହା ବି ପଢନ୍ତୁ- ମେକ ଇନ ଇଣ୍ଡିଆ: ଭାରତରେ ଟିଭି ଉତ୍ପାଦନ ଆରମ୍ଭ କଲା ରିୟଲମି

ଏବେ ଯୁବପିଢି ଡେଷ୍ଟିନେସ ୱେଡିଂକୁ ପସନ୍ଦ କରୁଛନ୍ତି । ଆଗାମୀ ୫ ବର୍ଷରେ ଉତ୍ତରାଖଣ୍ଡରେ ମଧ୍ୟ ଡେଷ୍ଟିନେସ ୱେଡିଂ ହେବ । ଯଦି ୫ ହଜାର ଯୁବପିଢି ଉତ୍ତରାଖଣ୍ଡରେ ପ୍ରତିବର୍ଷ ବିବାହ କରନ୍ତି, ତେବେ ରାଜ୍ୟରେ ନୂଆ ଭିତ୍ତିଭୂମି ଗଠନ ହେବ । ଧୀରେ ଧୀରେ ଉତ୍ତରାଖଣ୍ଡ ବିଶ୍ବର ଏକ ବୃହତ ଡେଷ୍ଟିନେସନ ୱେଡିଂ ସ୍ପଟ୍‌ ଭାବେ ଉଭା ହେବ । ଭାରତ ନିକଟରେ ଆତ୍ମବିଶ୍ବାସ ରହିଛି । ଯଦି ଆମେ ମିଳିମିଳି ଉଦ୍ୟମ କରିବା ତେବେ ଏହା ସମ୍ଭବ ହେବ ବୋଲି ସମ୍ମିଳନୀରେ ମୋଦି କହିଛନ୍ତି । ତେବେ ସମୟ ବଦଳିବା ସହିତ ଉତ୍ତରାଖଣ୍ଡରେ ପୁଞ୍ଜିପତିମାନେ ପୁଞ୍ଜିନିବେଶ ଆରମ୍ଭ କରିଛନ୍ତି । ଯାହାକି ରାଜ୍ୟର ସୁଦୃଢ ଭିତ୍ତିଭୂମି ପାଇଁ ଶୁଭଙ୍କର ।

ଏହାସହିତ ରାଜ୍ୟରେ 'ହାଉସ ଅଫ ହିମାଳୟ' ବ୍ରାଣ୍ଡ ଲଞ୍ଚ୍‌ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦକୁ ବିଦେଶୀ ମାର୍କେଟରେ ପହଞ୍ଚାଇବା ଲାଗି ଏହା ଏକ ବଳିଷ୍ଠ ପଦକ୍ଷେପ ହେବା ସହିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.