ETV Bharat / bharat

ପୁଣି ଆସାମର ସୋନିତପୁରରେ 2.7 ତୀବ୍ରତାର ଭୂକମ୍ପ - ଭୂକମ୍ପ

ବୁଧବାର 6.4 ତୀବ୍ରତାର ଭୂକମ୍ପ 24 ଘଣ୍ଟା ନ ପୁରୁଣୁ ଆଜି (ଗୁରୁବାର) ସକାଳୁ ସୋନିତପୁରରେ ପୁଣି 2.7 ତୀବ୍ରତାର ଭୂକମ୍ପ । ଅଧିକ ପଢନ୍ତୁ...

ପୁଣି ଆସାମର ସୋନିତପୁର ଭୂକମ୍ଫ
ପୁଣି ଆସାମର ସୋନିତପୁର ଭୂକମ୍ଫ
author img

By

Published : Apr 29, 2021, 9:57 AM IST

ଗୌହାଟି: ପୁଣି ଆସାମର ସୋନିତପୁରରେ ଭୂକମ୍ପ । ଗତକାଲି ଅନୁଭୂତ ହୋଇଥିବା ଭୂକମ୍ପକୁ 24ଘଣ୍ଟା ନ ପୁରୁଣୁ ପୁଣି ଆସାମରେ ଭୂକମ୍ପ ଝଟକା । ବୁଧବାର 6.4 ତୀବ୍ରତାର ଭୂକମ୍ପ ହୋଇଥିଲା । ପୁଣି ଆଜି (ଗୁରୁବାର) ସକାଳୁ ସୋନିତପୁରରେ 2.7 ତୀବ୍ରତାର ଭୂକମ୍ପ ହୋଇଥିବା ନେଇ ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ଗୁରୁବାରକୁ ମିଶାଇ ସୋନିତପୁରରେ ଏହା ଷଷ୍ଠ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସେସ୍ମୋଲୋଜିର ସୂଚନା ଅନୁସାରେ ସମୟ 2.38ରେ 11କିଲୋମିଟର ଗଭୀରତା ବିଶିଷ୍ଟ ଏହି ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ହେଉଛି ଉତ୍ତରପଶ୍ଚିମର ତେଜପୁର ।

ପ୍ରକାଶ ଥାଉ କି, ଗତକାଲି ଗୋଟିଏ ଦିନରେ ସୋନିତପୁରରେ 10ଥର ଭୂକମ୍ପ ହୋଇଥିଲା । ଭୂକମ୍ପରେ ରାସ୍ତାଘାଟ ଫାଟି ଯାଇଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ 1960 ଜୁଲାଇ 29ରେ ଆସାମରେ ବଡ ଧରଣର ଭୂକମ୍ପ ହୋଇଥିଲା ଯେଉଁଥଲେ ବହୁତ କ୍ଷୟକ୍ଷତି ହୋଇଥିଲା ବୋଲି ଏନସିଏସ ରିପୋର୍ଚରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.