ETV Bharat / bharat

ସାମ୍ରାଜ୍ୟର ସମାଧି ଆଫଗାନିସ୍ତାନ; ବିଶ୍ବ ମହାଶକ୍ତିର ବଡ ବିଫଳତା - taliban

ସମାଧିରେ ପୁଣିଥରେ କବର ନେଇଛି ଆଫଗାନିସ୍ତାନର ଆଉ ଗୋଟିଏ ସାମ୍ରାଜ୍ୟ । ବନ୍ଧୁକ ମୁନରେ ବଳପୂର୍ବକ ଗଣତନ୍ତ୍ରକୁ ଦଳିମକଚି ଦେବାକୁ ଆତୃଷ ହୋଇପଡିଛନ୍ତି କୃରତାର ସହଚର ତାଲିବାନ ଆତଙ୍କୀ । ଆଉ ବିଫଳତାର ରାସ୍ତାରେ ଆଉ ଗୋଟିଏ ପାଦ ଆଗେଇଛି ବିଶ୍ବ ମହାଶକ୍ତି । ଅଧିକ ପଢନ୍ତୁ...

ସାମ୍ରାଜ୍ୟର ସମାଧି ଆଫଗାନିସ୍ତାନ; ବିଶ୍ବ ମହାଶକ୍ତିର ବଡ ବିଫଳତା

author img

By

Published : Aug 20, 2021, 7:47 PM IST

Updated : Aug 20, 2021, 10:44 PM IST

ନୂଆଦିଲ୍ଲୀ: ଆତଙ୍କର ଛାୟାରେ ଅନିଶ୍ଚିତ ଜୀବନ । ଘନଘନ ଗର୍ଜି ଉଠୁଛି ବନ୍ଧୁକ । ଅତ୍ୟାଚାର ମଧ୍ୟରେ ଅସ୍ତିତ୍ବ ଖୋଜୁଛି ନିର୍ବାକ ସ୍ବାଧୀନତାର ସ୍ବର । ରକ୍ତରଞ୍ଜିତ ହେଉଛି ମାଟି । ଭୟ, ହିଂସା, ବର୍ବରତା ମୁକସାକ୍ଷୀ ପାଲଟୁଛି ଆଫଗାନିସ୍ତାନ ।

ତାଲିବାନର କବଜା ପରେ ବନ୍ଧୁକ ଗର୍ଜନରେ ଥରିଉଠୁଛି ଆଫଗାନିସ୍ତାନ । ଆତଙ୍କୀ ଶାସକର ଜୁଲମ ଓ ଯାତନାରେ ଜର୍ଜରିତ ଆଫଗାନବାସୀ । ଚାରିଆଡେ ଅହରହ ଶୁଭୁଛି ‘ଆମକୁ ବଞ୍ଚାଅ ଆମକୁ ବଞ୍ଚାଅ’ ଆର୍ତ୍ତ ଚିତ୍କାର । କିଛିଦିନ ପରେ ପରାଧିନ ପାଲଟିଯିବ ଲୁହ ଓ ଚିତ୍କାର ହୋଇଯିବ ଚେତାଶୂନ୍ୟ । ଏହାରି ମଧ୍ୟରେ ସମାଧିରେ ପୁଣିଥରେ କବର ନେଇଛି ଆଫଗାନିସ୍ତାନର ଆଉ ଗୋଟିଏ ସାମ୍ରାଜ୍ୟ ।

ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ପରେ ଫେରିଛି ତାଲିବାନର କ୍ରୁର ଶାସନ । ବନ୍ଧୁକ ମୁନରେ ବଳପୂର୍ବକ ଗଣତନ୍ତ୍ରକୁ ଦଳିମକଚି ଦେବାକୁ ଆତୃଷ ହୋଇପଡିଛନ୍ତି କୃରତାର ସହଚର ତାଲିବାନ ଆତଙ୍କୀ । ଆଉ ଦିନ କେଇଟା ପରେ ଆଫଗାନିସ୍ତାନରୁ ଚାଲିଯିବେ ଆମେରିକା ସୈନ୍ୟ । ଆଫଗାନିସ୍ତାନ ବିଷୟରେ ଯଦିଓ ବିଶ୍ବ ମାନଚିତ୍ରରେ କୌଣସି କଥା ଉଲ୍ଲେଖିତ ନାହିଁ, ତଥାପି ଗୋଟିଏ ଖାସ କଥା ହେଉଛି ଯେ ଏହି ଦେଶକୁ ସାମ୍ରାଜ୍ୟର ସମାଧି ଭାବରେ କରାଯାଏ ବିବେଚନା । ଆଉ ଏହି ନାଁ ବର୍ଣ୍ଣନା କରେ ୯୦ ଦଶକରେ ଘଟିଥିବା ଘଟଣାର କାହାଣୀ ।

ସାମ୍ରାଜ୍ୟର ସମାଧି(Graveyard of Empires) ନାଁରେ ୨୦୦୯ରେ ଉନ୍ମଚିତ ହୋଇଥିଲା ଏକ ପୁସ୍ତକ । ସେଠ ଜୋନ୍ସ ଦ୍ବାରା ଲିଖିତ ଏହି ପୁସ୍ତରେ ଆମେରିକା ଯୁଦ୍ଧର ଘଟଣାକ୍ରମ । ଆଫଗାନିସ୍ତାନ ସେ ଦେଶ ଯାହା ଅନେକ ଯୁଦ୍ଧର ରହିଛି ସାକ୍ଷୀ । ଆଉ ପ୍ରତିଥର ହଜାର ହଜାର ସୈନିକଙ୍କ ରକ୍ତରେ ଭଜିଛି ଆଫଗାନ ମାଟି ।

1893 ଏବଂ 1919 ମସିହାରେ ବ୍ରିଟିଶ ଶାସନ ଆଫଗାନିସ୍ତାନ ବିରୋଧରେ ଲଢିଥିଲା ୩ଟି ଯୁଦ୍ଧ। ଆଙ୍ଗ୍ଲୋ-ଆଫଗାନିସ୍ତାନ ଥିଲା ପ୍ରଥମ ଯୁଦ୍ଧ, ଯେଉଁ ଯୁଦ୍ଧରେ ବହୁ ସଂଖ୍ୟାରେ ବ୍ରିଟିଶ ସେନା ଆଫଗାନିସ୍ତାନରେ କରିଥିଲେ ପ୍ରବେଶ । ଶୀତଦିନେ ଯେତେବେଳେ ହିନ୍ଦୁକୁଶ ପାହାଡ ବରଫରେ ଆଚ୍ଛାଦିତ ହୋଇଥିଲା, ସେତେବେଳେ ବ୍ରିଟିଶ ସେନା ଆଫଗାନିସ୍ତାନରେ ଘଟାଇଥିଲା ନରସଂହାର । ଆଉ ଲାଲ ପାଲଟିଯାଇଥିଲା ଧୋବ ଫରଫର ବରଫ ଚାଦରର ରଙ୍ଗ । 1842 ମସିହାରେ 4500 ସୈନିକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ 12000 ସାଧାରଣ ନାଗରିକ ହରାଇଥିଲେ ପ୍ରାଣ । 1878ରୁ 1880 ମଧ୍ୟରେ ହୋଇଥିଲା ଦ୍ବିତୀୟ ଆଙ୍ଗ୍ଲୋ-ଆଫଗାନିସ୍ତାନ ଯୁଦ୍ଧ । ସେହିପରି 1919 ମସିହାରେ ମଧ୍ୟ ଏସିଆର ଦେଶମାନେ ତୃତୀୟ ଆଫଗାନିସ୍ତାନ-ଆଙ୍ଗ୍ଲୋ-ଆଫଗାନିସ୍ତାନ ଯୁଦ୍ଧରେ ବିଜୟ ହାସଲ କରିଥିଲେ ।

ଯେବେ ବି ଆଫଗାନିସ୍ତାନରେ ଯୁଦ୍ଧ ହୋଇଛି, ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇଛନ୍ତି । ରିପୋର୍ଟ ଉପରେ ଯଦି ନଜର ପକାଇବା ତାହେଲେ, ୨୦୦୧ରୁ ୨୦୨୧ ମଧ୍ୟରେ ଆମେରିକାର ଅପରେସନ ଏନଡ୍ୟୁରିଙ୍ଗ ଫ୍ରିଡମ(Operation Enduring Freedom)ରେ ପାଖାପାଖି 2,348 ଆମେରିକୀୟ ସୈନ୍ୟଙ୍କର ଯାଇଛି ଜୀବନ । ସେହପରି ଏହି ଅବଧି ମଧ୍ୟରେ ଅପରେସନରେ 1147 ‘ନାଟୋ’ ସୈନିକ ପ୍ରାଣ ହରାଇଛନ୍ତି ।

ଏହାପୂର୍ବରୁ ୧୯୭୯ରୁ ୧୯୮୯ ପର୍ଯ୍ୟନ୍ତ ସୋଭିଏତ ଆଫଗାନ ଯୁଦ୍ଧ ସମୟରେ 14,453 ସୈନିକଙ୍କ ମୃତ୍ୟୁ ହୋଇଥିଲା । 1919ରେ ଆଫଗାନ-ଆଙ୍ଗ୍ଲୋ ଯୁଦ୍ଧରେ ୨୩୬ ସୈନ୍ୟଙ୍କ ଯାଇଥିଲା ଜୀବନ । ସେହିପରି 1879-1880 ମଧ୍ୟରେ ଦ୍ବିତୀୟ ଆଙ୍ଗ୍ଲୋ ଆଫଗାନ ଯୁଦ୍ଧରେ 9850 ସୈନିକ ଓ 1839ରୁ 1842ପ୍ରଥମ ଆଫଗାନ ଯୁଦ୍ଧରେ 4700 ସୈନିକ ପ୍ରାଣ ହରାଇଥିଲେ ।

ସୋଭିଏତ ସଂଘର ସନ୍ୟବାହିନୀ ଆଫଗାନିସ୍ତାନରେ ପ୍ରବେଶ କଲାବେଳେ ଶୀତଳ ଯୁଦ୍ଧର ସମୟ ଥିଲା। ସେତେବେଳେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ମୁଜାହିଦ୍ଦିନ କୁହାଯାଉଥିଲା ଏବଂ ଆମେରିକା ପକ୍ଷରୁ ସେମାନଙ୍କୁ ମିଳୁଥିଲା ବୃହତ ସମର୍ଥନ। 14,453 ସୈନିକ ମୃତ୍ୟୁ ଓ 53,753 ସୈନିକଙ୍କ ଆହତ ପରେ ହାର ମାନିଥିଲା ସୋଭିଏତ ସଂଘ । ଏହାସହ 1989 ଦେଶ ଛାଡି ପଳାଇବାକୁ ସୋଭିଏତ ସଂଘ ହୋଇଥିଲା ବାଧ୍ୟ ।

ଆଫଗାନିସ୍ତାନରେ ଦୀର୍ଘ ଦଶନ୍ଧିର ଯୁଦ୍ଧକୁ ବିଭିନ୍ନ କୋଣ ଅନୁକୋଣରୁ ବିଶ୍ଳେଷଣ କରାଯାଇପାରେ । ଆଉ ଏହି ବିଶ୍ଳେଷଣ ମଧ୍ୟରୁ ଅଧିକାଂଶକୁ ଆମେରିକା ଓ ଏହାର ସହଯୋଗୀଙ୍କ ପକ୍ଷରୁ ବଡ ରଣନୈନିକ ବିଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ଆଫଗାନିସ୍ତାନ ସାମ୍ରାଜ୍ୟର ସମାଧି ହେବା ବିଶ୍ବ ମହାଶକ୍ତିର ବିଫଳତା ବୋଲି ଜୋର ଦେଇ କହିହେବ ।

ଭିଏତନାମରେ ଆମେରିକାର ପରାଜୟ ହେଉ କି ଆଫଗାନିସ୍ତାନରେ ସୋଭିଏତ ସଂଘର ହାର, ଶୀତଳଯୁଦ୍ଧର ପାରମ୍ପରିକ ସଂଘର୍ଷ ସ୍ଥିତିର ସମ୍ପର୍କରେ ଯଦି କୁହାଯାଏ, ତାହେଲେ ସମସ୍ତେ ଥିଲେ ପରସ୍ପରର ବିରୋଧୀ । ଆଉ ଆଫଗାନ ମାଟିକୁ ପ୍ରୟୋଗ କରି ବିଶ୍ବ ମହାଶକ୍ତି ଦେଉଥିଲା ବିଫଳତାର ଘନଘନ ଅଦୃଶ୍ୟ ସମର୍ପଣ ।

ଅନେକ ବର୍ଷ ଧରି ସରକାରର ତାଲିବାନ ବିରୋଧୀ ଶକ୍ତି ମଜବୁତ କରିବା ପାଇଁ ବହୁ ପ୍ରୟାସ କରାଯାଇଛି । ହେଲେ ସବୁକିଛି ହୋଇଛି ବିଫଳ । ଆଫଗାନିସ୍ତାନରେ ଥିଲେ ଆମେରିକାର ୩ ଲକ୍ଷରୁ ଉର୍ଦ୍ଧ୍ବ ସୈନିକ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଥିଲା ଦମ୍ଭ ଓ ସାହସ । ହେଲେ ଅତ୍ୟାଧୁନିକ ଯୁଦ୍ଧ କୌଶଳ ସତ୍ତ୍ବେ ଆକ୍ରମଣ ମଧ୍ୟରେ ସଂଘର୍ଷ କରି ଆମେରିକାକୁ ୮୦୦୦ ସୈନ୍ୟଙ୍କ ପ୍ରାଣହାନୀର କ୍ଷତି ସହିବାକୁପଡିଛି ।

9/11 ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଆମେରିକା ଆରମ୍ଭ କରିଥିଲା ଅପରେସନ ଏନଡ୍ୟୁରିଙ୍ଗ ଫ୍ରିଡମ(Operation Enduring Freedom) । ଏହା ଆତଙ୍କବାଦ ବିରୋଧରେ ଥିଲା ବିଶ୍ବଯୁଦ୍ଧ । 9/11 ଆକ୍ରମର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନକୁ ନିପାତ କରିବା ଆମେରିକା ପାଇଁ ଥିଲା ଏକ ବିଜୟ । ହେଲେ ଆମେରିକାର ଭୁଲ ରଣନୀତି କାରଣରୁ ଦଣ୍ଡ ଭୋଗୁଛି ଆଫଗାନିସ୍ତାନ । ଦୀର୍ଘ ୨୦ ବର୍ଷ ପରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ଏହାର ଜ୍ବଳନ୍ତ ଉଦାହରଣ । ଆମେରିକାର ରଣକୌଶଳରେ ତ୍ରୁଟି ଯୋଗୁଁ ଆଜି ଇସଲାମିକ ଷ୍ଟେଟର ଉତ୍ଥାନ ସହ ମୁଣ୍ଡ ଟେକିଛନ୍ତି ଆତଙ୍କୀ ।

ତାଲିବାନ ସହିତ ହୋଇଥିବା ଚୁକ୍ତିକୁ ଅସମ୍ପୂର୍ଣ୍ଣ ଏବଂ ଅବିଶ୍ବସନୀୟ କୁହାଯାଇପାରେ। ଆମେରିକା ବିଶ୍ବାସ କରୁଥିଲା ଯେ ଆଫଗାନିସ୍ତାନରେ ଅସରଫ ଘନି ନେତୃତ୍ବାଧିନ ସରକାର ଓ ତାଲିବାନ ମଧ୍ୟରେ ଚୁକ୍ତି କରି ସଂଘର୍ଷରେ ପୂର୍ଣ୍ଣଛେଦ ପକାଇବ । ହେଲେ ଆଜି ଏହାର ଧାରଣା ଭୁଲ ସାବ୍ୟସ୍ତ ହୋଇଛି । ସେପଟେ କିନ୍ତୁ ପରାଜୟ ସ୍ବୀକାର କରିନାହିଁ ଆଫଗାନିସ୍ତନ । ହାତରେ ଅସ୍ତ୍ର ନଥିବା ସତ୍ତ୍ବେ ଶୁଭୁଛି ତାଲିବାନ ବିରୋଧୀ ସ୍ବର ।

ଜଣେ ପରେ ଜଣେ ସମ୍ରାଟ ଆଫଗାନିସ୍ତାନ ଉପରେ ଶାସନ କରିବାକୁ ଚେଷ୍ଟା କରିଥିବା ସତ୍ତ୍ବେ, ପ୍ରତ୍ୟେକଥର ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । କିଛି ସାମ୍ରାଜ୍ୟ ଏପରିଥିଲା, ଯେଉଁଠି ଆରମ୍ଭରେ କିଛି ସଫଳତା ମିଳିଥିଲା ସତ, କିନ୍ତୁ ଶେଷରେ ପରାଜୟ ସହିତ ଏହି ଦେଶ ଛାଡିବାକୁ ପଡିଥିଲା | ବ୍ରିଟିଶ ଶାସନ ହେଉ କି ସୋଭିଏତ ସଂଘ ଏବଂ ବର୍ତ୍ତମାନ ଆମେରିକା, ସମସ୍ତେ ନିଜ ସୁବିଧାମତେ ଆଫଗାନିସ୍ତାନକୁ ପ୍ରୟୋଗ କରି ବିପଦ ସମୟରେ ହାତ ଛାଡି ପଳାୟନ କରିବାର ନଜିର ରହିଛି । ଇତିହାସ ସାକ୍ଷୀ ଯେ ସ୍ଥାନୀୟ ସରକାରଙ୍କ ସହଯୋଗରେ ଏଠାରେ ବ୍ୟବସାୟ କରିବା ସହଜ, କିନ୍ତୁ ବିଦେଶୀ ଶକ୍ତିର ସମର୍ଥନରେ ଜଣେ ନେତାଙ୍କ ପାଇଁ ଏଠାରେ ଶାସନ କରିବା ଅତ୍ୟନ୍ତ କଷ୍ଟକର ।

ତାଲିବାନର କାବୁଲ କବଜା ପରେ ଘନି ସରକାରଙ୍କର ହୋଇଛି ପତନ । ଦେଶଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘନି । ସରକାର ଗଠନ ପାଇଁ ବିଶ୍ବ ସମୁହଠାରୁ ମାନ୍ୟତା ଓ ସ୍ବୀକୃତି ଲୋଡୁଛି ତାଲିବାନ । ସମସ୍ତ ଦେଶ ନିଜ ନାଗରିକଙ୍କୁ ସୁରକ୍ଷାକୁ ପ୍ରାଥମିତା ଦେଉଛନ୍ତି । ସବୁଠି ହାହାକାର ଆଉ ଭୟାବହ ପରିସ୍ଥିତି । ଏଭଳିସ୍ଥଳେ ବେସାହାରା ହୋଇପଡିଥିବା ଆଫଗାନିସ୍ତାନ ପୁଣି ଥରେ ଗଣତନ୍ତ୍ର ସମାଧି ନେଇଯବ ବୋଲି ଅନୁମାନ କରିବା ଭୁଲ ହେବ ନାହିଁ ।

ଏହା ଲେଖକଙ୍କର ତଥ୍ୟ ସମ୍ବନ୍ଧିତ ନିଜ୍ବସ୍ବ ମତ ।

Last Updated : Aug 20, 2021, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.